ବିଷ୍ଣୁ

ଉଇକିଅଭିଧାନ‌ରୁ

ବିଷ୍ଣୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କାଠାରେ ଭୂତ ସକଳ ପ୍ରବେଶ କରନ୍ତି ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାତର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ୟାୟିତ କରନ୍ତି ]

୧. ନାରାୟଣ; ହରି; ଭଗବାନ୍ —୧. Nārāyaṇa; Bhagabān.

[ ଦ୍ର—ହିନ୍ଦୁମାନଙ୍କ ତ୍ରି ମୂର୍ତ୍ତି ମଧ୍ୟରୁ ଏ ଏକ ଅଟନ୍ତି ଜଗତ୍ ସ୍ରଷ୍ଟା—ବ୍ରହ୍ମା, ଜଗତ୍ପାଳକ—ବିଷ୍ଣୁ ଓ ଜଗତ୍ ସଂହାରକ—ଶିବ ହିନ୍ଦୁ ପୁରାଣ ମତରେ ଏ ତ୍ରିଦେବ ଯୁଗେ ଯୁଗେ ଦୁଷ୍ଟ ଦଳନାର୍ଥ ଓ ଶଷ୍ଟପାଳନାର୍ଥ ଓ ଧର୍ମରକ୍ଷାର୍ଥ ଜଗତରେ ଅବତୀର୍ଣ୍ଣ ହୁଅନ୍ତି ]

୨. ପରମେଶ୍ୱର — ୨. God.
୩. ବସୁଦେବତା ବିଶେଷ —୩. One of the Basu Deities.
୪. ଧର୍ମଶାସ୍ତ୍ରକର୍ତ୍ତା ମୁନି— ବିଶେଷ —୪. Name of a sage, the compiler of a code of Hindu law.

[ ଦ୍ର—ଏହାଙ୍କ ସଙ୍କଳିତ ସ୍ମୃତିର ନାମ ବିଷ୍ଣୁସ୍ମୃତି ]

୫. ଶୁଦ୍ଧତା; ଶୁଦ୍ଧି —୫. Purity.
୬. ଅଗ୍ନି ଦେବତା, ପୂର୍ବଦିଗର ଅଧିପତି —୬. The fire God.
୭. ଧାର୍ମିକ ବ୍ୟକ୍ତି —୭. A pious man (Apte).
୮. ଶ୍ରବଣା ନକ୍ଷତ୍ର (ଏଥିର ଅଧିପ୍ରତି ବିଷ୍ଣୁ) —୮. The ୨୨nd lunar mansion (Apte).

[ ଦ୍ର—ପୁରାଣରେ ଲେଖା ଅଛି, ପୃଥିବୀର ସୃଷ୍ଟି ପୂର୍ବିରୁ ବ୍ରହ୍ମାଣ୍ଡ ଜଳରେ ବୁଡ଼ି ମହାପ୍ରଳୟ ଘୋଟି ଥିଲା ସେ ସମୟରେ କଳ୍ପବଟ ନାମକ ଗୋଟିଏ ବାଶାଳ ବୃକ୍ଷର ଅଗରେ ଥିବା ଗୋଟିଏ ପତ୍ରରେ ଏକମାତ୍ର ବିଷ୍ଣୁ ଭାସୁଥିଲେ ତାହାଙ୍କ ନାଭିରୁ ଗୋଟିଏ ପଦ୍ମ ବାହାରିଲା ଓ ସେହି ପଦ୍ମରେ 'ବ୍ରହ୍ମା' ଜାତ ହୋଇ ବିଷ୍ଣୁଙ୍କ ଆଜ୍ଞାନୁସାରେ ଆପଣା ଦେହରୁ ଏ ଜଗତକୁ ସୃଷ୍ଟି କଲେ ବ୍ରହ୍ମାଙ୍କର ସୃଷ୍ଟ ଜଗତକୁ ବିଷ୍ଣୁ ପାଳନ କଲେ ଓ ଶେଷରେ ମହାଦେବ ସଂହାର କରିବେ ଏହିପରି ବ୍ରହ୍ମାଙ୍କଦ୍ୱାରା ସୃଷ୍ଟି, ବିଷ୍ଣୁଙ୍କଦ୍ୱାରା ସ୍ଥିତି ଓ ମହାଦେବଙ୍କଦ୍ୱାରା ପ୍ରଳୟ କ୍ରିୟା ବରାବର୍ ଚାଲିଅଛି ଶିବ ଏ ସୃଷ୍ଟିକୁ ବିନାଶ କଲେ ପୁଣି ପ୍ରଳୟ ହୁଏ; ପୁଣି ବିଷ୍ଣୁ କଳ୍ପବଟର ପତ୍ରରେ ଭାସି ବ୍ରହ୍ମାଙ୍କ ଜାତ କରନ୍ତି ଓ ପୁଣି ଶିବ ସୃଷ୍ଟିକୁ ସଂହାର କରନ୍ତି ଫଳରେ—ଜଗତର ସୃଷ୍ଟି ସ୍ଥିତ ପ୍ରଳୟ କର୍ତ୍ତା ଏହି ୩ ଜଣ ଦେବତା ଏକମାତ୍ର ପରମ ପୁରୁଷଙ୍କଠାରୁ ସମ୍ଭୂତ ପୁରାଣରେ ଅଛି ଯେ—କଳ୍ପାଦ୍ୟରେ ବିଷ୍ଣୁଙ୍କଠାରୁ ସୃଷ୍ଟି ଜାତ ହେଲା ଓ କଳ୍ପାନ୍ତ ପ୍ରଳୟରେ ପୁଣି ସେହି ବିଷ୍ଣୁଙ୍କଠାରେ ବିଲୀନ ହେବ, ହୋଇଅଛି ଓ ହେଉଅଛି ବିଷ୍ଣହିଁ ଏ ବ୍ରହ୍ମାଣ୍ଡର ଆଦି ପୁରୁଷ ଓ ସନାତନ ଏହାଙ୍କର ଆଦି କେଉଁଠାରେ ତାହା କାହାରିକୁ ଜଣା ନାହିଁ ପୃଥିବୀର ସମସ୍ତ ଧର୍ମର (କେବଳ ନାସ୍ତିକତା ମତ ବ୍ୟତିତ) ମତ ଅନୁସାରେ ଏହି ବିଷ୍ଣୁ ନାନା ନାମରେ ଜଗତର ସ୍ରଷ୍ଟା ଓ ଆଦିପୁରୁଷ ବୋଲି ସ୍ୱୀକୃତ ହୋଇଅଛନ୍ତି ସୃଷ୍ଟି କରିବା, ପାଳନ କରିକା ଓ ସଂହାର କରିବ ଏହି ତିନୋଟି ଏକ ବିଷ୍ଣୁଙ୍କର ୩ଟି ପ୍ରକୃତି ବା କର୍ମ ମାତ୍ର

