ବେତ

ଉଇକିଅଭିଧାନ‌ରୁ

ବେତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବେଁତ, ବେନ୍ତ ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର)[ସମ୍ପାଦନା]

ବେତ ଲତା —Calamis; Cane; Rotang; Rott an Cane; Calamus Rolang.

[ଦ୍ରଷ୍ଟବ୍ୟ —ଏହି ଗଛ ଓ ଏହାର ପତ୍ର କଣ୍ଟକମୟ ଗଛରୁ ଗୋଟିଏ ଗୋଟିଏ ଲମ୍ୱ ନାସୀ ବାହାରେ ତାହା ମଧ୍ୟ ବଙ୍କା କଣ୍ଟାଯୁକ୍ତ ଏହାର ଚୋପା ଛଡ଼ାଇ ଦେଲେ ଏହା ମଧ୍ୟରୁ ସରୁ ଲମ୍ୱା ଚେମଡ଼ ଯଷ୍ଟି ବାହାରେ ବେତ ନାନା କାର୍ଯ୍ୟରେ ଲାଗେ ଏହାକୁ ଚିରି ମତୁଆ କରି ମୋଟ ଦଉଡ଼ି ବଳନ୍ତି, ଚଉକୀ ଓ ଖଟ ବୁଣନ୍ତି, ବେତା ଟୋକେଇ ଆଦି ବୁଣନ୍ତି ବେତ ଲଟା ଲମ୍ୱରେ ୫ ହାତ ପର୍ଯ୍ୟନ୍ତ ବଢିବାର ଦେଖାଯାଏ ଏହାକୁ ଯଷ୍ଟିରୂପେ ବ୍ୟବହାର କରନ୍ତି, ଏଥିରେ ଅପରାଧୀ ଓ ଛାତ୍ରମାନଙ୍କୁ ମାଡ଼ ଦିଆଯାଏ

ଚିରା ବେତଦ୍ୱାରା ଘରଚାଳର ରୁଅ ସଙ୍ଗେ ବତାକୁ ଗଣ୍ଠି ପକାଇ ଭିଡ଼ନ୍ତି ଓ ବାଁଉଶ ପୋତି ବତାରେ କାମୁଡ଼ା ଦେଇ ବେତଦ୍ୱାରା ଗଣ୍ଠି ପକାଇ ବାଡ଼ିତିଆରି କାନ୍ଥ କରନ୍ତି

ବେତ କଣ୍ଟା ଖୁବ ସରୁଆ ଥିବାରୁ ଦେହରେ ବେତ କଣ୍ଟା ଫୋଡି ସ୍ତ୍ରୀ ସ ଲୋକମାନେ ଦେହରେ ଚିତା କୁଟାନ୍ତି ବେତ କୋଳି ପାଚିଲେ ମିଠା ଓ କଷା ଲାଗେ ତାହା ପିଲା ଓ ଗରିବା ଲୋକମାନେ ଖାଆନ୍ତି ବେତ ମଞ୍ଜିରେ ମାଳା କରି ଗରିବ ଲୋକମାନେ ପିନ୍ଧନ୍ତି ବେତର ଅଗ୍ର— ଭାଗସ୍ଥ କୋମଳ ଅଂଶର ଚୋପା ଛଡ଼ାଇ ତା ମଧ୍ୟରେ ଥିବା କନ୍ଦାକୁ କାର୍ତ୍ତିକ ମାସରେ ହବିଶିଆଳୀମାନେ ଭାଜି ଖାଆନ୍ତି, ଏହା ଚିକିଏ ପିତା ଲାଗେ ବେତ କନ୍ଦାକୁ ଚୁନି ଚୁନି କରି କାଟି ଶ୍ରାଦ୍ଧ ପତ୍ରରେ ବଢ଼ାଯାଏ

ଆମ ଦେଶରେ ମୋଟ, ସରୁ, ଡ଼େଙ୍ଗା ଓ ବାଙ୍ଗୁରା— ନନା ପ୍ରକାରର ବେତ ଅଛି ଏକ ପ୍ରକାର ବେତ ପାଣି କୂଳରେ ହୁଏ, ଏହି ବେତକୁ ସଂସ୍କୃତରେ 'ବାନୀର' କହନ୍ତି

ବ୍ରହ୍ମଦେଶ ଓ ଯାଭା ଆଦି ଦ୍ୱୀପରେ ବେତ ଖୁବ୍ ମୋଟ ହୁଏ, ଏପରି କି ସେ ବେତରେ ଚଉକି, ଟେବୁଲ ଆଦି ତିଆରି କରାଯାଏ ବେତର ପ୍ରକାର

୧. ଶଉରି ବେତ ବା ଗଉରି ବେତ—ମୋଟା ବେତ, ଏହାର କଣ୍ଟା ସରୁ ଓ ପତ୍ର ବଡ଼


୨. କାଳି ବେତ—ସରୁ ବେତ, ଏଥିରେ କଣ୍ଟା ନାହିଁ; ଏହାର ପତ୍ର ପାନପତ୍ର ପରି
୩. ପାଣି ବେତ—ସଂସ୍କୃତ - ଜଳବେତସ; ବାନୀର
୪. କାଠ ବେତ—ଖୁବ୍ ମୋଟା ବେତ, ବାଉଁଶ ପରି; ଏହାର ପବଗୁଡ଼ିକ ଅପେକ୍ଷାକୃତ ଲମ୍ୱ]
୨. ବେତର ଯଷ୍ଟି —୨. A stick of cane.
୩. ଅପରାଧୀ ବ୍ୟକ୍ତିକୁ ଦିଆଯିବା ବେତ ମାଡ଼; ବେତ୍ରାଘାତ ଦଣ୍ଡ —୩. Strips withi cane given offenders.
୪. ବେତ୍ରା— ଘାତର ଚିହ୍ନ —୪. Marks of cane strips left on the body.