ବିଷ

ଉଇକିଅଭିଧାନ‌ରୁ

ବିଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଅ; ଯାହା ଦେହ ତମାମ୍ ବ୍ୟାପିଯାଏ)[ସମ୍ପାଦନା]

୧. ଗରଳ; କାଳକୂଟ; ହଳାହଳ; ପ୍ରାଣନାଶକ ଦ୍ରବ୍ୟ —୧. Poison; virus; venom.

[ଦ୍ରଷ୍ଟବ୍ୟ —ଯେଉଁ ବସ୍ତୁଦ୍ୱରା ପ୍ରାଣୀର ପ୍ରାଣନାଶ ଘଟେ ତାହାର ନାମ ବିଷ ସ୍ଥାବର ଓ ଜଙ୍ଗମ ଭେଦରେ ବିଷ ଦୁଇ ପ୍ରକାର ସର୍ପାଦି ପ୍ରାଣୀଙ୍କର ବିଷକୁ ଜଙ୍ଗମ ଓ ବୃକ୍ଷ, ପ୍ରସ୍ତରାଦି ଓ ଖଣିରୁ ଜାତ ବିଷକୁ ସ୍ଥାବର ବିଷ ବୋଲାଯାଏ ବିଷ ଶରୀରରେ ପ୍ରବେଶ କରି ପ୍ରଥମେ ରକ୍ତରେ ମିଶି ହଠାତ୍ ଦେହ ତମାମ ବ୍ୟାପିଯାଏ ଓ ଶେଷକୁ ପ୍ରାଣନାଶ କରେ ବିଷ ପ୍ରାଣନାଶକ ହେଲେ ମଧ୍ୟ ଯଥାର୍ଥରୂପେ ଶୋଧିତ ହୋଇ ରୋଗର ଅବସ୍ଥାନୁସାରେ ପ୍ରୟୋଗ କରାଗଲେ ଜରା ବ୍ୟାଧି ନିବାରଣ କରେ ଅଧିକାଂଶ ସ୍ଥାବର ବିଷକୁ ତିନି ଦିନ ଗୋ ମୂତ୍ରରେ ବତୁରାଇ ତାପରେ ନାନା ଉପାଯଦ୍ୱାରା ଶୋଧନ କରି ଔଷଧରେ ପ୍ରୟୋଗ କରାଯାଏ ଶାସ୍ତ୍ର ଅନୁସାରେ ପ୍ରଥମେ ବିଷ କ୍ଷୀର— ସମୁଦ୍ର ମନ୍ଥନରୁ ଗରଳରୂପେ ବାହାରିଥିଲା]

୨. ଜଳ; ବାରି —୨. Water.
୩. ପଦ୍ମାଦିଙ୍କର ମୃଣାଳ — ୩. Stalk of lotus.
୪. ବତ୍ସନାଭ; ମେଣ୍ଢାସିଂହୀ —୪. Aconite.

[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ପାର୍ବତୀୟ ବୃକ୍ଷ ଏହାର ଛାଲରୁ ନାଲି ରଙ୍ଗ ହୁଏ ଏହାର ମୂଳ କୌଣସି ତି ବିଷାକ୍ତ]

୫. ସ୍ୱସ୍ଥ୍ୟର ଅନିଷ୍ଟକର ଯେ କୌଣସି ବିଷୟ —୫. Any thing injurious to health.

(ଯଥା—ଅଜୀର୍ଣ୍ଣ ଭୋଜନଂ ବିଷଂ;—ବୃଦ୍ଧସ୍ୟ ତରୁଣୀ ବିଷଂ" ଚାଣକ୍ୟ ଶ୍ଲୋକ)

[ଦ୍ରଷ୍ଟବ୍ୟ —ବୈଦିକ ମତରେ ବିଷ, ଗରଳ ଓ କ୍ଷେଡ଼ ବିଷର ପର୍ଯ୍ୟାୟ ବିଷ ୯ ପ୍ରକାର— ୧ ବତ୍ସନାଭ, (ଏ ଗଛର ପତ୍ର ବେଗୁନିଆ ପତ୍ର ପରି ଓ ଏ ଗଛ ପାଖରେ ଥିବା ଅନ୍ୟ ଗଛ ବଢ଼େ ନାହିଁ ଏ ବିଷର ଆକଟତି ବାଛୁରିର ନାଭି ପରି) ୨ ହାରିଦ୍ର (ଏ ଗଛର ମୂଳ ହଳଦି ପରି) ୩ ସକ୍ତ କ (ଏ ଗଛର ଗ୍ରନ୍ଥିସମୂହ ଛତୁଆ ପରି ଚୂର୍ଣ୍ଣରେ ପୂର୍ଣ୍ଣ ଥାଏ) ୪ ପ୍ରଦୀପନ (ଏ ବିଷ ରକ୍ତବର୍ଣ୍ଣ, ଦୀପ୍ତିଶୀଳ ଓ ଅଗ୍ନି ପରି ପ୍ରଭାଯୁକ୍ତ; ଏହା ସେବନ କଲେ ଅତ୍ୟନ୍ତ ଦାହ ଉପସ୍ଥିତ ହୁଅ) ୫ ସୌରାଷ୍ଟ୍ରିକ (ସରାଷ୍ଟ୍ର ବା ଗୁଜରାଟରେ ଇତ୍ପନ୍ନ) ୬ ଶୃଙ୍ଗିକ (ବିଷକୁ ଗାଈ ଶିଂଘରେ ବାନ୍ଧି ଦେଲେ ସେ ଗାଈର ଦୁଧ ରକ୍ତବର୍ଣ୍ଣ ହୁଏ), ୭ କାଳକୂଟ (କଥିତ ଅଛି, ଦେବାସୁର ଯୁଦ୍ଧରେ ଦେବ— ନିହତ ପୃଥୁମାଳି ଦୈତ୍ଯର ରକ୍ତରୁ ଅଶତ୍ଥବୃକ୍ଷ ପରି ଗୋଟିଏ ଗଛଜନ୍ମିଥିଲା, ସେହି ଗଛର ନିର୍ଯାସ କାଳକୂଟ, ଏହା ଅହିକ୍ଷେତ୍ର, ଶୃଙ୍ଗବେଲ, କୋଙ୍କଣ ଓ ମଳୟ ଦେଶରେ ଜନ୍ମେ) ୮ ହଳାହଳ (ଏ ଗଛର ଫଳ ଦ୍ରାକ୍ଷା ସଦୃଶ ଓ ଗୁଳ୍ମାକାର, ଏଥିର ପତ୍ର ତାଳପତ୍ର ପରି, ଏ ଗଛର ତେଜରେ ନିକଟସ୍ଥ ବୃକ୍ଷମାନ ପୋଡ଼ି ଯାଆନ୍ତି ଏହା କିସ୍କିନ୍ଦା, ହିମାଳୟ, ଦଜକ୍ଷିଣ ସମୁଦ୍ରର ତୀରଭୂମିରେ କେଙ୍କଣ ପ୍ରଦେଶରେ ଜନ୍ମେ ଓ ୯ ବ୍ରହ୍ମପୁତ୍ର (ଏ ବୃକ୍ଷର ବର୍ଣ୍ଣ ଓ ସାରଭାଗ କପିଳବର୍ଣ୍ଣ; ଏହା ମଳୟ ପର୍ବତରେ ଉତ୍ପନ୍ନ ହୁଏ) ବିଷମାନଙ୍କୁ ୪ ଜାତିରେ ବିଭକ୍ତ କରଯାଇଅଛି ୧ ପାଣ୍ଡୁବର୍ଣ୍ଣ— ବ୍ରାହ୍ମଣ—ଏହା ରସାୟନ କାର୍ଯ୍ୟରେ ବ୍ୟବହୃତ ହୁଏ ୨ ରକ୍ତବର୍ଣ୍ଣ, କ୍ଷତ୍ରିୟ, ଏହା ଶରୀର ପୋଷଣ କାର୍ଯ୍ୟରେ ଲାଗେ; ୩ ପୀତବର୍ଣ୍ଣ, ବୈଶ୍ୟ, ଏହା କୁଷ୍ଠବିନାଶକରେ ବ୍ୟବହୃତ ହୁଏ, ଓ ୪ କୃଷ୍ଣବର୍ଣ୍ଣ, ଶୂଦ୍ର, ଏହା ପ୍ରାଣନାଶକ ବିଷମାନ ସଧାରଣତଃ ପ୍ରାଣନାଶକ ବାତଘ୍ନ, କଫନାଶକ, ଯୋଗବାହୀ, ମତ୍ତତାଜନକ, ସମସ୍ତଶରୀରବ୍ୟାପକ ଦେହ— ସନ୍ଧିବନ୍ଦନରେ ଶିଥିଳକାରକ ଶୋଧିତ ହୋଇ ଉପଯୁକ୍ତ ମାତ୍ରାରେ ପ୍ରୟୋଗ କରାଗଲେ ବିଷ ପ୍ରାଣପ୍ରଦ, ରସାୟନ, ତ୍ରିଦୋଷଘ୍ନ, ପୁଷ୍ଟିକାରକ ଓ ବୀର୍ଯ୍ୟବର୍ଦ୍ଧକ ହୁଏ ମହୁରା ନାମକ ବିଷକୁ ଅମୃତ ବୋଲାଯାଏ, ଏହା ଉପଯୁକ୍ତ ମାତ୍ରାରେ ପ୍ରୟୋଗ କରାଗଲେ କଫଜ, ବାତକ ରୋଗମାନ, ସନ୍ନିପାତ ଜ୍ୱର, ଉତ୍କଟ ଆମବାତ ଓ ଦାରୁଣ ହୃଦ୍ରୋଗ ନିବାରିତ ହୁଏ ଅର୍କକ୍ଷୀର, ମନସାସିଝୁର ଅଠା, ଈଷ— ଲଙ୍ଗଳିଆ, କରବୀର, କାଇଚ ଅଫିମ ଓ ଧସ୍ତୂର ଏ ସାତଟି ଉପବିଷ—ଦ୍ରବ୍ୟଗୁଣ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିଷୟା (ଦେଖ) - —୧. Bishayā (See).
୨. ବିଷୟ — ୨. Matrer.

