Jump to content

ବେ

ଉଇକିଅଭିଧାନ‌ରୁ

ବେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ଅ (ଫା)[ସମ୍ପାଦନା]

ଅବଜ୍ଞା ବା ତୁଚ୍ଛାର୍ଥକ ସମ୍ୱୋଧନ — (Interjection) A word used in addressing a person in contempt while calling him.

[ଦ୍ରଷ୍ଟବ୍ୟ —ମାନ୍ୟାର୍ଥକ—ହେ, ହୋ, ଆହେ, ଆହୋ ତୁଚ୍ଛାର୍ଥକ— (ପୁଂ) ରେ, ଆରେ, ଇରେ, (ସ୍ତ୍ରୀ) ଲୋ, ଆଲୋ, ଇଲୋ ଅବଜ୍ଞା ବା ଅବମାନନାର୍ଥକ—ବେ, ଆବେ, ଇବେ, ହାଁବେ ଓଡ଼ିଆରେ ଅତି ଘୃଣା ବା ତାଚ୍ଛଲ୍ୟ ସହିତ ନୀଚ ବ୍ୟକ୍ତିକୁ ସମ୍ୱୋଧନ କରିବାରେ 'ବେ' ବ୍ୟବହୃତ ହୁଏ ଓ ସାଧାରଣତଃ ଆପଣାଠାରୁ ନିମ୍ନତର ବ୍ୟକ୍ତିପ୍ରତି 'ରେ' ବ୍ୟବହୃତ ହୁଏ ସମ୍ୱଲପୁର ଅଞ୍ଚଳରେ 'ରେ' ସ୍ଥାନରେ 'ବେ' ବ୍ୟବହୃତ ହୁଏ ]

ଅନୁବାଦ[ସମ୍ପାଦନା]

ବୈଦେଶିକ - (ଫା) ଉପସର୍ଗ[ସମ୍ପାଦନା]

ଅନ୍ୟ ଶବ୍ଦ ପୂର୍ବରେ ଯୁକ୍ତ ହୋଇ ନିଷେଧ, ବୈପରୀତ୍ୟ ଓ ଅଭାବ ଆଦି ବୁଝାଏ (ଏହା ସଂସ୍କୃତ - ବିଶେଷ୍ୟ - ଉପସର୍ଗ ଓ ଇଂ 'Un' 'Il' 'In' 'Ir' ଆଦି ଉପସର୍ଗ ସଙ୍ଗେ ସମାନ) — A persian prefix added to words to denote absence, want, opposition or prevention.

[ଦ୍ରଷ୍ଟବ୍ୟ —ଏହି ଫାରସୀ ଉପସର୍ଗଯୁକ୍ତ ଅନେକ ଶବ୍ଦ ଓଡ଼ିଆ ଭାଷାରେ ବ୍ୟବହୃତ ହୁଏ ତାହା ସମସ୍ତ ସଂଗ୍ରହ କରିବା କଠିନ; ଗ୍ରନ୍ଥରେ କେତେଗୁଡ଼ିଏ ବେଶୀ ବ୍ୟବହୃତ ଶବ୍ଦ ଦିଆଗଲା 'ବେ' ଉପସର୍ଗ ଯୁକ୍ତ କେତେଗୁଡ଼ିଏ ଫାରସୀ ଶବ୍ଦ ଆବିକୃତ ହୋଇ ଭାଷାରେ ଚଳୁଅଛି ଯଥା—ବମଞ୍ଜୁର; ବେମାଲୁମ୍;

ବେଦମ୍ କେତେଗୁଡ଼ିଏ ବିକୃତ ହୋଇ ଚଳୁଅଛି ଯଥା—ବେଜିତ୍ (ପ୍ରକୃତ ବେଇଜ୍ଜିତ୍) ବେକୁବ୍ (ପ୍ରକୃତ (ବେ ବକ୍କୁଫ୍) କେତେଗୁଡ଼ିଏ ଶବ୍ଦରେ ଫାରସୀ 'ବେ' ଉପସର୍ଗ ସଙ୍ଗେ ଅନ୍ୟ ସଂସ୍କୃତ ଶବ୍ଦ ଯୁକ୍ତ ହୋଇ ଚଳୁ— ଅଛି, ଯଥା—ବେଦମ୍ଭ, ବେଧାରା, ବେମର୍ଯ୍ୟାଦା କେତେକ ସ୍ଥଳରେ ଏହି ଉପସର୍ଗ ସଙ୍ଗେ ଅନ୍ୟ ଦେଶୀୟ ଶବ୍ଦ ଯୋଗ ହୋଇଅଛି ଯଥା— ବେମଣିଷ, ବେପନ୍ଥ, ବେଧୂମ୍ ] 

ଅନୁବାଦ[ସମ୍ପାଦନା]

ଦେଶଜ - (ବ୍ୟାକରଣ)[ସମ୍ପାଦନା]

ଭବିଷ୍ୟତକାଳରେ ଧାତୁ ସଙ୍ଗେ ବ୍ୟବହୃତ ପ୍ରତ୍ୟୟବିଶେଷ —An inflection added to verbs to denote the future tense. (୨nd person and ୩rd person)

[ଦ୍ରଷ୍ଟବ୍ୟ —ଆପଣ, ଆପଣମାନେ, ମାନ୍ୟାର୍ଥକ ସେ, ବହୁ— ବଚନାର୍ଥକ ସେମାନେ, ଏଗୁଡ଼ିକ କର୍ତ୍ତା ହେଲେ ଭବିଷ୍ୟତ୍ କାଳରେ କ୍ରିୟାର ରୂପରେ 'ବେ' ଯୁକ୍ତ ହୁଏ ଯଥା— ଆପଣମାନେ ଯିବେ, ଆପଣମାନେ ଆସିବେ, ସେ ଖାଇବେ, ସେମାନେ ଶୋଇବେ ]