ବିଲୁଆ
ବିଲୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଳ=ଗର୍ତ୍ତ; ଏମାନେ ଭୂମିରେ ଗାଢ କରି ରହିବାରୁ; ତୁଳ. ସଂସ୍କୃତ - ବିଳଶୟ; ବିଳେଶୟ)
[ସମ୍ପାଦନା]କୁକୁର ବର୍ଗର ଗ୍ରାମ ନିକଟସ୍ଥ ବନବାସୀ କ୍ଷୁଦ୍ର ଜନ୍ତୁ ବିଶେଷ; ଶୃଗାଳ —Jackal; Canis Aureus.
[ ଦ୍ର—ଏମାନେ ପ୍ରାୟ ୧ ୧/୨: ହାତ ପର୍ଯ୍ୟନ୍ତ ଉଚ୍ଚରେ ବଢ଼ନ୍ତି 'ହୁକେ ହୁକେ' ଡାକ ଛାଡ଼ନ୍ତି ରାତିର ପ୍ରତ୍ୟେକ ପ୍ରହର ଆରମ୍ଭରେ ଓ ଶେଷରେ ଅର୍ଥାତ୍ ସନ୍ଧ୍ୟା ଓ ସକାଳକୁ ମିଶାଇ ୫ ଥର ବୋବାନ୍ତି; ଦେହ ପାଉଁଶିଆ ବର୍ଣ୍ଣ, ଥରକେ ଏକାଧିକ ଛୁଆ ଜନ୍ମ କରନ୍ତି ଗୋଟିଏ ବିଲୁଆ ଡାକ ଛା଼ଡ଼ିଲେ ନିକଟବର୍ତ୍ତୀ ଅନ୍ୟ ସ୍ଥାନର ବିଲୁଆମାନେ ଡାକ ଛାଡ଼ନ୍ତି ଅଣ୍ଡିରା ବିଲୁଆମାନେ ଏକୁଟିଆ ହୋଇ ସମୟେ ସମୟେ ବୋବାନ୍ତି ଏମାନଙ୍କ ବୋବାଳି ଭୟଙ୍କର ଏମାନଙ୍କ ବୋବାଳି ଶୁଣିଲେ ଗ୍ରାମରେ କୌଣସି ଲୋକର ଆଶୁ ମୃତ୍ୟୁ ଘଟିବ ବୋଲି ଲୋକେ ଆଶଙ୍କା କରନ୍ତି ଗ୍ରାମ ନିକଟକୁ ବାଘ ବା ହେଟା ଆସିଲେ ଅଣ୍ଡିରା ବିଲୁଆ ବୋବାଳି ଛାଡ଼ି ତାହାର ଅନୁସରଣ କରେ ବିଲୁଆ ବାୟା ହୋଇ ମନୁଷ୍ୟ, ପଶୁଙ୍କୁ କାମୁଡ଼ିଲେ ଦଷ୍ଟଜୀବ ଜଳାତଙ୍କ ରୋଗଗ୍ରସ୍ତ ହୋଇ ମରିଯାଏ ବିଲୁଆ ଭାରି ଧୂର୍ତ୍ତ ଓ ଅହନ୍ତା ରଖି ଅନିଷ୍ଟକାରୀକୁ ଦଣ୍ଡ ଦିଏ ସମୟେ ସମୟେ ଦେଖାଯାଏ ଯେ, ବିଲୁଆମାନେ ଘରେ ପଶି ଶିଶୁମାନଙ୍କୁ ନେଇ ଯାଆନ୍ତି ବିଲୁଆମାନେ ପକ୍ଷୀ, ମେଣ୍ଢା ଓ ଛେଳି ଆଦି ଶିକାର କରନ୍ତି, ପାଚିଲା ଜାମୁକୋଳି, ଖଜୁରିକୋଶି ଓ ବରଫଳ ଖାଆନ୍ତ; ବିଲରେ କଙ୍କଡ଼ାଗାତରେ ଲାଙ୍ଗୁଡ଼ ପୂରାଇ ସେ ଲାଙ୍ଗୁଡ଼କୁ ଧରିଥିବା କଙ୍କଡ଼ାକୁ ଓଟାରିଆଣି ଖାଆନ୍ତି; ଏମାନେ କଙ୍କଡ଼ା, ଗେଣ୍ଡା, ମାଛ ଓ ଶ୍ମଶାନର ପଚା ଶବମାଂସ ମଧ୍ୟ ଖାଆନ୍ତି ଏମାନଙ୍କର ଅଧୋବାୟୁ ବିଶେଷ ଦୁର୍ଗନ୍ଧମୟ କୁକୁରମାନେ ଏହାଙ୍କୁ ଶିକାର କରିବାକୁ ଗୋଡ଼ାଇଲେ ଓ କୁକୁର ଏମାନଙ୍କର ଅତି ନିକଟବର୍ତ୍ତୀ ହେଲେ ଏମାନେ ଅଧୋବାୟୁ ତ୍ୟାଗ କରନ୍ତି (ଭୁର୍ଚୁକା ଦିଅନ୍ତି) ସେହି ଦୁର୍ଗନ୍ଧରେ ଅଗ୍ରସର ହେଉଥିବା କୁକୁର ପଶ୍ଚାତ୍ପଦ ହୋଇ ଶିକାରରୁ ବିରତ ହୁଏ ଲୋକେ ଶିକାରୀ କୁକୁରଙ୍କ ସାହାଯ୍ୟରେ ବିଲୁଆ ଶିକାର କରନ୍ତି ଗ୍ରାମ ପ୍ରାନ୍ତ ଶ୍ମଶାନ ଓ କିଆ— ବୁଦାରେ ଏମାନେ ରହନ୍ତି ଶିଶୁଗୀତରେ ଏମାନଙ୍କୁ ଶିଶୁମାନେ 'ହିଲୁଆ ନନା' ବୋଲି ସମ୍ୱୋଧନ କରନ୍ତି ଲୋକ ପ୍ରବାଦ ଅଛି ଯେ—ଦିନ ବେଳେ ସୂର୍ଯ୍ୟଙ୍କ ଖରାଥିବା ଅବସ୍ଥାରେ ଅର୍ଥାତ୍ ସୂର୍ଯ୍ୟଙ୍କୁ ମେଘ ନ ଘୋଡ଼ାଇ ବର୍ଷ ହେଲେ—ସେହି ସମୟରେ ବିଲୁଆଙ୍କ ବିଭାଘର ଉତ୍ସବ ସମାହିତ ହେଉଥାଏ ବିଲୁଆଙ୍କ ମାଂସକୁ ଦହିରେ ସଢ଼ାଇ ଉକ୍ତ ଦହିକୁ ଆମବାତ ରୋଗର ଔଷଧରୂପେ ସେବନ କରାଯାଏ ଏହାକୁ ବିଲୁଆ ଦହି ବୋଲାଯାଏ ଏହା ଛଡ଼ା କବିରାଜି ପ୍ରକିୟାରେ ପ୍ରସ୍ତୁତ 'ଶିବାଘୃତ' କଠିଣ ବାତାଦି ରୋଗର ଗୋଟିଏ ଉତ୍କୃଷ୍ଟ ଔଷଧ
କୌଣସି ଶୁଭକାମନା କରି ଅନୁକୂଳ କରିବା ସମୟରେ ଆପଣାର ବାମପାର୍ଶ୍ୱରେ ବିଲୁଆଟିଏ ଦେଖିଲେ ଉକ୍ତ କାର୍ଯ୍ୟ ସିଦ୍ଧ ହେବ ବୋଲି ଲୋକଙ୍କର ବିଶ୍ୱସ ବାମପାଖରେ ଦେଖାଯିବା ବିଲୁଆକୁ ବାଆଁ ବିଲୁଆ ବା ବାଆଁଶିଆଳ(ଳି) ବୋଲାଯାଏ ବିଲୁଆ ବୁଦ୍ଧିମାନ୍ ଓ ଧୂର୍ତ୍ତ ବୋଲି ଧୂର୍ତ୍ତବ୍ୟକ୍ତି ପ୍ରତି ବୁଦ୍ଧିକି ବିଲୁଆ, ଗାତକୁ କୋକି" ଢଗ ବୋଲା— ଯାଏ
ଲୋକବିଶ୍ୱାସ ଯେ—ଶୃଶାନାଦିରେ ରାତ୍ରିରେ ଦେଖାଯିବା ଚିରଗୁଣି ଆଲୁ" ଏକ ଜାତୀୟ ବିଲୁଆ (ଉଲ୍କାମୁଖୀ)ର ମୃଖଗହ୍ୱରରୁ ବାହାରିବା ଆଲୋକ ସେ ପାଟି ବନ୍ଦ କରି ଦେଲେ ନିଆ ଲିଭିଯାଏ ଲୋକବିଶ୍ୱାସ ଯେ, ବିଲୁଆ ବାଘର ଭଣଜା; ଏଥିପାଇଁ ବିଲୁଆ ବାଘକୁ ଦେଖିଲେ ତା ପଛରେ ଗୋଡ଼ାଇ ମାମୁକୁ ଖାଦ୍ୟ ପ୍ରାର୍ଥନା କରି ବୋବାଳି ଛା଼ଡ଼େ ବିଲୁଆମାନେ ଝାଡ଼ା ଫେରି ସାରି ବିଲର ହିଡ଼ ଆଦି ଉଚ୍ଚ ଜାଗାରେ ଗୁହ୍ୟଦ୍ୱାରକୁ ଘୋଷାରି ଦେଇ ନିର୍ମଳ କରନ୍ତି ଏହାକୁ 'ଗାଣ୍ଡିଘଷରା ପାଡ଼ିବା' ବୋଲାଯାଏ ]
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷଣ -
[ସମ୍ପାଦନା]ବିଲ ବା ଶସ୍ୟ କ୍ଷେତ୍ର ସମ୍ୱନ୍ଧୀୟ —Relating to an agricultural field.
(ଯଥା—ବିଲୁଆ ମୂଷା, ବିଲୁଆ କଙ୍କଡ଼ା)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବିଲର ମାଲିକ; କ୍ଷେତ୍ରସ୍ୱାମୀ —The owner of an agricultural field.