ବୁଲାଇବା

ଉଇକିଅଭିଧାନ‌ରୁ

ବୁଲାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ବୁଲିବା କ୍ରିୟାର ଣିଜନ୍ତ ରୂପ)[ସମ୍ପାଦନା]

୧. (ସକର୍ମକ) ଗତି କରାଇବା; ଚାଳିତ କରିବା; ଘୂର୍ଣ୍ଣିତ କରାଇବା; ଘୂରାଇବା —୧. To cause a thing to turn round or whirl or revolve.

(ଉ—ଛଅଟି କୁମାର ସେ ଚକ୍ରକୁ ବେଢ଼ିଛନ୍ତି, ଧରି କରି ତାହାକୁ ବୁଲାଉ ଅଛନ୍ତି କୃଷ୍ଣସିଂହ. ମହାଭାରତ ଆଦି)

୨. (ସକର୍ମକ) କୌଣସି ବ୍ୟକ୍ତିକୁ ବହୁ ପଥ ଆକାରରେ ଭ୍ରମଣ କରାଇବା; ଚଳାଇବା —୨. To cause a person to walk a long way fruitlessly.

(ଉ—ବାଇଗଣି! ବୁଲେଇ ବୁଲେଇ ମାଇଲାଣି—ଢଗ)

୩. (ସକର୍ମକ) ଭ୍ରମଣ କରାଇବା; ଟହଲାଇବା — ୩. To cause to move or walk; to take out for an airing.

(ଯଥା—ଘୋଡ଼ାକୁ ନେଇ ପଡ଼ିଆରେ ବୁଲାଇ ଆଣ)

୪. (ସକର୍ମକ) କୌଣସି ବ୍ୟକ୍ତିଙ୍କ ସଙ୍ଗେ ଘେନି ବୁଲିବା —୪. To take with you a person for a walk.

(ଯଥା—ପଣ୍ଡା ଯାତ୍ରୀଙ୍କୁ ନେଇ ଦେଉଳ ବେଢ଼ା ଭିତରେ ବୁଲାଉଛନ୍ତି)

୫. (ସକର୍ମକ) କୌଣସି ପଦାର୍ଥକୁ ବା ହସ୍ତ ଆଦିକକୁ ଇତସ୍ତତଃ ଚାଳିବା; ଚାଳିତ କରିବା —୫. To move to & fro.

(ଉ—ଜିହ୍ୱା ବୁଲାଇ ବେନି କଳେ, ଯେସନେ ବିଜୁଳି ଚଞ୍ଚଳେ ଜଗନ୍ନାଥ. ଭାଗବତ)

୬. (ସକର୍ମକ) ବ୍ୟାୟାମ ବା ଆତ୍ମରକ୍ଷା ନିମନ୍ତେ ଖଡ୍ଗ, ଯଷ୍ଟି ବା ବନୋଟି ଆଦି ଚାଳିତ କରିବା —୬. To wave a stick, sword etc; to brandish; to flourish.
୭. (ଅକର୍ମକ) ମୁଣ୍ଡ ଶବ୍ଦ ସଙ୍ଗେ ଲାଗେ) ଘୂର୍ଣ୍ଣିତ ହେବାପରି ଅନୁଭୂତ ହେବା —୭. To feel dizzy; to have a whirling sensation.

(ଯଥା—୨ ହାତ ଉଚ୍ଚ ପୋଲ ଉପରେ ଠିଆ ହୋଇ ତଳକକୁ ଚାହିଁଲାରୁ ମୋ ମୁଣ୍ଡ ବୁଲାଇଲା)

୮. (ଅକର୍ମକ) (ଦେହ ଶବ୍ଦ ସଙ୍ଗେ ଲାଗେ) ବମନୋଦ୍ୱେଗ ହେବା —୮. To have a tendency to vomit.
୯. (ସକର୍ମକ) ଅନ୍ୟ ଦିଗକୁ ଫେରାଇବା — ୯. To turn to the opposite direction or to another direction.

(ଯଥା—ମଟରଗାଡ଼ିକୁ ପୂର୍ବଆଡ଼କୁ ବୁଲାଇ ରଖ)

୧. (ସକର୍ମକ) ଚତୁର୍ଦ୍ଦିଗରେ ପ୍ରଚାରିତ କରିବା —୧୦. To publish broadcast.

(ଯଥା—ଏ ଆଜ୍ଞାପତ୍ରିକାଟି ପାଞ୍ଚଖଣ୍ଡ ଗାଆଁରେ ବୁଲାଅ)

୧୧. (ଥାଳି, ଭିକ୍ଷାପାତ୍ର ଶବ୍ଦ ପରେ ଲାଗେ) ଉପସ୍ଥିତ ବ୍ୟକ୍ତିମାନଙ୍କ ଠାରୁ ଚାନ୍ଦା ବା ଭିକ୍ଷା ସଂଗ୍ରହ କରିବା ଉଦ୍ଦ୍ୟେଶରେ ଗୋଟିଏ ଥାଳିକୁ ବା ପାତ୍ରକୁ ସମସ୍ତଙ୍କ ପାଶରେ ଦେଖଖାଇ ଆଣିବା —୧୧. To take a tray round amongst assembled persons for begging subscription or alms.
୧୨. (ସକର୍ମକ) (ଦୃଷ୍ଟିକୁ ବା ଆଖିକୁ) ଏଣେ ତେଣେ ସଞ୍ଚାଳିତ କରିବା —୧୨. To turn one's eyes to defferent directions; to roll one's eyes.

[ଦ୍ରଷ୍ଟବ୍ୟ —ବୁଲାଇବା କ୍ରିୟାର ଅସମାପିକାରୂପ ପରେ ଦେବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ ଓ ଭିନ୍ନ ଭିନ୍ନ ଅର୍ଥରେ ଆଣିବା, ନେବା, ପକାଇବା ଆଦି କ୍ରିୟା ଯୁକ୍ତ ହୁଏ, ଯଥା— ଘୋଡ଼ାକୁ ବୁଲିଇ ଆଣ, ପିଲାକୁ ବଜାର ବୁଲାଇ ନିଅ, ଗୋଡ଼କୁ ଖାଲକୁ ବଞ୍ଚାଇ କରି ବୁଲାଇ ପକାଅ]