Jump to content

ବୁଢ଼ା

ଉଇକିଅଭିଧାନ‌ରୁ

ବୁଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବୁଢ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ଫୁ.—(ସଂସ୍କୃତ - ବୃଦ୍ଧ; ପ୍ରା. ବୁଡ଼୍ଡ଼, ବୁଡ୍ଡ଼)[ସମ୍ପାଦନା]

୧. ବୃଦ୍ଧ ବ୍ୟକ୍ତି — ୧. Old man; a person of advanced age.
୨. ପ୍ରବୀଣ ବ୍ୟକ୍ତି —୨. A person of large. experience.
୩. (ବାତ୍ସଲ୍ୟାର୍ଥ) ଶିଶୁ —୩ Child (a term of endearment).
୪. ଗୃହର ବା ପରିବାରର ବା ଦଳର ସମସ୍ତଙ୍କ ଠାରୁ ବଦ୍ଧତମ ବ୍ୟକ୍ତି —୪. The oldest person in the family or in a company.

(ଉ—ଅଧଡ଼ ଧଡ଼ା ଘରେ ଭାତ ନାହିଁ ବୁଢ଼ାକୁ ତଡ଼ା ଢଗ)

୫. ଗୃହର ବୟୋଁ ବୃଦ୍ଧ କର୍ତ୍ତା —୫. The master of a family who has become old.
(ବୁଢ଼ୀ—ସ୍ତ୍ରୀ) 

=== ବିଶେଷଣ - (ଫୁ)

୧. ବୃଦ୍ଧ; ଜରାଗ୍ରସ୍ତ —୧. Old.
୨. ବୟୋବୃଦ୍ଧ; ପ୍ରବୀଣବୟସ୍କ —୨. Advanced in age
୩. ପ୍ରାଚୀନ; ପୁରାତନ —୩. Old; ancient.
୪. ଅଧିକରଣବୟସ୍କ —୪. Older; senior in age.

(ଯଥା—ବୁଢ଼ା ବାପା)

୫. ବୃହତ୍; ବଡ଼ —୫. Large; big.

(ଯଥା—ବୁଢ଼ା ଚୁଙ୍ଗୁଡ଼ି; ବୁଢ଼ା କଙ୍କଡ଼ା)

୬. ପୋଖତ; ସ୍ୱପକ୍ୱ; ଅତି ପକ୍ୱ (ଫଳ) —୬. Very ripe; over- ripe (fruit)

(ଯଥା—ବୁଢ଼ା କାକୁଡ଼ି; ବୁଡ଼ା ଲାଉ)

[ଦ୍ରଷ୍ଟବ୍ୟ —ଯେଉଁ ଫଳ ଅତି ପାଚିଗଲେ ସଢ଼ିଯାଏ (ଯଥା, ଆମ୍ୱ ପଣସ, ସପୁରି) ତାକୁ ବୁଢ଼ା ବୋଲାଯାଏ ନାହିଁ; ଯେଉଁ ଫଳ ଅତି ପକ୍ୱ ହେଲେ ବେଶି ଟାଣୁଆ ହୁଏ (ଯଥା— ଲାଉ , କଖାରୁ, କାକୁଡ଼ି , ମୂଳା, ସଜନା ଛୁଇଁ, ବରଗଡ଼ା ଛୁଇଁ) ତାକୁ ବୁଢ଼ା ବୋଲାଯାଏ

୭. ଦଳ ବା ବହୁ ମଧ୍ୟରେ ବୃହତ୍ତମ —୭. Biggest.

(ଯଥା ବୁଢ଼ା ଆଙ୍ଗୁଠି) ===

୮. ଖୁବ୍ ମୋଟା —୮. Very thick or coarse.

(ଯଥା— ବୁଢ଼ା ଲୁଗା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. କାର୍ଯ୍ୟ —୧. Work.

(ଯଥା—ସେ ବୁଢ଼ା କରିବାକୁ ବଡ଼ ଚେମଡ)

୨. କୋକମିନା (ଦେଖ) - — ୨. Kokaminā (See)