ବ୍ରହ୍ମା

ଉଇକିଅଭିଧାନ‌ରୁ

ବ୍ରହ୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବ୍ରହ୍ମାଣୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ବ୍ରହ୍ମନ୍ ଶବ୍ଦ; ୧ମା. ୧ବ) ଏହା ବେଦର ସାଧାରଣ ସ୍ତୁତିବାଚକ ଶବ୍ଦ ରୂପେ ବ୍ୟବହୃତ ହୋଇଅଛି)[ସମ୍ପାଦନା]

୧. ସ୍ତୁତି —୧. Hymn; prayer.
୨. ସ୍ତୋତା; ସ୍ତୁତିକାରୀ —୨. A man who prays.
୩. କବି —୩. A poet.
୪. ବ୍ରାହ୍ମଣ; ବିପ୍ର —୪. Brāhmaṇa.
୫. ଋତ୍ୱିକ୍; ପୁରୋହିତ —୫. Prist.
୬. ବୈଦିକ ଅନୁଷ୍ଠାନର ପ୍ରଧାନ ପୁରୋହିତ —୬. The chief prist presiding at a Vedcic rite.
୭. କୁଳପୁରୋହିତ —୭. One's family priest.
୮. ବ୍ରହ୍ମହୃଦୟ; ଉତ୍ତରାକାଶସ୍ଥ ନକ୍ଷତ୍ରବିଶେଷ (ନକ୍ଷତ୍ରତଳେ ୩୫: ପରିଚୟ ଦେଖ) — ୮. Name of star; Capplle.
୯. ହିନ୍ଦୁ; ଶାସ୍ତ୍ରୋକ୍ତ ବ୍ରହ୍ମଙ୍କର ୩ ସୁଗଣ ରୂପ ମଧ୍ୟରୁ ଏକତମ; ସୃଷ୍ଟିକର୍ତ୍ତା; ବିଧାତା; ପ୍ରଜାପତି —୯. The Creator of the Universe (according to the Hindus).

[ଦ୍ରଷ୍ଟବ୍ୟ —ବ୍ରହ୍ମା ସଷ୍ଟି କରନ୍ତି; ବିଷ୍ଣୁ ପାଳନ କରନ୍ତି ଓ ଶିବ ସଂହାର କରନ୍ତି—ମନୁସ୍ତୁତି ଅନୁସାରେ ସ୍ୱୟଂଭୁ ଭଗବାନ୍ ପ୍ରଥମେ ଜଳକୁ ସୃଷ୍ଟିକରି ତହିଁରେ ବୀଜ ବୁଣିଲେ, ସେଥିରୁ ଗୋଟିଏ ଜ୍ୟୋତିର୍ମୟ ଅଣ୍ଡ ବାହାରିଲା; ସେହି ଅଣ୍ଡ ମଧ୍ୟରୁ ବ୍ରହ୍ମା ବାହାରିଲେ ଭାଗବତ ଆଦି ପୁରାଣରେ ଅଛି ଯେ ଭଗବାନ୍ ବିଷ୍ଣୁ ପ୍ରଥମେ ମହତ୍ତତ୍ୱ ଅହଙ୍କାର ଓ ପଞ୍ଚ ତନ୍ନାତ୍ରଦ୍ୱାରା ଏକାଦଶ ଇନ୍ଦ୍ରିୟ ଓ ପଞ୍ଚ ମହାଭୁତ, ଏହି ୧୬: କାଳରୁ ସଂଗୃହୀତ ବିରାଟ ରୂପ ଧାରଣ କଲେ ବିଷ୍ଣୁ ଯେତେବେଳେ ଯୋଗନିଦ୍ରାରେ ଶୋଇଥିଲେ ତାଙ୍କ ନାଭିରୁ ଗୋଟିଏ ନାଡ଼ଲଗା ପଦ୍ମଫୁଟିଲା ଓ ସେହି ପଦ୍ମ ମଧ୍ୟରୁ ବ୍ରହ୍ମା ଜନ୍ମିଲେ ବ୍ରହ୍ମାଙ୍କର ଅନ୍ୟ ନାମ ଧାତା, ବିଧାତା, ପ୍ରଜାପତି, ବେଧାଃ, ପିତାମହ, ପରମେଷ୍ଟି ପଦ୍ମଯୋନି, ବୀଧି, ବିଶ୍ୱସୃକ୍ ବ୍ରହ୍ମାଙ୍କର ଦଶଜଣ ମାନସପୁତ୍ର ମରୀଚ, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ. କ୍ରତୁ, ପ୍ରଚେତା ବଶିଷ୍ଠ ଭୃଗୁ ଓ ନାରଦ ପୁରାଣ ମାନଙ୍କରେ ବ୍ରହ୍ମାଙ୍କ ଦେଦମାନଙ୍କର ପ୍ରକଟୟିତା ବୋଲାଯାଇ ଅଛି ବ୍ରହ୍ମା ମନୁଷ୍ୟର ଜନ୍ମ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ନିର୍ଣ୍ଣୟ କରନ୍ତି—ହିନ୍ଦୀ - ଶ)

୯. ବେଦବକ୍ତା —୯. The recitor of the Bedas.
୧. ଅର୍ହତ୍ ବିଶେଷ; ଜୈନ ଉପାସକବିଶେଷ —୧୦. A class of J&aline;i̱na saints.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବ୍ରାହ୍ମଣଙ୍କର ବଂଶୋପଧିବିଶେଷ —୧. A family title of Brāhmaṇas.
୨. (ଲକ୍ଷଣାର୍ଥ)କୌଣସି ବିଷୟରେ ସର୍ବୋଚ୍ଚ ବ୍ୟକ୍ତି ବା କର୍ତ୍ତା —୨. The master or head in any matter.