ବିରି

ଉଇକିଅଭିଧାନ‌ରୁ

ବିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବ୍ରୀହି)[ସମ୍ପାଦନା]

ମାଷ; ମୁଗ ଜାତୀୟ ଶସ୍ୟ ବିଶେଷ — Phaseolus Mungo,

[ଦ୍ରଷ୍ଟବ୍ୟ —ଏହା ଶିମ୍ୱାଦି ବର୍ଗର ଲତା ଓ ତହିଁରେ ଛୁଇଁ ଭିତରେ ଥିବା ଦାନା; ଲତା ଝାମ୍ପୂଡ଼ା, ଛୁଇ ୪ ଆଙ୍ଗୁଳି ଲମ୍ୱ, ଛୁଇଁ ପାଚିଲେ କଳା ହୁଏ ବିରି ଦୁଇ ପ୍ରକାର—ଲହ ବିରି, ଏହାର ବର୍ଣ୍ଣ ଫକ୍କା; ଆଉ ଏକ ପ୍ରକାର ଖୁବ୍ କଳା ବିରିକୁ ରଗଡ଼ି କରି ଡାଲି କରନ୍ତି ଏହାକୁ ବାଟି ବଡ଼ା, ପୋଡ଼ ପିଠା ଓ ଏଣ୍ଡୁରି ଆଦି ପିଠା କାରା ଯାଏ ବଟା ବିରିକୁ ଶୁଖାଇ ବଡ଼ି କରନ୍ତି ବିରିଚୁନାରେ ପାମ୍ପଡ଼ ପ୍ରସ୍ତୁତ ହୁଏ ବିରି ରଗଡ଼ କରି ଗୋରୁଙ୍କୁ ଖୁଆନ୍ତି ଓ ସିଝାଇ କରି ଘୋଡ଼ାଙ୍କୁ ଖୁଆନ୍ତି ଏହା ସଙ୍ଗେ ତୈଳ ମିଶାଇ ଆୟୁର୍ବେଦ ମତେ ମାଷ ତୈଳ ଓ ମହାମାଷ ତୈଳ ଆମବାତ ପାଇଁ ତିଆରି କରାଯାଏ ବିରିବଟାରେ ପିଆଜ, ବାଇଗଣ ଓ ଲଙ୍କାମରିଚ ବୁଡ଼ାଇ ଘିଅରେ ବା ତେଲରେ ଛାଣିରେ ବରା, ବାଇଗଣି, ପିଆଜି ଗୁଲୁଗୁଲାଆଦି ତିଆରି ହୁଏ]

ଦେଶଜ - ଅ[ସମ୍ପାଦନା]

(ହାତୀକୁ ମାହୁନ୍ତର ନିଷେଧାତ୍ମକ ଡାକ) —(A call of the elephant- driver to an elephant directing him to desist) Desist ! Do not do so !

[ଦ୍ରଷ୍ଟବ୍ୟ —ହାତୀ ଯାଉ ଯାଉ ବାଟରେ କୈଣସି ଡାଳ ବା ଲୋଭନୀୟ ବସ୍ତୁ ପ୍ରତି ଶୁଣ୍ଢ ବଢ଼ାଇବାର ଦେଖିଲେ ମାହୁନ୍ତ ଏ ଡାକ ଡାକେ, ଓ ହାତୀ ଉକ୍ତ ନଷିଦ୍ଧ କର୍ମରୁ ବିରତ ହୁଏ]