ବ୍ରାହ୍ମଣୀ

ଉଇକିଅଭିଧାନ‌ରୁ

ବ୍ରାହ୍ମଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବ୍ରାହ୍ମଣ+ସ୍ତ୍ରୀ. ଈ)[ସମ୍ପାଦନା]

୧. ବ୍ରାହ୍ମଣଜାତୀୟା ସ୍ତ୍ରୀ —୧. A Brāhmaṇa woman.
୨. ବ୍ରାହ୍ମଣ ପତ୍ନୀ —୨. A Brāhmaṇa's wife.
୩. ଭର୍ଗୀ; ବ୍ରାହ୍ମଣଝିଆ ଗୁଳ୍ମ —୩. Siphonanthus Indica (plant).
୪. ପୃକ୍କା; ପିଙ୍ଗଡ଼ଶାଗ —୪. A Potherb; Trigonella Cornicjulata.
୫. ବ୍ରାହ୍ମୀଶାଗ —୫. A potherb; Ruta Graveoleness.
୬. ବରଟା; ବିରୁଡ଼ୀ —୬. Wasp.
୭. କାଇ; ପିପୀଲିକା— ବିଶେଷ —୭. A sort of ant; the yellow tree ant.

ଦେ, ବିଶେଷ୍ୟ -[ସମ୍ପାଦନା]

ଓଡ଼ିଶାରେ କଟକଜିଲ୍ଲା ବାଟେ ପ୍ରବାହିତ ହେଉଥିବା ନଦୀବିଶେଷ —Name of a river of Orissa.

[ଦ୍ରଷ୍ଟବ୍ୟ —ବ୍ରାହ୍ମଣୀ ନଦୀ ଛୋଟନାଗପୁର ଅଞ୍ଚଳକୁ ବାହାରି ତାଳଚେରର ଉତ୍ତର ପୂର୍ବ ଓଡ଼ିଶା ଗଡ଼ଜାତକୁ ସ୍ପର୍ଶ କରି ଶାମଳୋଇ, ନିଗ୍ରା ପ୍ରଭୃତି କେତୋଟି ଉପନଦୀ—ଦ୍ୱାରା ପୁଷ୍ଟକଳୋରେ ହୋଇ (ତାଳଚେର ପାଳଲହଡ଼ା ଓ ଡ଼େଙ୍କାନାଳ ବାଟେ ଆସି) ସୁକିନ୍ଦା ଓ ବଳରାମପୁର ଗଡ଼ଠାରେ ମୋଗଲବନ୍ଦି (କଟକ ଜିଲ୍ଲା) ମଧ୍ୟକୁ ପ୍ରବେଶ କରିଅଛି ଏଥିରୁ ଖରସୁଆ ଓ କିମ୍ଭୀରିଆ ନାମକ ଯୋଡ଼ିଏ ଶାଖା ନଦୀ ବାହାରି ପୁଣି ଏଥିସଙ୍ଗେ ମିଳିତ ହେଇଅଛି ବିରୁପା ମହାନଦୀରୁ ବାହାରି ଓ ବୁଢ଼ା ବୈତରଣୀରୁ ବାହାରି ଏଥିସଙ୍ଗେ ମିଶିଅଛି ବ୍ରାହ୍ମଣୀରୁ ମାଈପଡ଼ା ନାମକ ଗୋଟିଏ ଶାଖା ବାହାରି (ବଙ୍ଗୋପ) ସାଗରରେ ପଡ଼ିଅଛି ଆଉ ଗୋଟିଏ ଶାଖା ଗୋବରୀ ନଦୀ ସଙ୍ଗେ ମିଳିତ ହୋଇ ଗଣ୍ଡାଖିଆ ନାମ ଘେନି (ମହାନଦୀର ଏକ ଶାଖା)ଜମ୍ୱୁନଦୀ ସଙ୍ଗେ ମିଶିଅଛି ଅବଶେଷରେ ବ୍ରାହ୍ମଣୀ ବୈତରଣୀ ସଙ୍ଗେ ମିଳିତ ହେଇଅଛି ଏ ସମ୍ମିଳତି ନଦୀର ନାମ ଧାମରା ଧାମରା ସୁଦନ୍ର (?) ନାବ୍ୟ ଅଟେ ପ୍ରତି ସପ୍ତାହରେ ବଡ଼ ବଡ଼ ଜାହାଜମାନ (ବଙ୍ଗୋସାଗରରୁ ଧାମରା ମୁହାଣ ବାଟେ ଚାନ୍ଦ ବାଲି ପର୍ଯ୍ୟନ୍ତ) ଏଥିମଧ୍ୟକୁ ଯାତାୟାତ କରୁଅଛି ଧାମରା ନାମକ ଏକ ବନ୍ଦର ଏହି ଧାମରା ନଦୀର ଉତ୍ତର ତୀରରେ ଅବହସ୍ତିତ (କଟକଜିଲ୍ଲାର) ପଟାମୁଣ୍ଡେଇ ଓ ଧର୍ମଶାଳା ବ୍ରାହ୍ମଣୀ ତୀରରେ ସ୍ଥିତ) ତାଳଚେର ଗଡ଼ ବ୍ରାହ୍ମଣୀ ନଦୀର ଉପରେ ଓ ଡ଼େଙ୍କାନାଳ ଗଡ଼ ପ୍ରାୟ ୪ କ୍ରୋଶ ଅନ୍ତରରେ ଅବସ୍ଥିତ—ପିଆରୀ ମୋହନ ଓଡ଼ିଶାର ଇତିହାସ]