Jump to content

ବୃଦ୍ଧି

ଉଇକିଅଭିଧାନ‌ରୁ

ବୃଦ୍ଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବୃଧ ଧାତୁ+ଭାବ. ତି)[ସମ୍ପାଦନା]

୧. ବ୍ୟାପ୍ତି; ବିସ୍ତାର; ପ୍ରସାର —୧. Extension.
୨. ଆଧିକ୍ୟ —୨. Abundance.
୩. ଅତିରେକ —୩. Excess.
୪. ସମୃଦ୍ଧି;ଉନ୍ନତି; ଅଭ୍ୟୁଦୟ; ବଡ଼ତି —୪. Rise prosperity; promotion.
୫. ବଢ଼ିବା; ବଢତି —୫. Growth;increment; increase; enhancement.
୬. ସମ୍ପତ୍ତି —୬. Wealth.
୭. ସୁଧ; କୁଶୀଦ; ବିୟାଜ —୭. Interest.

(ଉ—ପ୍ରତି ଶତରେ ଚତୁର୍ଥାଂଶ ବୃଦ୍ଧି ଘେନି କୃଷ୍ଣସିଂହ. ମହାଭାରତ ଭୀଷ୍ମ)

୮. (ଫଳିତ ଜ୍ୟୋତିଷ) ଯୋଗ ବିଶେଷ; ବିଷ୍କୁମ୍ଭାଦି ୨୭: ଯୋଗ ମଧ୍ୟରେ ଏକାଦଶ ଯୋଗ —୮. One of the plane-tary conjuctions (astrology).

[ ଦ୍ର—ଏ ଯୋଗ ଶୁଭକର ଅଟେ; ଏ ଯୋଗରେ ଜନ୍ମିବା ବ୍ୟକ୍ତି ବିନୟୀ, ଧନାର୍ଜକ ଓ ବ୍ୟବସାୟୀ ହୁଏ]

୯. (ଆୟୁର୍ବେଦି) କଚୂ ଜାତୀୟ ଲତା କନ୍ଦ —୯. (Āyurbeda) A kind of succulent root.

[ ଦ୍ର—ବୃଦ୍ଧି ଆୟୁର୍ବେଦୋକ୍ତଏକ ପ୍ରସିଦ୍ଧଲତା; ଏହା ଆଜିକାଲି ମିଳେ ନାହିଁ ଏଥିରେ ମୂଳ ଧଳା ଓ ଲୋମଶ ଏଥିର ଫଳ କପାବକଡ଼ା ପରି ଏହା ଅଷ୍ଟବର୍ଗର ଅନ୍ତର୍ଗତ ବୈଦ୍ୟକମତରେ ଏହା ମଧୁର, ଶୀତଳ, ବୀର୍ଯ୍ୟବର୍ଦ୍ଧକ, ଗର୍ଭଧାରକ ଓ ରକ୍ତ, ପିତ୍ତ, କାଶ ଓ କ୍ଷୟରୋଗର ନାଶକ ଏଥିର ପରିବର୍ତ୍ତିରେ ବୈଦ୍ୟମାନେ ଶତମୂଳୀ ବ୍ୟବହାର ଏଥିର ଅନ୍ୟ ସଂସ୍କୃତନାମ ଯୋଗ୍ୟା, ସିଦ୍ଧି, ଲକ୍ଷ୍ମୀ, ପୁଷ୍ଟୀଦା, ଦୃଦ୍ଧିଗାତ୍ରୀ, ମଂଗଲ୍ୟା, ଶ୍ରୀ, ସମ୍ପଦ୍, ଜନେଷ୍ଟା, ଭୂତି, ସୁଖ, ଜୀବଭଦ୍ର—ହିନ୍ଦୀ - ଶ; ଏହାର ଦେହରେ ରୁମ ଥାଏ ଏହା ବର୍ତ୍ତମାନ ଦୁଷ୍ପ୍ରାପ୍ୟ ଏହା ଋଦ୍ଧିଜାତୀୟ] ୧ କୋଷବୃଦ୍ଧିନାମକ ରୋଗ — ୧୦. Scrotal tumour, [ଦ୍ରଷ୍ଟବ୍ୟ —ଏହା ୨ ପ୍ରକାର ଯଥା ===

୧. ଜଳ ବୃଦ୍ଧି —୧. Hydrocele.
୨. ମାଂସ ବୃଦ୍ଧି —୨. Scrotal tumour.]
୧୧. (ବ୍ୟାକରଣ) ସ୍ୱରବର୍ଣ୍ଣର ପ୍ରସାରିତ ଅବସ୍ଥା ବିଶେଷ —୧୧. (grammar) The state of a vowel becoming long in sound according to grammatical rules while forming words,

[ଦ୍ରଷ୍ଟବ୍ୟ —ବ୍ୟାକରଣ ନିୟମ ଅନୁସାରେ ଅ ସ୍ଥାନରେ ଆ, ଇ ଓଈ ସ୍ଥାନରେ ଐ, ଉ ଓ ଊ ସ୍ଥାନରେ ଔ. ଋ ସ୍ଥାନରେ ଆର୍. s ସ୍ଥାନରେ ଆଲୁ ଆଦେଶକୁ ବୃଦ୍ଧି ବୋଲାଯାଏ, ଯଥା ଦ୍ୱିବର୍ଷ+ଇକ—ଦ୍ୱୈବାର୍ଷିକ; ଏଠାରେ ଦ୍ୱିରେ ଥିବା ଇ ଓ ବରେ ଥିବା ଆର ବୃଦ୍ଧି ହେଲା ]

୧୨. (ଆଇନ)—ଅର୍ଥଦଣ୍ଡ; ଜୋପିମାନ —୧୨. (law) fine.
୧୩. (ରାଜନୀତ ଶାସ୍ତ୍ର) ରାଜ୍ୟରେ କୃଷି, ବାଣିଜ୍ୟ, ଦୂର୍ଗ, ସେତୁ, କୁଞ୍ଜିର ବନ୍ଧନ, କନ୍ୟା କର, ବଳାଦାନ ଓ ସୈନ୍ୟ ସନ୍ତିବେଶ, ଏହି ଅଷ୍ଟବର୍ଗର ଉପଚୟ (ହିନ୍ଦୀ - ଶ) —୧୩. (Polity) The improvement of a kingsdom in respect of its agfriculture, trade forts, bridger and
dams, army etc.

୧୪. ସ୍ଫୀତି —୧୪. Swelling.

(ଯଥା—ନଦୀ ବୃଦ୍ଧି; କୋଷ ବୃଦ୍ଧି) ===

୧୫. ସୂତକାଶୌଚ (ହିନ୍ଦୀ - ଶ) —୧୫. Formal pollution due to birth in a family or amongst one's kinsmen.

ଦେଶଜ - ବିଶେଷଣ -(ସଂସ୍କୃତ - ବୃଦ୍ଧିପ୍ରାପ୍ତ)[ସମ୍ପାଦନା]

ବଢ଼ିଯାଇଥିବା (ନଦୀ) —Flooded (river).

[ଉ—ବୃଦ୍ଧି ନଦୀ ତଟପରୋୟେ ଜୀବନ, ଭଞ୍ଜ୍ର. ପ୍ରେମ ସୁଧାନିଧି]