ବୋଲି

ଉଇକିଅଭିଧାନ‌ରୁ

ବୋଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଦ୍ ଧାତୁ, ପ୍ରା. ବୋଲ୍ଲ)[ସମ୍ପାଦନା]

୧. ଭାଷା;କଥା; ବାକ୍ୟ —୧. Word.
୨. ପ୍ରବଚନ —୨. Saying; proverd.

(ଉ—ଏକ ରାଇଜର ଗାଳି ଅନ୍ୟ ରାଇଜର ବୋଲି ଢଗ)

୩. ବିଜ୍ଞାନ, କଳା ଓ ଶିଳ୍ପ ଆଦିରେ ବ୍ୟବହୃତ ବିଶିଷ୍ଟ ଶବ୍ଦ; ପାରିଭାଷିକ ଶବ୍ଦ — ୩. Phraseology; technical words and phrases used in different sciences and arts.
୪. ଶୁଆଙ୍କୁ ପଢ଼ାଇବାର ବଦ — ୪. Sentences taught to parrots.
୫. ବାହକ ପଶୁଙ୍କ ଚଳାଇବା ପାଇଁ ଚାଳକର ବିଭିନ୍ନାର୍ଥ— ବୋଧକ ବଚନମାନ —୫. Set phrases used by drivers to guide animals.
୬. ଭାଖା;ଭିନ୍ନ ଭିନ୍ନ ଦେଶରେ ପ୍ରଚଳିତ ଭାଷାର ପ୍ରାଦେଶିକ ରୂପ — ୬. Dialectical forms of a language;provincialism.
୭. କଥା କହିବା ସମୟରେ ବିଭିନ୍ନ ବ୍ୟକ୍ତିଙ୍କର ଅଭ୍ୟାସ ଦୋଷରୁ କଥାର ମଝିରେ ମଝିରେ ଉଚ୍ଚାରିତ ନିରର୍ଥକ ବିଭିନ୍ନ ବାକ୍ୟ ବା ଶବ୍ଦ — ୭. Individual peculiarities interspersed at intervals of speech by different persons as a result of habit.
୮. ଏକ ଦେଶର ବିଭିନ୍ନ ଜାତିରେ ବା ସମାଜରେ ଶବ୍ଦର ପ୍ରଚଳିତ ଭିନ୍ନ ଭିନ୍ନ ରୂପ —୮. Different phraseologies or forms of a word current amongst different societies of a locality; patois.
୯. ବାଦ୍ୟ ବଜାଇବାର ସାଙ୍କେତିକ ଧ୍ୱନି; ଘତ; ସ୍ୱରଲିପି; ବାଦ୍ୟର ଉକୁଟ; ବାଦ୍ୟ ଓ ଗୀତର ସ୍ୱରବନ୍ଧ — ୯. The set phraseology for a song or musical instrument.

[ ଦ୍ର—ଭିନ୍ନ ଭିନ୍ନ ବାଦ୍ୟର ଓ ନୃତ୍ୟର ଭିନ୍ନ ଭିନ୍ନ ବୋଲି ଅଛି, ଯଥା—ତାଧିନ୍ଧିନ୍ଦା, ତାକ୍ ତାକ୍ ଧିନ୍ଦା ଇତ୍ୟାଦି ଭିନ୍ନ ଭିନ୍ନ ଗୀତର ଓ ତାଳର ଭିନ୍ନ ଭିନ୍ନ ବୋଲି ଅଛି

ତନ୍ତି. କୁମ୍ଭାର, କମାର, ବେଢ଼ଇ, ଗଉଡ଼, ତେଲି, ପାଟରା, ତୁଳାଭିଣା, ବାଦ୍ୟକାର, ହାତୀ ମାହୁନ୍ତ, ଘୋଡ଼ା ସାଇସ, ଶଗଡ଼ିଆ, କଚୁଆନ୍, ନାଉରୀ, ନାଉରୀ, ଦୋକାନୀ, ଚୋର, ଚିତ୍ରକର, ବୋଷ୍ଣବ, ବ୍ରାହ୍ମଣ, କେଳା ଆଦିଙ୍କର ବ୍ୟବହୃତ ଭିନ୍ନ ଭିନ୍ନ 'ବୋଲି' ଅଛି

