ବୁଦ୍ଧ

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବୁଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - ପୁଂ—(ବୁଧ ଧାତୁ= ଜାଣିବା+କର୍ତ୍ତ. ତ)[ସମ୍ପାଦନା]

୧. ଜ୍ଞାନୀ —୧. A wise man; a sage.
୨. ବୈଦ୍ଧମତ ପ୍ରବର୍ତ୍ତକ ମୁନି; ଶାକ୍ୟସିଂହ; ଗୌତମ ବୁଦ୍ଧ —୨. The founder of Buddhism; name of a sage.

[ଦ୍ରଷ୍ଟବ୍ୟ —ଏ ହିମାଳୟର ସମୀପବର୍ତ୍ତୀ କପିଳାବାସ୍ତୁର ରାଜା ଶୁଦ୍ଧୋଦନଙ୍କ ଔରସ ମହାମାୟା ବା ମାୟା ଦେବୀଙ୍କ ଭର୍ଭରୁ ଖ୍ରୀଷ୍ଟ ପୂର୍ବ ୫୫: ଅବ୍ଦରେ ଜନ୍ମ ଗ୍ରହଣ କରି ଗୋପ ନାମ୍ନୀ ରାଜକନ୍ୟାଙ୍କୁ ବିବାହ କରିବା ପରେ ଗୃହ ତ୍ୟାଗ କରି ତପସ୍ୟାଚରଣ ପୂର୍ବକ ସତ୍ୟ ଧର୍ମର ଜ୍ୟୋତି ଲାଭ କରି ପ୍ରଚାର କରିଥିଲେ ଏହାଙ୍କର ଅନ୍ୟ ନାମ ଗୌତମ ସିଦ୍ଧାର୍ଥ, ଶାକ୍ୟସିଂହ ତପଃସାଧନ କରି ସିଦ୍ଧି ଲାଭ କରିବା ପରେ ସେ ସଂସାରରେ ବୁଦ୍ଧ ନାମରେ ଖ୍ୟାତ ହେଲେ ଓ ବୌଦ୍ଧ ଧର୍ମ ପ୍ରଚାର କଲେ ମାଘ ପୂର୍ଣ୍ଣିମା ଦିନ ଏ ଜନ୍ମ ଗ୍ରହଣ କରିଥିଲେ ଶିଶୁ ଅବସ୍ଥାରେ ଏ ମାତାଙ୍କୁ ହରାଇ ଥିଲେହେ ଏହାଙ୍କ ବିମାତା ମହାପ୍ରଜାପତୀ ଏହାଙ୍କୁ ବହୁ ସ୍ନେହରେ ପାଳିଥିଲେ ବାଲ୍ୟକାଳରେ କୌଶିକ ବିଶ୍ୱାମିତ୍ର ଏହାଙ୍କୁ ଅନେକ ଶାସ୍ତ୍ର ଓ କଳା ବିଦ୍ୟା ଶିକ୍ଷା ଦେଇଥିଲେ ବାଲ୍ୟକାଳରେ ରାଜପ୍ରାସାଦରେ ଥାଇ ମଧ୍ୟ ଏ ଏକାକୀ ବସି ସଂସାରର ତ୍ରିବିଧ ଦୁଃଖର ନିବୃତ୍ତିର ଉପାୟ ଚିନ୍ତା କରୁ ଥିଲେ ରାଜା ଶୁଦ୍ଧୋଦନ ପୁତ୍ରଙ୍କର ଏ ବିରାଗଯୁକ୍ତ ଅବସ୍ଥା ଦେଖି ତାଙ୍କୁ ଭୋଗ ବିଳାସ ମଧ୍ୟରେ ରଖିଲେ ଓ ତାଙ୍କୁ ଜଣେ ରାଜକୁମାରୀଙ୍କ ସଙ୍ଗେ ବିବାହ କରାଇଲେ ଥରେ ରାଜକୁମାର ନଗର ଭ୍ରମଣ କରିବା ସମୟରେ ଜଣେ ଦୁର୍ବଳ ବୃଦ୍ଧକୁ, ଥରେ ଜଣେ ରୋଗୀକୁ, ଥରେ ଗୋଟିଏ ଶବକୁ ଦେଖି ସଂସାର ପ୍ରତି ପୂର୍ବାପେକ୍ଷା ବେଶି ବିରକ୍ତ ଓ ଉଦାସୀନ ହେଲେ ଓ ଶେଷରେ ଜଣେ ସନ୍ୟାସୀଙ୍କୁ ଦେଖି ସ୍ଥିର କଲେ ଯେ ସଂସାରର ଦୁଃଖରୁ ମୁକ୍ତି ପାଇବାର ଏକମାତ୍ର ଉପଦ୍ରବ କରିବା ଭୂତ ଓ ଯୋଗିନୀ —Evil spirits and D