ହିନ୍ଦ ମାନେ ଏହାଙ୍କୁ ବିଷ୍ଣୁ, ମୁସଲମାନ୍ମାନେ ଆଲ୍ଲା, ଇହୁଦୀମାନେ Jehova (ଯିହୋଭା), ଖ୍ରୀଷ୍ଟାନ୍ମାନେ God (ଗଡ଼୍) କହନ୍ତି ବିଷ୍ଣୁ ରଜୋଗୁଣ ଅବଲମ୍ୱନ କରି ସୃଷ୍ଟି କରନ୍ତି, ସତ୍ତ୍ୱଗୁଣ ଅବଲମ୍ୱନ କରି ପାଳନ କରନ୍ତି ଓ ତମୋଗୁଣ ଅବଲମ୍ୱନ କରି ବିନାଶ ବା ପ୍ରଳୟ କରନ୍ତି ହିନ୍ଦଙ୍କମତରେ ବିଷ୍ଣଙ୍କର ନିବାସ କ୍ଷୀରସମୃଦ୍ର ମଧ୍ୟସ୍ଥ

ବୈକୁଣ୍ଠ ଏହାଙ୍କର ଦୁଇଟି ସ୍ତ୍ରୀ—ଲକ୍ଷ୍ମୀ ଓ ସରସ୍ୱତୀ ଲକ୍ଷ୍ମୀ ଚଞ୍ଚଳା, ତପାପି ବିଷ୍ଣୁ ତାଙ୍କୁ ଟିକିଏ ବେଶୀ ଦେଖି ପାରନ୍ତି ବିଷ୍ଣୁଙ୍କ ବାହନ ଗରୁଡ ବିଷ୍ଣୁଙ୍କ ରଥରେ ଚାରୋଟି ଅଶ୍ୱ ଲାଗନ୍ତି ସେମାନଙ୍କର ନାମ, (୧) ଶୈବ୍ୟ, (୨) ସୁଗ୍ରୀବ, (୩) ମେଘ ପୁଷ୍ପ, (୪) ବଳାହକ 'ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ, ଯୋଚିଲା ବଳଳାହକ ଅଶ୍ୱ  ଜଗନ୍ନାଥ—ଭାଗବତ 