ଦେଶର ଭିନ୍ନ ଭିନ୍ନ ଅଂଶରେ ଏକ ଶବ୍ଦର ଭିନ୍ନ ଭିନ୍ନ 'ବୋଲି' ଅଛି ଯଥା—କଟକରେ ଗୋଟିଏ ବସ୍ତୁକୁ ଓଡ଼ିଆମାନେ ଯେଉଁ ନାମରେ ଡାକନ୍ତି, ଗଞ୍ଜାମରେ, ସମ୍ୱଲପୁରରେ ଓ ମେଦିନୀପୁରରେ ଓଡ଼ିଆମାନେ ସେହି ବସ୍ତୁକୁ ଭିନ୍ନ ଭିନ୍ନ 'ବୋଲି'ରେ ଡାକନ୍ତି ଏକ ଅଞ୍ଚଳର ବ୍ରାହ୍ମଣମାନେ ଗୋଟିଏ ବସ୍ତୁକୁ ଯେଉଁ ନାମରେ ଡାକନ୍ତି ଶୂଦ୍ରମାନେ ସେହି ବସ୍ତୁକୁ ଅନ୍ୟ ନାମରେ ବା ବୋଲିରେ ଡାକନ୍ତି ଯଥା—

ବ୍ରାହ୍ମଣଙ୍କ ବୋଲି— ଶୂଦ୍ରଙ୍କ ବୋଲି—

ଗିନା ତାଟିଆ

ମାଇପା,ମଥାଦହି ତେଲ

କଦଳୀ କଦୀଳ

କୁଞ୍ଚି କଞ୍ଚି

କଂସା ବେଲା

ବିଭା ବାହା

ବାପା ବାଆ, ବୋପା

ପିଞ୍ଛା ପରଷୁଣିଆଁ

କଟକ ସହରର ଇତର ବ୍ୟକ୍ତିଙ୍କ ବୋଲି ଭଦ୍ରଲୋକଙ୍କ ବୋଲିଠାରୁ ମଧ୍ୟ ପୃଥକ୍, ଯଥା—

ଭଦ୍ରବୋଲି— ଇତର ବୋଲି—

ଆମେ ହାମେ

ନଈ ଲଇ

ନଡ଼ିଆ ଲଡ଼ିଆ

ନାହା ଲାହା

ନେ ଲେ ଇତ୍ୟାଦି

ଏହିପରି ଘରୋଇ ବୋଲି, କଚିରିଆ ବୋଲି, ମହାଜନିଆ ବୋଲି, ଦଣ୍ଡିଦାରିଆ ବୋଲି ମାନ ମଧ୍ୟ ଅଛି

ବିଭନ୍ନ ବ୍ୟକ୍ତିଙ୍କର କାଥା କହିବାରେ ଗୋଟିଏ ଗୋଟିଏ ବିଶେଷ 'ବୋଲି' ବା 'ମୁଦ୍ରାଦୋଷ' ଥାଏ ଜଣେ ଜଣେ ଲୋକ କଥା କହିଲା ବେଳେ ମଝିରେ ମଝିରେ ଗୋଟିଏ ଗୋଟିଏ ନିରର୍ଥକ ବା ବେଦରକରୀ 'ବୋଲି' ଲଗାଇ ଦିଅନ୍ତି ଏହା କ୍ରମେ ଅଭ୍ୟାସରେ ପରିଣତ ହୋଇଯାଏ ଯଥା—ବର୍ତ୍ତମାନକୁ ଆସୁ, ବ୍ରତମାନ, ବର୍ତ୍ତମାନ, ଗଲାତୁରୁ, ଆନ୍ଗତୁରୁ, ଫୁଲାତ୍, ଜାଣିପାର ଯେ, ବସିକରି, ଆନେ— ତେରେ, କିରିକିରି, ଅଥଚ, ଈଶ୍ୱର ଭଳ କରନ୍ତୁ, ଫେର୍ ଗଲାତୁରୁ, ଫିଣ୍, ବୁଝିଲ ଇତ୍ୟାଦି

"ମୁଁ ସେଠାକୁ ଯାଇଥିଲି, ସେଠାରେ ଘଣ୍ଟାଏ ରହି ଘରକୁ ଫେରିଲି "


ଅନୁବାଦ[ସମ୍ପାଦନା]

ଏହି ବାକ୍ୟଟିକୁ 'ମୁଦ୍ରାଦୋଷ' ବାଲା ଆପଣା ନିରର୍ଥକ 'ବୋଲି' ଲଗାଇ କରି କହନ୍ତି ଯଥା—ବ୍ରତମାନ ମୁଁ ସେଠାକୁ ଯାଇଥିଲେ, ବ୍ରତମାନ ସେଠାରେ ଘଣ୍ଟାଏ ରହି ବ୍ରତମାନ ଘରକୁ ଫେରିଲି

ଏହି 'ବ୍ରତମାନ' ବୋଲିର ପ୍ରୟୋଗ ଏହି ବାକ୍ୟରେ ନିରର୍ଥକ ଅଟେ]

କ୍ରିୟାପଦ -[ସମ୍ପାଦନା]

ବୋଲିବା କ୍ରିୟାର ଅସମାପିକା ରୂପ —The infinite form of the verb Bolibā.

