ବ୍ରହ୍ମଚର୍ଯ୍ୟ

ଉଇକିଅଭିଧାନ‌ରୁ

ବ୍ରହ୍ମଚର୍ଯ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବ୍ରହ୍ମନିଷ୍ଠା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମନ୍+ଚର୍. ଧାତୁ+ଭାବ. ଯ=ଆଚରଣ)[ସମ୍ପାଦନା]

୧. ବ୍ରହ୍ମଚାରୀର ଧର୍ମ ବା କରଣୀୟ ବ୍ରତ — ୧. The austerities practised by a Brahmachārī.
୨. ସ୍ତ୍ରୀର ବା ପୁରୁଷର ସ୍ମରଣ, ଦର୍ଶନ, ସ୍ପର୍ଶ, ବିଶ୍ରମ୍ଭାଳାପ, ମୈଥୁନ ଆଦି ଶାସ୍ତ୍ରୋକ୍ତ ଅଷ୍ଟବଧ ମୈଥୁନରୁ ବିରତିରୂପ ବ୍ରଦ —୨. The vow of complete abstention from any connection with the opposite sex; absolute continence.
୩. ଦ୍ୱିଜାତିଙ୍କର ଉପନୟନର ପରଠାରୁ ବିବାହ ପର୍ଯ୍ୟନ୍ତ ଅବଲମ୍ୱନୀୟ ଗୁରୁଗୃହରେ ବାସ ଓ ବେଦାଧ୍ୟୟନ ରୂପ ଆଶ୍ରମ —୩. The ୧st stage of a Brāhmaṇa's life; the stage before marriage, consisting; of studying the Bedas and leading a chaste life in the house of the preceptor.
୪. ବୀର୍ଯ୍ୟରକ୍ଷାରୂପ ବ୍ରତ; ବୀର୍ଯ୍ୟଧାରଣ —୪. The vow of restraining the flow of semen virile from one's body.

[ ଦ୍ର—ବ୍ରହ୍ମଚର୍ଯ୍ୟ ଆଶ୍ରମ ଦ୍ୱିଜାତିଙ୍କର ଆଶ୍ରୟଣୀୟ ଜୀବନର ୪ ଆଶ୍ରମ ମଧ୍ୟରୁ ପ୍ରଥମ ଆଶ୍ରମ ଦ୍ୱିଜ ବାଳକର ୭ମ ବର୍ଷ ବୟସରେ ଉପନୟନ ସଂସ୍କାର ହେବା ସଙ୍ଗେ ସଙ୍ଗେ ସେ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ପ୍ରବେଶ କରୁଥିଲା ସେ ଯାଇ ଗରୁଙ୍କ ଘରେ ରହି ବେଦାଧ୍ୟୟନ କରୁଥିଲା ବ୍ରହ୍ମଚାରୀ ପକ୍ଷରେ ମଦ୍ୟମାଂସ ଗ୍ରହଣ, ଗନ୍ଧଦ୍ରବ୍ୟ ସେବନ, ସୁସ୍ୱାଦୁ ଓ ମଧୁର ବସ୍ତୁ ଭୋଜନ, ସ୍ତ୍ରୀ ପ୍ରସଙ୍ଗ, ନୃତ୍ୟଗୀତାଦି ଶ୍ରବଣ ଓ ଦର୍ଶନ ନିଷିଦ୍ଧ ଥିଲା ବ୍ରହ୍ମଚାରୀ ପବିତ୍ର ଗୃହସ୍ଥଙ୍କ ଘରୁ ଭିକ୍ଷା କରି ଆଣି ଗୁରୁଙ୍କୁ ଦେଉଥିଲା ଓ ଗୁରୁଙ୍କ ସେବା, ଗୁରୁଙ୍କ ପାଇଁ ହୋମସମିଧ ସଂଗ୍ରହ ଓ ଗୁରୁଙ୍କ ଆଜ୍ଞାପାଳନ ଏବଂ ପ୍ରାତଃ ଓ ସନ୍ଧ୍ୟାରେ ହୋମ କରିବା ବ୍ରହ୍ମଚାରୀର କର୍ତ୍ତବ୍ୟ ଥିଲା ବ୍ରହ୍ମଚର୍ଯ୍ୟ ୨ ପ୍ରକାର:—୧ ଉପକୁର୍ବାଣ ଅର୍ଥାତ୍ ଗୃହସ୍ଥାଶ୍ରମରେ ପ୍ରବେଶ କରିବା ପୂର୍ବରୁ ଅବଲମ୍ୱନୀୟ ଓ ୨ ନୈଷ୍ଠିକ ବା ଆଜୀବନ ବ୍ରହ୍ମଚର୍ଯ୍ୟ— ହିନ୍ଦୀ - ଶ.]