ବୁଲବୁଲ୍

ଉଇକିଅଭିଧାନ‌ରୁ

ବୁଲବୁଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବୁଲ୍ ବୁଲ୍)[ସମ୍ପାଦନା]

ଗୋବରା ଚଢ଼େଇ; ଚୂଳିଆ ଚଢ଼େଇ; ଶାଖାଶ୍ରୟୀ ବରେ ଗୋବର ରଙ୍ଗର ଛୋଟ ପକ୍ଷୀ —The fly catcher.

[ଦ୍ରଷ୍ଟବ୍ୟ —ଏମାନେ ବଗିଚାରେ ଯୋଡ଼ା ଯୋଡ଼ା ହୋଇ ବୁଲନ୍ତି ଓ କୁଟାକାଠିରେ ବସା ବାନ୍ଧି ଖରାଦିନେ ଛୁଆ କରନ୍ତି ଏମାନେ ଅନେକ ଜାତୀୟ—ଯଥା ===

୧. ନାଲି ବୁଲ୍ ବୁଲ୍—ଏମାନଙ୍କର ମୁଣ୍ଡ, ଗଳା ଓ ଛାତିର ସାମନାରେ ଚକା ଚକା କଳାଦାଗ ଥାଏ; ପେଟ ଓ ଲାଞ୍ଜ ତଳ ତୋଫା ନାଲି; ମୁଣ୍ଡରେ ଚୂଳ ନାହିଁ ଏମାନଙ୍କୁ ବଙ୍ଗଳାରେ ଲାଲ ବୁଲବୁଲ୍ ଓ ଇଂରାଜିରେ Molapastes Bengalenesକହନ୍ତି
୨. ଏ ପ୍ରକାର ବୁଲ୍ୱୁଲ୍ ନାଲି ଓ ଏହାର ଲମ୍ୱ ଚୂଳ ଥାଏ; ପକ୍ଷ ପ୍ରାନ୍ତ ଗୋଲାପୀ ଏମାନଙ୍କୁ ବଙ୍ଗଳାରେ ସିପାଇ ବୁଲ୍ୱୁଲ୍ ଓ ଇଂରାଜିରେ Buculus Melanobucusକହନ୍ତି
୩. ଏ ପ୍ରକାର ବୁଲ୍ୱୁଲ୍ର ମୁଣ୍ଡରେ ଚୂଳ ଅଛି; ଗୋବର ରଙ୍ଗ; ନାହି ତିଳେ ପୁଳାଏ ନାଲି ରୁମ; ଏମାନେ ମଧୁର ଶବ୍ଦ କରନ୍ତି ଓ ଲଢ଼ନ୍ତି ଏମାନଙ୍କର ପୁରୁଷ ଜାତୀୟ ପକ୍ଷୀମାନେ ଗୋଟିଏ ସ୍ତ୍ରୀ—ପକ୍ଷୀ ପାଇଁ ଆପଣା ଭିତରେ ଯୁଦ୍ଧ କରନ୍ତି ଏମାନେ ପାଚିଲା କଦଳୀର ଭାରି ପ୍ରିୟ ଏମାନଙ୍କୁ ବଙ୍ଗଳାରେ ଶା ବୁଲ୍ୱୁଲ୍ ଓ ଇଂରାଜିରେ Paradise fly catcher or Terpisphone Paradisiକହନ୍ତି
୪. ଆଉ ଏକପ୍ରକାର ବଡ଼ ଓ ଗାୟ ପକ୍ଷୀ ଅଛନ୍ତି; ଏମାନଙ୍କୁ ମଧ୍ୟ ବୁଲ୍ୱୁଲ୍ ବୋଲାଯାଏ —Persian Nightingale; Pyconontus jocosus; Maras; Bulbul Pyononotus Halmorrhosu. (ଯୋଗେଶ୍ଚନ୍ଦ୍ର) ଲୋକେ ଚୂଳିଆ ବା ଗୋବରା ଚଢ଼େଇଙ୍କ ଯୁଦ୍ଧ ଦେଖିବା ପାଇଁ ସଉକ୍ରେ ସେମାନଙ୍କୁ ପୋଷି ବିଳାସିତାରେ ସହସ୍ର ଟଙ୍କା ଅପବ୍ୟୟ କରନ୍ତି

ଦେଶଜ - ଅ.[ସମ୍ପାଦନା]

ଶିଶୁମାନଙ୍କ କୋମଳତା ଓ କରୁଣତା ବ୍ୟଞ୍ଜକ ଦୃଷ୍ଟି —Tender and pitiful look of infants and children.

[ଦ୍ରଷ୍ଟବ୍ୟ —ଏହା ଜୁଳୁଜୁଳୁ ଠାରୁ ଅଧିକତର କୋମଳତାବ୍ୟଞ୍ଜ ଏହା ଅପେକ୍ଷା 'ଗୁଲ୍ ଗୁଲ୍' ଚାହାଣି ଅଧିକତର କୋମଳତା ସୂଚନା କରେ]