ବୃତ୍ତି

ଉଇକିଅଭିଧାନ‌ରୁ

ବୃତ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ବୃତ୍ ଧାତୁ+କରଣ. ତି)[ସମ୍ପାଦନା]

୧. ଜୀବିକା; ଦାନା ପାଣି; ପେଶା —୧. Livelihood; employment; profession; means or living.

(ଉ—ବୃତ୍ତ ଏ ମୋ ପୋଷେ କୁଟୁମ୍ୱ—ଭଞ୍ଜ. ବୈଦେହୀଶବିଳାସ ଉ—ତିନିଲୋକ ଖ୍ୟାତ ହୋଇଛି ତୁମ୍ଭ କୀର୍ତ୍ତି; ଆଚରିବ କିରୂପ କହ ଭିକ୍ଷାବୃତ୍ତି—କୃଷ୍ଣସିଂହ. ମହାଭାରତ. ଶାନ୍ତି)

୨. ଖାଦ୍ୟ; ଆହାରୀୟ ବସ୍ତୁ —୨. Food.
୩. (+ଭାବ. ତି) ଖାଇବା; ଭୋଜନ — ୩. Eating meal.
୪. ଖୋରାକପୋଷାକ; ଜୀବନଧାରଣ —୪. Living; maintenance.
୫.
ବ୍ୟବସାୟ —୫. Trade; commerce.

୬. ବ୍ୟାପାର; କର୍ଯ୍ୟ —୬. An act; an event.
୭. ମନୋବୃତ୍ତି; ମାନସିକ ଧର୍ମ —୭. Mental habit or quality; mental faculty.
୮. ପ୍ରବୃତ୍ତି; ଚିତ୍ତର ଗତି —୮. Tendency; inclination.

[ଦ୍ରଷ୍ଟବ୍ୟ —ଯୋଗଶାସ୍ତ୍ର ଅନୁସାରେ ଚିତ୍ତବୃତ୍ତି ୫ ପ୍ରକାରର ବୋଲି କଳ୍ପିତ, ଯଥା—କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ—ହିନ୍ଦୀ - ଶ]

୯. ଇଚ୍ଛା —୯. Volition; wish.
୧. ସ୍ଥିତି —୧୦. Situation; existence.
୧୧. ପ୍ରକୃତି; ସ୍ୱଭାବ —୧୧. Nature; disposition; temper.
୧୨. ଆଚରଣ —୧୨. Conduct.

(ଉ—ଦୁହେଁ ସେ ପରସ୍ପରେ ହସାହସି ହେଲେ, ବଲ୍ୟକାଳ ବୃତ୍ତିକି କଥାବାର୍ତ୍ତା ହେଲେ—କୃଷ୍ଣସିଂହ. ମହାଭାରତ. ଦ୍ରୋଣ)

୧୩. ବ୍ୟବହାର —୧୩. Behaviour; treatment.
୧୪. ସୁତ୍ରର ବ୍ୟାଖ୍ୟା —୧୪. Gloss or comment on aphorisms.

[ଦ୍ରଷ୍ଟବ୍ୟ —ବ୍ୟାକରଣର ସୁତ୍ର ଆଦିର ବ୍ୟାଖ୍ୟାକୁ ୫ ଶ୍ରେଣୀରେ ବିଭକ୍ତ କରା ଯାଇଅଛି—ବୃତ୍ତି, ଭାଷ୍ୟ, ବାର୍ତ୍ତିକ, ଟୀକା, ଟିପ୍ପଣୀ ଯେଉଁ ବ୍ୟାଖ୍ୟା ସଂକ୍ଷିପ୍ତ ଓ ଯହିଁର ରଚନା ଗମ୍ଭୀର ତାକୁ ବୃତ୍ତି ବୋଲାଯାଏ—ହିନ୍ଦୀ - ଶ.]

୧୫. ନାଟକର ରଚନା ପ୍ରଣାଳୀ; ନାଟକୀୟ ବିଷୟ ବର୍ଣ୍ଣନ କରିବାର ଢ଼ଙ୍ଗ; ଶୈଳୀ —୧୫. Style of a drama.

[ଦ୍ରଷ୍ଟବ୍ୟ —ନାଟକର ବୃତ୍ତିକୁ ୪ ସ୍ରେଣୀରେ ବିଭକ୍ତ କରାଯାଇ ଅଛି ଭିନ୍ନ ଭିନ୍ନ ରସର ପ୍ରକାଶ ପାଇଁ ଭିନ୍ନ ବିନ୍ନ ବୃତ୍ତି ନିର୍ଦ୍ଦିଷ୍ଟ ହୋଇଅଛି ୧ କୌଶିକୀ (ଶୃଙ୍ଗାର ରସର ଉପଯୋଗୀ) ୨ ସାତ୍ୱତୀ (ବୀର ରସର ଉପଯୋଗୀ) ୩ ଆରଭଟୀ (ରୌଦ୍ର ଓ ବିଭତ୍ସ ରସ) ୪ ଭାରତୀ (ଅନ୍ୟ ସମସ୍ତ ରସମାନଙ୍କ ଉପଯୋଗୀ) କୌଶିକୀବୃତ୍ତିରେ ସୁବେଶ— ଭୂଷିତା ବହୁ ନାୟିକା, ନୃତ୍ୟଗୀତ, ଭୋଗବିଳାସାଦିର ବର୍ଣ୍ଣନା; ସାତ୍ୱତୀରେ ବୀରାତା, ଗାନଶକ୍ତି, ଦୟା, ସରଳତା ଆଦିର ବର୍ଣ୍ଣନା; ଆରଭଟୀରେ ମାୟା, ଇନ୍ଦ୍ରଜାଲ, ସଂଗ୍ରାମ, କ୍ରୋଧ ଆଦିର ବର୍ଣ୍ଣନା ଭାରତୀ ବୃତ୍ତିରେ ସଂସ୍କୃତବହୁଳ କଥୋପକଥନ ଥାଏ (ହିନ୍ଦୀ - ଶ.) ଏବି ବୃତ୍ତିପରି ନାଟକର ମଧ୍ୟ ୪ଟି ପ୍ରବୃତ୍ତି ଅଛି;୧ ଆବନ୍ତୀ, ୨ ଦାକ୍ଷିଣାତ୍ୟ, ୩ ପାଞ୍ଚାଳୀ ଓ ୪ ଓଡ଼୍ରମାଗଧୀ ] ୨

୧୬. ବ୍ୟାପ୍ତି — ୧୬. Over-spreading; pervading; diffusion.
୧୭. ବର୍ଣ୍ଣରଚନା —୧୭. Composition.
୧୮. (କାବ୍ୟାଳଙ୍କାର) 'କୌଣସି ଶବ୍ଦ କୌଣସି ଭାବ ବା ଅର୍ଥ ପ୍ରକାଶ କରୁ', ବକ୍ତାର ଏବଂଭୂତ ଇଚ୍ଛାମୟ ବ୍ୟାପାର —୧୮. The intention of an author as to the expression of a particular thought by a particular sentence.
୧୯. (କାବ୍ୟାଳଙ୍କାର) ଶବ୍ଦର ଅର୍ଥପ୍ରକାଶିକା ଶକ୍ତି —୧୯. The potency of a word to convey meanning.

[ଦ୍ରଷ୍ଟବ୍ୟ —ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା, ଶବ୍ଦର ଏହି ତ୍ରିବିଧ ଶକ୍ତିକି ତ୍ରିବିଧ ବୃତ୍ତି ବୋଲାଯାଏ]

୨. ଆକାରାନ୍ତର ପ୍ରାପ୍ତି —୨୦. Transformation; assumption of a different shape.
୨୧. ଅକ୍ଷର ସଂଖ୍ୟାତ ଛନ୍ଦ — ୨୧. A poetical metre.
୨୨. ପୁରାଣରେ ଦଶଲକ୍ଷଣ ମଧ୍ୟରୁ ଏକତମ —୨୨. One of the ୧୦ peculiarities of a mythology.

(ଉ—ପ୍ରାଣିମାନଙ୍କ ଯେ ପ୍ରକୃତି, ଜୀବିକା ଆଚାର ଯେ ଗତି ଏସନ ବୃତ୍ତି ଯେ ବୋଲାଇ, ପୁରାଣ ଲକ୍ଷଣଟି ଏହି ଜଗନ୍ନାଥ—ଭାଗବତ)

୨୩. ବୃତ୍ତାନ୍ତ; ବିବରଣ—(ହିନ୍ଦୀ - ଶ.) —୨୩. Description.
୨୪. କର୍ତ୍ତବ୍ୟକର୍ମ (ହିନ୍ଦୀ - ଶ.) —୨୪. Duty.-

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜୀବିକା— ନିର୍ବାହାର୍ଥ ଖଞ୍ଜା ହୋଇଥିବା ଭୂମି; ଜାଗିରି; ଖଞ୍ଜା — ୧. A jagir; land assigned for the maintenance of a person; maintenance-grant.
୨. ପରୀକ୍ଷୋର୍ତ୍ତୀର୍ଣ୍ଣ ଛାତ୍ରକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଦିଆଯିବା ମାସିକ ନିର୍ଦ୍ଧାରିତ ଧନ —୨. Stipend or scholarship awarded to an efficent student.
୩. ଜମି— ବାଡ଼ି —୩. Landed property.
୪. ଚାଷ ଜମି — ୪. Cultivated land.
୫. ପେନ୍ଶନ୍ —୫. Pension; maintenance allowance.