[ଉ—ପ୍ରଭାବୃଦ୍ଧି ମୁଖଚନ୍ଦ୍ରର, ପଳାଇ ଯାଉଛି କି ଅନ୍ଧକାର ସେ, ସଖୀଏ ଜାଣନ୍ତି ବିଷ ଯେ ଭଞ୍ଜ. ଲାବଣ୍ୟବତୀ]

୩. ହେତୁ —୩. Cause.

[ଉ—କ୍ଷଣରୁଚିର କ୍ଷଣ ରୁଚିର ପ୍ରାୟେ ଲୀନ କି ବିଷେ ବଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

୪. ବିଷଦୃଷ୍ଟି ଭୟ — ୪. Apprehension of an unfavourable look.

[ଦ୍ରଷ୍ଟବ୍ୟ —ଆଠମଙ୍ଗଳାଠାରୁ ତିନି ଦିନ ପର୍ଯ୍ୟନ୍ତ ନୂଆ ବୋହୁ କାହା ମୁହଁକୁ ଚାହେଁ ନାହିଁ କାରଣ ଲୋକ ବଶ୍ୱାସ ଯେ—ଏହି ତିନି ଦିନ ଯେ ନୂଆବୋହୂର ମୁହଁକୁ ଚାହିଁବ ସେ ବୋହୂକୁ ବିଷଦୃଷ୍ଟିରେ ଦେଖିବ ତତ୍ପରେ ବୋହୂ ବାପଘରୁ ଗୁଡ଼ ବେଭାର ଆସେଦଶମଙ୍ଗଳା ଦିନ ସେହି ନୂଆବୋହୂ ବାପଘରୁ ଗୁଡ଼ ଗିନା ଧରି ବାହାରିଲା ପରେ, ଯାହାକୁ ଦେଖିବ, ସେ ନୂଆବୋହୂକୁ ଅମୃତ ଦୃଷ୍ଟିରେ ଚାହିଁବ]

୫. ଗରଜ —୫. Urgency.

ଉ—ମୋର କି ବିଷ ପଡ଼ିଛି

(ବିଷେ—ଅନ୍ୟରୂପ)

ପ୍ରାଦେଶିକ -(ଗଡ଼ଜାତ). ବି—(ସଂସ୍କୃତ - ବିଷୟ)[ସମ୍ପାଦନା]

ଗ୍ରାମପୁଞ୍ଜ; ପ୍ରଗନ୍ନା —Pergunna; a group of villages.



ବିଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି— (ବିସ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ଅ; ଯେ ଜଳରେ ଅନବରତ ପ୍ରବେଶ କରି ରହିଛି)[ସମ୍ପାଦନା]

୧. ପଦ୍ମ ପ୍ରଭୃତିର ମୃଣାଳ — ୧. The stalk of lotus.
୨. ପଦ୍ମର ସୂକ୍ଷ୍ମ ତନ୍ତୁ — ୨. The fibre of a lotus (Apte).