ଏହି ପୃଥିବୀରେ କ୍ରମଶଃ ପୁଣ୍ୟ କମିଯାଇ ପାପଭାର ବୃଦ୍ଧି ହେଲେ ବିଷ୍ଣୁ ପୃଥିବୀର ରୂପଧାରଣ କରି ଅବତୀର୍ଣ୍ଣ ହୋଇ ଭିନ୍ନ ଭିନ୍ନ ଅବତାରରେ ଦୁଷ୍ଟ ସଂହାର କରି ଧର୍ମ ସଂସ୍ଥାପନ ପୂର୍ବକ ପୃଥିବୀର ପାପଭାର କମାନ୍ତି ଏହି ଅବତାରମାନଙ୍କ ମଧ୍ୟରେ ୧ ଗୋଟି ପ୍ରଧାନ ଯଥା— ମତ୍ସ୍ୟ. କଚ୍ଛପ, ବରାହ, ବାମନ, ନୃସିଂହ, ରାମ, ପରଶୁରାମ, କୃଷ୍ଣ, ବୁଦ୍ଧ ଓ କଳ୍ୱୀ ଏହି କଳିଯୁଗରେ ବିଷ୍ଣୁ କଳ୍କୀ ଅବତାରରେ ଅବତୀର୍ଣ୍ଣ ହେବେ ବିଷ୍ଣୁ ବର୍ତ୍ତମାନ ବୌଦ୍ଧାବତାର ଧରି ଜଗନ୍ନାଥରୂପେ ପୁରୀରେ ବିରାଜମାନ ବିଷ୍ଣୁଙ୍କର ବାର ୧୨: ମାସରେ ପୂଜନୀୟ ରୂପ ଓ ନାମ— ମାର୍ଗଶିର—କେଶବ, ପୌଷ—ନାରାୟଣ, ମାଘ—ମାଧବ, ଫାଲ୍ଗୁନ—ଗୋବିନ୍ଦ, ଚୈତ୍ର—ବିଷ୍ଣୂ, ବୌଶାଖ— ମଧୂସୂଦନ, ଜ୍ୟୈଷ୍ଠ—ତ୍ରିବିକ୍ରମ, ଆଷାଢ଼—ବାମନ, ଶ୍ରାବଣ —ଶ୍ରାଧର, ଭାଦ୍ର—ହୃଷୀକେଶ, ଆଶ୍ୱିନ—ପଦ୍ମନାଭ, କାର୍ତ୍ତିକ —ଦାମୋଦର ବିଷ୍ଣୁଭକ୍ତମାନଙ୍କୁ ବୈଷ୍ଣବ ବୋଲାଯାଏ ]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ଶ୍ରୀବିଷ୍ଣୁ; କୌଣସି କାର୍ଯ୍ୟ ଆକମ୍ଭ କରିବା ପୂର୍ବରୁ ମଙ୍ଗଳାଚରଣରୂପରେ ଉଚ୍ଚାରିତ ହେବା 'ବିଷ୍ଣୁ' ଶବ୍ଦ —୧. Interjection used at the beginning of any act as an invocation to God
୨. ପୂଜ୍ୟ ବ୍ୟକ୍ତିଙ୍କ ଦେହରେ କିମ୍ୱା ପୂଜ୍ୟ ପଦାର୍ଥରେ ଅଜ୍ଞାତରେ ଆପଣାର ଗୋଡ଼ ବାଜିଗଲେ ଉକ୍ତଅଙ୍ଗକୁ ବା ବସ୍ତୁକୁ ହାତରେ ସ୍ପର୍ଶ କରି, ହାତକୁ ଆଣି ଆପଣା ମୁଣ୍ଡରେ ଲଗାଇବାବେଳେ ଅପରାଧ ଖଣ୍ଡନାର୍ଥ ଉଚ୍ଚାରିତ ଶବ୍ଦ —୨. An exclamation uttered by a person. whil touching the limb or body of an elderly person which the former has strkuc inadvertently.

[ ଦ୍ରତ—ମୁସଲମାନ୍ ମାନେ 'ତୋବା' ବା 'ବିସିମିଲ୍ଲା' ଶବ୍ଦ ଏହି ସ୍ଥଳରେ ଉଚ୍ଚାରଣ କରନ୍ତି ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ପୁରୁଷଙ୍କୁ ଦିଆଯିବା ନାମ — A name given to males.

[ ଦ୍ର—ବିଷ୍ଣୁ ଶବ୍ଦ— ସଙ୍ଗେ ଅନ୍ୟ ଶଦ୍ଦ ଯୁକ୍ତ ହୋଇ ରଚିତ ନାମ ପୁରୁଷଙ୍କୁ ଓ ସ୍ତ୍ରୀଙ୍କୁ ଦିଆଯାଏ, ଯଥା—ପୁରୁଷଙ୍କ ନାମ—ବିଷ୍ଣୁଗୁପ୍ତ, ବିଷ୍ଣୁ— ଚରଣ, ବର୍ଷ୍ଣୁପ୍ରସାଦ, ବିଷ୍ଣୁଦାସ, ବିଷ୍ଣୂପଦ ସ୍ତ୍ରୀଙ୍କ ନାମ— ବିଷ୍ଣୂପ୍ରିୟା, ବିଷ୍ଣୁଦାସୀ, ବିଷ୍ଣୂପଦା ]