ଉପାୟ ବୈରାମ୍ୟ ଅଟେ କାଳକ୍ରମେ ଗୋପାଙ୍କ ଗର୍ଭରୁ ଗୋଟିଏ ପୁତ୍ର ସନ୍ତାନ ଜାତ ହେବାରୁ ସେ ସଂସାର ତ୍ୟାଗ କରିବାର ସ୍ଥିର ସଂକଳ୍ପ କଲେ ଦିନେ ରାତିରେ ସ୍ତ୍ରୀ ନିଦ୍ରିତ ଥିବା ବେଳେ ସେ ଘରୁ ବାହାରି ଗଲେ ସେତେବେଳେ ତାଙ୍କୁ ୨୯: ବରଷ ବୟସ ହୋଇଥିଲା ସେ ଜଙ୍ଗଲକୁ ଯାଇ ତପସ୍ୟା କଲେ ଓ ପରେ ଗୟା ନିକଟସ୍ତ ନିରଞ୍ଜନା ନଦୀରେ କୂଳସ୍ଥ ଉରୁବ ଗ୍ରାମରେ ରହି ଯୋଗ୍ୟସାଧନ ଓ ତପଶ୍ଚରଣ କଲେ ଓ ଏହି ସାଧନାର ଫଳରେ ସେ କାମକ୍ରୋଧାଦି ରିପୁଙ୍କୁ ଦମନ କରିବାକୁ ସମର୍ଥ ହେଲେ ଗୃହରୁ ବାହାରି ଆସିବାର ୭ ବର୍ଷ ପରେ ଆଷାଢ଼ ପୂର୍ଣ୍ଣିମା ରାତ୍ରିରେ ମହାବେଧ୍ୟ ବୃକ୍ଷ ମୂଳରେ ତାଙ୍କର ଉଦ୍ଦୋଧନ ହେଲା ଓ ସେ ବୁଦ୍ଧତ୍ୱ ଲାଭ କଲେ ସେହି ଦିନଠାରୁ ସେ ବୁଦ୍ଧ ବା ଗୌତମ ବୁଦ୍ଧ ନାମରେ ଖ୍ୟାତ ହେଲେ ଧର୍ମ ପ୍ରଚାରାର୍ଥ ସେ କାଶୀ ଆସିଲେ ଓ ତାଙ୍କ ପ୍ରଚାର ପଳରେ ଅନେକ ରାଜା ରାଜକୁମାର, ପ୍ରତିଷ୍ଠିତ ବ୍ୟକ୍ତି ଓ ସାଧାରଣ ବ୍ୟକ୍ତି ତାଙ୍କ ଶିଶ୍ୟତ୍ୱ ଗ୍ରହଣ କଲେ ମଗଧର ରାଜା ବିମ୍ୱିସାର ତାଙ୍କର ଶିଷ୍ୟ ହେଲେ ଓ ସମଗ୍ର ଉତ୍ତର ଭାରତରେ ତାଙ୍କ ପ୍ରଚାରିତ ବୌଦ୍ଧଧର୍ମ ବ୍ୟାପିଲା ତାଙ୍କୁ ଘରକୁ ବାହୁଡ଼ାଇ ଆଣିବାକୁ ରାଜା ଶୁଦ୍ଧୋଧନ ଯେତେ ଲୋକଙ୍କୁ ପଠାଇଲେ ସେମାନେ ବୁଦ୍ଧଦେବଙ୍କ ଶିଶ୍ୟ ହୋଇ ତେଣେ ପଛକୁ ରହିଲେ ପିତାଙ୍କ ଅନୁରୋଧ ରକ୍ଷା କରି ବୁଦ୍ଧଦେବ ରାଜଧାନୀକୁ ଆସିଲେ ତାଙ୍କ ପୁତ୍ର ରାହୁଳ ବୁଦ୍ଧଦେବଙ୍କର ପ୍ରଧାନ ଶିଶ୍ୟ ହେଲେ ତତ୍ପରେ ବୁଦ୍ଧଦେବ ଲିଛବୀର ମହାରାଜାଙ୍କ ନିମନ୍ତ୍ରଣରେ ବୌଶାଳୀ ଗଲେ, ସେଠାରୁ ସଂକାଶ୍ୟ, ଶ୍ରାବସ୍ତୀ, କୌଶାଂବୀ, ରାଜଗୃହ, ପାଟଳୀପୁତ୍ର, କୁଶୀନଗର ଆଦି ଭ୍ରମଣ କରି ଧର୍ମ ପ୍ରଚାର କଲେ ଓ ସହସ୍ର ଲୋକ ତାଙ୍କର ଶିଶ୍ୟ ହେଲେ ତାଙ୍କ ଶିଶ୍ୟ ମାନେ ମଧ୍ୟ ନାନାସ୍ଥାନ ଭ୍ରମଣ କରି ଧର୍ମ ପ୍ରଚାର କଲେ ସେ ସମୟକୁ ହିନ୍ଦୁ ଧର୍ମ ଓ କର୍ମକାଣ୍ଡର ଯଜ୍ଞାର୍ଥେ ପଶୁବଧର ବହୁଳତା ଘୋଟିଥିଲା ସେ ଜୀବ ମାତ୍ରରେ ଦୟା ଓ ଅହିଂଶା ଧର୍ମ ପ୍ରଚାର କଲେ ବୁଦ୍ଧଦେବ ୪୪: ବର୍ଷକାଳ ଧର୍ମ ପ୍ରଚାର କଲେ;ଶେଷରେ କୁଶୀନଗରର ନିକଟବର୍ତ୍ତୀ ବନରେ ଥିବା ଗୋଟିଏ ଶାଳବୃକ୍ଷମୂଳରେ ପ୍ରାୟ ୮ ବର୍ଷ ବୟସରେ ତାଙ୍କର ଦୋହାନ୍ତ ବା 'ପରି— ନିର୍ବାଣ ହେଲା ତାଙ୍କ ମୃତ୍ୟୁ ପରେ ତାଙ୍କର ଉପଦେଶମାନେ ସଂଗୃହୀତ ହୋଇ ୩ଭାଗରେ ତ୍ରିପିଟକ ଗ୍ରନ୍ଥ ସଙ୍କଳିତ ହେଲା ଏହାଙ୍କ ଦାର୍ଶିନିକ ସିଦ୍ଧାନ୍ତ ବ୍ରାହ୍ମବାଦ ବା ସର୍ବତ୍ମ ବାଦ ଥିଲା ଆଜକୁ ୩ ବର୍ଷ ତଳେ ହିମାଳୟର ପାଦ ଦେଶ ନେପାଳ ତରାଇ (Terai) ଅଞ୍ଚଳରୁ ଜଣେ ପ୍ରତ୍ନ— ତତ୍ତ୍ୱବିଦ୍ ସାହେବ (ଫୁରର୍) ଖଣ୍ଡିଏ ଶିଳାଲିପି ପାଇଥିଲେ ଓ ସେଥିରେ ଲେଖାଥିବା ୬ ଧାଡ଼ି ବ୍ରାହ୍ମୀଅକ୍ଷର ଲିପିରୁ ସେ ସ୍ଥିର କରିଥିଲେ ଯେ ଶିଳାଲିପି ଲିଖିତ 'ଲମ୍ମିନୀ' (ଆଧୁନିକ ନେପାଳର 'ଲମ୍ୱିନୀ' ବା ପ୍ରତିଳିତ ଭାଷାରେ 'ରୁମିଣ୍ଡେଇ') ଗ୍ରାମରେ ବୁଦ୍ଧ ବା ଶାକ୍ୟମୁନି ଜନ୍ମଗ୍ରହଣ କରିଥିଲେ ସେ ଶିଳାଲିପିର ଅନୁବାଦ ଯଥା—ଦେବାନାଂ ପ୍ରିୟ ପ୍ରୟଦର୍ଶୀ ଅଶୋକ ଇଶ୍ୱରଙ୍କର ଅତିପ୍ରିୟ ଥିଲେ; ସେ ତାଙ୍କ ରାଜତ୍ୱ ଆରମ୍ଭରୁ ୨ ବର୍ଷ ପର୍ଯ୍ୟନ୍ତ ଦେଶ ବିଜୟରେ ବ୍ୟାପୃତ ଥାଇ ବହୁ ରକ୍ତପାତ ଓ ନାନା ଅନ୍ୟାୟ ଅତ୍ୟାଚାର କରିଥିଲେହେ, ଶେଷେରେ ଏହି ସ୍ଥାନକୁ ଅସିଥିଲେ ଏବଂ ଈଶ୍ୱରଙ୍କ ଉପାସନା ମନ୍ତ୍ର ଉଚ୍ଚାରଣ କରି କହିଥିଲେ:—"ଏହି ସ୍ଥାନରେ ବୁଦ୍ଧ ଶାକ୍ୟମୁନି ଜାତ ହୋଇଥିଲେ, ତେଣୁ ଏ ସ୍ଥାନ ଅତି ପବିତ୍ର ଅଟେ ବୁଦ୍ଧ ଏଠାରେ ଜାତ ହୋଇଥିବାରୁ ତାଙ୍କରି ପାଇଁ ଗୋଟିଏ ବୃହତ ସୂର୍ଯ୍ୟ ମୂର୍ତ୍ତି ମସନ୍ୱିତ ଶିଳାଫଳକ ଏବଂ ଏକ ପ୍ରସ୍ତର ସ୍ତମ୍ଭ ଏଠାରେ ନିର୍ମିତ ହେଉଅଛି ଏହି ଲ(ଲୌ) ମ୍ମିନୀ ଗ୍ରମାରେ ସେ ଜାତ ହୋଇଥିଲେ ତେଣୁ ଆଜିଠାରୁ ଏହି ଗ୍ରାମରୁ କୌଣସି ରାଜକୀୟ କର ଗ୍ରହଣ କରାଯିବ ନାହିଁ ପରନ୍ତୁ ଗ୍ରାମଟିର ସୌରଷ୍ଠ ସମ୍ପାଦନ ପାଇଁ ରାଜକୋଷରୁ ପ୍ରଚୁର ଅର୍ଥ ବ୍ୟୟ କରାଯିବ" ଅଳ୍ପଦିନ ଳେ ଭୂବନେଶ୍ୱର ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦିଗରେ ପ୍ରାୟ ୧ମାଇଲ୍ ଦୂରରେ କପିଳେଶ୍ୱର ନାମକ ଗ୍ରାମରୁ ଗୋଟିଏ ଶିଳାଲିପି ମିଳିଅଛି ତାହା ବ୍ରାହ୍ମୀ ଅକ୍ଷରରେ ୬ ଧାଡ଼ିରେ ଲେଖା ନେପାଳ ଶିଳାଲିପିରେ ଯାହା ଲେଖା, ଏଥିରେ ମଧ୍ୟ ତାହା ଲେଖା ତେବେ ୭ଟି ସ୍ଥାନରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଏ ନେପାଳ ଶିଳାଲିପିର ୪ଟି ଶବ୍ଦ ଭୁବନେଶ୍ୱର ଶିଳାଲିପିରେ ନାହିଁ ଏବଂ ଭୁବନେଶ୍ୱର ଶିଳାଲିପିର ୩ଟି ଶବ୍ଦ ନେପାଳ ଶିଳାଲିପିରେ ନାହିଁ; କିନ୍ତୁ ଦୁହେଁ ଏକାର୍ଥ— ବୋଧକ ଭୂବନେଶ୍ୱର ଶିଳାଲିପିର ୧ମ ଓ ୨ୟ ଧାଡ଼ିରେ ଥିବା ପ, ନ, ୟ ଅକ୍ଷରମାନଙ୍କ ଗଢ଼ଣ ଶେଷ ଚାରିଧାଡ଼ିରେ ଥିବା ଉକ୍ତ ଅକ୍ଷରମାନଙ୍କ ଗଢ଼ଣରୁ ଟିକିଏ ପୃଥକ୍ ଅନୁମାନ କରାଯାଇ ପାରେ ଯେ ଏହା ୨ଜଣ କାରିଗରଙ୍କ ଦ୍ୱାରା ଖୋଦିତ ଭଭୁବନେଶ୍ୱର ନିକଟରେ ଅଦ୍ୟାପି 'ଲେମ୍ୱାନୀ' ବୋଲି ଏକ ଗ୍ରାମ ଅଛି ଭୁବନେଶ୍ୱର ମନ୍ଦିର ମଧ୍ୟରୁ ମଧ୍ୟ ସଂପ୍ରତି ଗୋଟିଏ ଶିଳାଲିପ ବାହାରି ଅଛି କିନ୍ତୁ ତାହାର ପାଠୋଦ୍ଧାର ଏ ପର୍ଯ୍ୟନ୍ତ ହୋଇ ନାହିଁ—ଦୈନିକ ଆଶା ୨୪୮୨୮: ଶ୍ରୀ ଭଗବାନ ପତିଙ୍କ ପ୍ରେରିତ ପତ୍ର ବସ୍ତୁତାଃ ଜଣାପଡ଼େ ଯେ ନେପାଳରେ ପ୍ରାପ୍ତି ଶିଳାଲିପିର ଭୁବନେଶ୍ୱରତ୍ୱ ଶିଳାଲିପି ଗୋଟିଏ ପ୍ରତିଲିପି ମାତ୍ର ଭୁବନେଶ୍ୱର ଗୋଟିଏ ପ୍ରସିଦ୍ଧ ପ୍ରାଚୀନ ବୌଦ୍ଧକ୍ଷେତ୍ର ଥିଲା, କିନ୍ତୁ ଏ ଅଞ୍ଚଳରେ ଶାକ୍ୟମୁନି ଜନ୍ମଗ୍ରହଣ କରିଥିବା କଳ୍ପନା କଳ୍ପିତ ବୋଲି ଅନୁମିତ ହୁଏ]

୩. ବିଷ୍ଣୁଙ୍କର ୧ ଅବତାର ମଧ୍ୟରୁ କଳିଯୁଗରେ ଅବତୀର୍ଣ୍ଣ ହେବା ଦାରୁରୂପୀ ବୌଦ୍ଧାବତାର (ଏ ଦାରୁ— ମୂର୍ତ୍ତି ଉତ୍କଳରା ନୀଳାଚଳି କ୍ଷେତ୍ରରେ ବା ପୁରୀରେ ଜଗନ୍ନାଥ— ରୂପେ ବିରାଜିତ) —୩. The ninth iucarnation of Bishṇu in the from of an wooden
image in the temple of Puri in Orissa.

