ବୋଳିବା

ଉଇକିଅଭିଧାନ‌ରୁ

ବୋଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ବୋଳା(ଳେ)ଇବା—ଣିଜନ୍ତରୂପ]

  • (file)

ଅନୁବାଦ[ସମ୍ପାଦନା]

(ବୋଳିଦେବା—ଅନ୍ୟରୂପ)

[ ବୋଳା ହେ(ଯି)ବା—କର୍ମବାଚ୍ୟରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିପ୍ ଧାତୁର ଅକ୍ଷର ବିପର୍ଯ୍ୟୟ ?)[ସମ୍ପାଦନା]

୧. ଲେପନ କରବା ; ମାଖିବା —୧. To besmear; to anoint; to put a layer upon.

(ଉ—ସମଗରା ପାଟେ ହଂସ ହଂସୀ ପଦ୍ମ—ପରାଗେ ଶରୀର ବୋଳି ରାଧାନାଥ. ପାର୍ବତୀ)

୨. ଘନଭାବରେ ଲେପନ କରିବା —୨. To besmear thickly; to plaster.
୩. ଲେସିବା —୩. To bungle; to daub.

(ଯଥା—ସେ ଲେଖିଲା ବେଳେ କାଗଜ ଉପରେ ଗୁଡ଼ାଏ ସ୍ୟାଇ ବୋଳିଛି)

[ ଦ୍ର—ବ୍ୟବହାରରେ 'ଲେପିବା' ଓ 'ବୋଳିବା' ବା 'ଲେସିବା' ମଧ୍ୟରେ ସାମାନ୍ୟ ପ୍ରଭେଧ ଦେଖାଯାଏ ଲେପିବା—କୌଣସି ପଦାର୍ଥ ଉପରେ ପତଳା କରି ଅନ୍ୟ ଗୋଟିଏ ପାଣିଆ ବସ୍ତୁର ସ୍ତର ଦେବା ଲେସିବା ବା ବୋଳିବା—ଘନସ୍ତର ଲେପିବା ଲଗାଇବା ଓ ମାଖିବା—ଲେପିବାଠାରୁ ପତଳାସ୍ତର; କିନ୍ତୁ 'ବୋଳିବା' ଶଦ୍ଦଦ୍ୱାରା ପରିମାଣଧିକ୍ୟ ସୂଚିତ ହୁଏ]

୪. (ଲକ୍ଷଣାର୍ଥ) ପର ଉପରେ ଦୋଷ ଅର୍ପଣ କରିବା ୪. To lay the blame on another.

(ଯଥା—ସେ ଆପେ ଦୋଷ କରି ମୋ ଉପରେ ବୋଳ ଦେଉଛି)