Jump to content

ବ୍ରହ୍ମପୁତ୍ର

ଉଇକିଅଭିଧାନ‌ରୁ

ବ୍ରହ୍ମପୁତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବଙ୍ଗଦେଶର ପୂର୍ବାଞ୍ଚଳବାହୀ ନଦବିଶେଷ — The river Brahmaputra in Assam and East Bengal.

[ଦ୍ରଷ୍ଟବ୍ୟ —ଏ ନଦର ଉତ୍ପତ୍ତି ସମ୍ୱନ୍ଧେ କାଳିକା ପୁରାଣରେ ଲେଖାଅଛି ଯେ ଦିନେ ବ୍ରହ୍ମା ଶାନ୍ତାନୁ ମୁନିଙ୍କ ଅନୁପସ୍ଥିତିରେ ତାଙ୍କ ଆଶ୍ରମରେ ଉପସ୍ଥିତ ହୋଇ ଶାନ୍ତନୁଙ୍କ ସ୍ତ୍ରୀ ଅମୋଘାଙ୍କକ ରୂପରେ ମୁଗ୍ଧ ହୋଇ ତାଙ୍କୁ ଅନୁସରଣ କରିବାରୁ ଅମୋଘା ପଲାଇ ଯାଇ ପର୍ଣ୍ଣକୁଟୀରର ଦ୍ୱାର ରୁଦ୍ଧ କରିଦେଲେ ବ୍ରହ୍ମା କାମଜର୍ଜରିତ ହୋଇ— ଥିବାରୁ ସେହିଠାରେ ତାଙ୍କ ରେତଃ ସ୍କଳିତ ହେଲା ବ୍ରହ୍ମା ଲଜ୍ଜିତ ହୋଇ ସେ ସ୍ଥାନ ତ୍ୟାଗ କଲା ପରେ ଶାନ୍ତନୁ ଆସି ପହଞ୍ଚି ସେ ଅଲୌକିତ ବ୍ରହ୍ମବୀର୍ଯ୍ୟ ଦର୍ଶନ କରି ଆଶ୍ଚର୍ଯ୍ୟନ୍ୱିତ ହୋଇ ଧ୍ୟାନଦ୍ୱାରା ତହିଣର କାରଣ ଅବଧାରଣ କଲେ ଋଷି ତାହା ନିଜେ ପାନ କରି ସ୍ୱୀୟ ଭାର୍ଯ୍ୟା ଅମୋଘାଙ୍କ ଗର୍ଭରେ ତାହା ନିଷେକ କଲେ ଓ ତହିଣର ଫଳରେ ଅମୋଘାଙ୍କଠାରୁ ଏହି ବ୍ରହ୍ମପୁତ୍ର ନଦର ଉତ୍ପତ୍ତି ହେଲା ଏ ନଦ ମାନସରୋବର ରୁବାହାରି ପୂର୍ବାଭିମୁଖରେ ହିମାଳୟର ପୂର୍ବପ୍ରାନ୍ତ ବାଟେ ବୁଲି ପଶ୍ଚିମାଭିମୁଖ ହୋଇ ଆସାମ ଦେଶ ଓ଼ ଦକ୍ଷିଣାଭିମୁଖ ହୋଇ ପୂର୍ବବଙ୍ଗ ଦେଇ ଗୋଆଲନ୍ଦଠାରେ ଗଙ୍ଗା ସଙ୍ଗେ ମିଳିତ ହୋଇ ପଦ୍ମା ବା ମେଘନା ନାମ

ଧାରଣ କରି ବଙ୍ଗୋପସାଗରରେ ପଡ଼ିଅଛି ଏ ନଦର ପୌରାଣିକ ନାମ ଅମୋଘାନନ୍ଦ ଓ ଲୌହିତ୍ୟ ହିନ୍ଦୀ - ଶ. ଏହାକୁ ନଦୀ ବୋଲା ନ ଯାଇ ନଦ ବୋଲାଯାଏ] 

୨. ତୀର୍ଥବିଶେଷ —୨. Name of a Hindu place of pilgrimage.
୩. ମଳୟାଚଳରେ ଜାତ କପିଳବର୍ଣ୍ଣ ସ୍ଥାବର ବିଷବିଶେଷ — ୩. Name of a mineral poison.
୪. (ବ୍ରହ୍ମାଙ୍କ ପୁତ୍ର) ବଶିଷ୍ଠ ଋଷି —୪. The sage Baṡishṭha.
୫. କପିଳ ମୁନି —୫. The sage Kapiḻa.
୬. ନାରଦ ମୁନି —୫. The sage Nārada.
୭. ମନୁ — ୭. Manu.
୮. ମରୀଚି ଋଷି —୮. Sage Marīchi.
୯. ସନକାଦି ଋଷି —୯. Sanaka and other sages said to have been born of Brahmā.