[ବୁଦ୍ଧଦେବଙ୍କ କେହି କେହି ବିଷ୍ଣୁଙ୍କର ନବମ ବବା ବୌଦ୍ଧାବତାର ଓ ଜଗନ୍ନାଥବିଗ୍ରହଙ୍କ ସେହି ବୁଦ୍ଧଙ୍କର ଦେହର ଅଂଶବିଶେଷ ବୋଲି କହନ୍ତି ଜଗନ୍ନାଥଦେବଙ୍କର ରଥଯାତ୍ରା ବୌଦ୍ଧ ଉତ୍ସବରେ ଗୋଟିଏ ନିଦର୍ଶନ ବୋଲି କେହି କେହି କହନ୍ତି; କିନ୍ତୁ ପୁରୀରେ ହିନ୍ଦୁମାନଙ୍କର 'ଜଗନ୍ନାଥ ପୂଜା' ସଙ୍ଗେ ଓ ଆଧୁନିକ ହିନ୍ଦୁଧର୍ମର ଆଚାରାଦି ସଙ୍ଗେ ବୌଦ୍ଧଧର୍ମର କୌଣସି ସମତା ଲକ୍ଷିତ ହେଉ ନାହିଁ ଐତିହାସିକମାନେ ସ୍ଥିର କରିଅଛିନ୍ତି ଯେ, ଚୋଡ଼ଗଙ୍ଗ— ଦେବଙ୍କ ସନ୍ତାନହୀନ ପାଟରାଣୀ ଗୁଣ୍ଡିଚା ବା ଗୁଣ୍ଡଚୋଡ଼ୀ ଦେବୀ ବା ଗୁଣ୍ଡିକେରୀ ଦେବୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଆରମ୍ଭ କରିଥିଲେ ଓ ତାଙ୍କ ନାମ ଅନୁସାରେ ରଥଯାତ୍ରାକୁ ଗୁଣ୍ଡିଚା ବୋଲାଯାଏ ବର୍ତ୍ତମାନ ଆଚରିତ ବୌଦ୍ଧଧର୍ମ ଓ ହିନ୍ଦୁଧର୍ମ ସ୍ୱତନ୍ତ୍ର ଧର୍ମ ଅଟେ ହିନ୍ଦୁ ଧର୍ମ ଭାରତର ବାହାରକୁ ଅଗ୍ରସର ହୋଇ ନାହିଁ, କିନ୍ତୁ ବୌଦ୍ଧଧର୍ମ ପ୍ରଚାର— ମାହାତ୍ମ୍ୟରେ ସିଂହଳ, ବ୍ରହ୍ମଦେଶ, ଚୀନ, ତିବ୍ୱତ୍ ଓ ଜାପାନ ଆଦି ଦେଶରେ ବିସ୍ତୁତ ଲାଭ କରିଅଛି ବର୍ତ୍ତ— ମାନ ବୌଦ୍ଧଧର୍ମ ଭାରତରେ ବେଶି ବ୍ୟାପ୍ତି ନୁହେଁ]

ସଂସ୍କୃତ - ବିଣ—(+କର୍ମ. ତ)[ସମ୍ପାଦନା]

୧. ଜ୍ଞାତ; ବିଦିତ —୧. Known.
୨. ଅନୁଭୂତ —୨. Perceived;experienced
୩. ଜାଗରିତ —୩. Awaken.
୪. ବୋଧଗମ୍ୟ; ହୋଇଥିବା —୪. Understood; comprehended.