[ସମ୍ପାଦନା]

୧. (ସମୟର ବା ସ୍ଥାନର ସୀମା ନିରୂପକ) ପର୍ଯ୍ୟନ୍ତ; ଅବଧି —୧. Upto.

(ଉ—ବ୍ରାହ୍ମାଙ୍କର ସଭାକୁ ବୋଲି ଘେନି ଗଲେ କୃଷ୍ଣସିଂହ. ମଦାଭାରତ. ସଭା)

୨. ଉକ୍ତ ହୁଏ;ଅଭିହିତ ହୁଏ; କଥିତ ହୁଏ; ବୋଲାଯାଏ; ଲୋକରେ କଥିତ ହୁଏ —୨. Is styled as; is known as.

(ଯଥା—ଯେଉଁ ବର୍ଣ୍ଣମାନ କଣ୍ଠରୁ ଉଚ୍ଚାରିତ ହୁଏ ତାକୁ 'କଣ୍ଠ୍ୟ' ବର୍ଣ୍ଣ ବୋଲି)

୩. ହେଲେ; ସୁଦ୍ଧା —୩. Even.

(ଯଥା—ପୁଅ ରୋଜଗାରିଆ ବୋଲି କଅଣ ବାପଙ୍କ ମୁଣ୍ଡରେ ହରିବକି ?)

୪. ଯେ ହେତୁ; କାରଣରୁ —୪. Because; owing to.

(ଯଥା—ମୁଁ ସେଠାକୁ ଗଲି ବୋଲି ଚାରିଅଣା ଜୋରିମାନା ଦେଲି)

୫: ବୁଝିଲାବେଳକୁ —୫. To speak of.

(ଉ—ସେ ପୁଅଟି ମାଇଁର ଗୋଟିଏ ବୋଲି ଆଖି; ତାକୁ ମାଇଁ ବଡ଼ ଗେହ୍ଲା କରନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ)

୬. ହୋଇଥିବାରୁ —୬. Being.

(ଯଥା—ଆଜି ତାଙ୍କ ପୁଅର ବିବାହ ବୋଲି ସେ ମୋତେ ଖାଇବାକୁ ଡାକିଛନ୍ତି)

୭. କେବଳ —୭. Only.

(ଯଥା—ମୁଁ ବୋଲି ଏତେ ଗାଳି ସହି ଗଲି)

୮. ହେବାର;ଥିବାର —୮. Of being.

(ଉ—ଊହିବି ଏହିଟି ବୋଲି କୃପା କଳ୍ପ ବଲ୍ଲୀଟି କବିସୂର୍ଯ୍ୟ. କିଶୋରୀଚମ୍ପୁ ଣ. ଗୀତ)

୯. ବିଚାର କରି; ଭାବି —୯. Thinking.

(ଯଥା—ମୁଁ ଖାଇବି ବୋଲି ସେଠାକୁ ଯାଇଥିଲି)

୧. ଉଦ୍ଦେଶ୍ୟରେ —୧୦. With a view to.

(ଯଥା—ଡିହ ଖଣ୍ଡି ଫେରି ପାଇବି ବୋଲି ପା଼ଞ୍ଚ ବର୍ଷ ତାଙ୍କର ଚାକିରି କଲି)—

୧୧. ନାମକ —୧୧. Named;

(ଯଥା—ରାମ ବୋଲି ତାଙ୍କର ଏକ ପୁଅ ଅଛି)

୧୨. ଯଥା; ରୂପେ —୧୨. Namely; as.

(ଉ—ବସୁଷେଣ ବୋଲି ତାହାଙ୍କ ନାମ ଦେଲେ କୃଷ୍ଣସିଂହ.ମହାଭାରତ ଆଦି)

୧୩. (ଗୋଟିଏ କ୍ରିୟାଯୁକ୍ତ ବାକ୍ୟର ବିଷୟ ଅନ୍ୟ କ୍ରିୟାଯୁକ୍ତ ବାକ୍ୟର ବିଷୟୀଭୂତ ହେଲେ ୧ମ ବାକ୍ୟ ପରେ ଲାଗିବା ଶବ୍ଦ) ଏହ ମର୍ମରେ ——୧୩. That; to the effect.

(ଉ—ତକା ବାଜୁଥାଇ ବ୍ରଜେ, ଲକିତାର ହୃଦାମ୍ୱୁଜେ, କରୁଣା ଅଛି ବୋଲି ଯା, ନେଲା କେ ତା ହରି କିରେ କବିସୂର୍ଯ୍ୟ. କିଶୋରୀଚମ୍ପ.ଢ ଗୀତା)