ବ୍ରାହ୍ମ ସମାଜୀ

ଉଇକିଅଭିଧାନ‌ରୁ

ବ୍ରାହ୍ମ ସମାଜୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବ୍ରାହ୍ମ ସମାଜିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -[ସମ୍ପାଦନା]

ବ୍ରାହ୍ମ ସମାଜ ସମ୍ୱନ୍ଧୀୟ —Relating to the Brāhmo Samāja.

ବିଶେଷ୍ୟ -[ସମ୍ପାଦନା]

ବ୍ରାହ୍ମସମାଜର ବିଧିରେ ଉପାସନା କରିବା ବ୍ୟକ୍ତି ===

(ବ୍ରାହ୍ମିକା—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

A Brāhma; a Brāhmo Samājist.

[ଦ୍ରଷ୍ଟବ୍ୟ —ଏମାନେ ନିରାକର ବ୍ରହ୍ମଙ୍କ ଉପାସନା ପ୍ରଥମେ ରାଜା ରାମମୋହନଙ୍କଦ୍ୱାରା ଏ ସମାଜର ସୂତ୍ରପାତ ହୋଇ— ଥିଲା ଓ ରାମମୋହନ ବେଦାନ୍ତ ଅନୁସାରେ ପରଂବ୍ରହ୍ମଙ୍କୁ ଉପାସନା କରୁଥିଲେ ଓ ପ୍ରତିମା ପୂଜା କରୁନଥିଲେ, କିନ୍ତୁ ନିଜେ ଯଜ୍ଞୋପବୀତ ଧାରଣ କରୁଥିଲେ ମହର୍ଷି ଦେବେନ୍ଦ୍ରନାଥ ମଧ୍ୟ ଏହି ଦଳରେ ଥିଲେ ଏହି 'ଆଦି ବ୍ରାହ୍ମସମାଜକୁ' ବ୍ରହ୍ମାନନ୍ଦ କେଶବଚନ୍ଦ୍ର ସଂସ୍କୃତ କରି ନବବିଧାନ ଅନୁସାରେ ବ୍ରହ୍ମା ସମାଜକୁ ଗଠିତ କଲେ ଏହା ସାଧାରଣ ବ୍ରହ୍ମସମାଜ ଓ ପରେ 'ନବବିଧାନ ବ୍ରହ୍ମା ସମାଜ' ନାମରେ ପରିଚିତ ହେଲା ଆଧୁନିକ ବ୍ରାହ୍ମମାନେ ଏହି ସମାଜରେ ଅନ୍ତର୍ଭୁକ୍ତ ଅଟନ୍ତି ଏମାନେ ଜାତିଭେଦ ମାନନ୍ତି ନାହିଁ ଓ ହିନ୍ଦୁ ସମାଜରେ ଜାତିଭେଦ ଜ୍ଞାପକ ପଇତା ଓ ମାଳି ଆଦି ଧାରଣ କରନ୍ତି ନାହିଁ ଏମାନଙ୍କ ଖାଦ୍ୟ ସମ୍ୱନ୍ଧେ କୌଣସି ନିୟମ ନାହିଁ ଫଳତଃ ଏମାନେ ହିନ୍ଦୁ ଓ ଏମାନଙ୍କ ଧର୍ମ ବେଦାନ୍ତର ଏକେଶ୍ୱରବାଦ ବା ଅଦ୍ୱୈତବାଦ ଉପରେ ପ୍ରତିଷ୍ଠିତ ଏମାନେ ଉପାସନା ଓ ବିବାହାଦିରେ କେତେଗୁଡ଼ିଏ ବୈଦିକ ମନ୍ତ୍ର ଓ ମନ୍ତ୍ରର ଅନୁବାଦ ଉଚ୍ଚାରଣ କରନ୍ତି ଏମାନଙ୍କର ବିବାହ ହିନ୍ଦୁଶାସ୍ତ୍ରୋକ୍ତ ବିଧିଦ୍ୱାରା ସମାହିତ ନହେଲେ ମଧ୍ୟ ବିବାହକୁ ଏମାନେ ହିନ୍ଦୁ ମାନଙ୍କ ପରି ଅଛେଦ୍ୟ ଧର୍ମବନ୍ଧନ ବୋଲି ଗ୍ରହଣ କରନ୍ତି କିନ୍ତୁ ଅହିନ୍ଦୁମାନଙ୍କ ନିମନ୍ତେ ଯେଉଁ ବିବାହ ଆଇନ୍ ସରକାର ବିଧିବଦ୍ଧ କରିଅଛନ୍ତି ସେହି ଆଇନ୍ ଅନୁସାରେ ଏମାନଙ୍କର ବିବାହ ସରଙ୍କାରଙ୍କ ନିଯୁକ୍ତ ରେଜିଷ୍ଟ୍ରାଙ୍କ ନିକଟରେ ରେଜିଷ୍ଟାରୁ କରାଯାଏ ଓ ସେଥିରେ ବରକନ୍ୟା 'ହିନ୍ଦୁ' ନୁହନ୍ତି ବୋଲି ଇଜହାର କରନ୍ତି ପୂର୍ବେ ଖାଣ୍ଟି ହିନ୍ଦୁ ସମାଜ ଏମାନଙ୍କୁ ବିଧର୍ମୀ ବୋଲି ଘୃଣା କରୁଥିଲେ; କିନ୍ତୁ ଆଧୁନିକ ହିନ୍ଦୁ ସମାଜ ପୂର୍ବର ସଂକୀର୍ଣ୍ଣତାକୁ ଛାଡ଼ିବାରୁ ବ୍ରାହ୍ମଣମାନେ ବର୍ତ୍ତମାନ ଖାଣ୍ଟି ହିନ୍ଦୁଙ୍କ ସମାଜରେ ମିଶିବାରେ କିଛି ବାଧା ନାହିଁ ଏମନ୍ତ କି ଏମାନେ ହିନ୍ଦୁ ଦେବାଳୟରେ ମଧ୍ୟ ପ୍ରବେଶ କରି ପାରୁଅଛନ୍ତି ଓ ହିନ୍ଦୁମାନଙ୍କ ସାମାଜିକ ଅନୁଷ୍ଠାନ ଓ ଭୋଜିମାନଙ୍କରେ ପ୍ରକାଶ୍ୟରୂପେ ଯୋଗ ଦେଉଅଛନ୍ତି ଆହୁରି ମଧ୍ୟ ଦେଖାଯାଏ ଯେ, ପୂର୍ବେ ଯେତେବେଳେ ଖାଣ୍ଟି ହିନ୍ଦୁମାନଙ୍କର ସଂକୀର୍ଣ୍ଣତା ବେଶି ଥିଲା ଓ ବଙ୍ଗେଦେଶର ବିଲାତ ଫେରନ୍ତାମାନଙ୍କୁ ହିନ୍ଦୁ ସମାଜ ଗ୍ରହଣ କରୁ ନଥିଲା ସେତେବେଳେ ହିନ୍ଦୁ ସମାଜକୁ ତ୍ୟାଗ କରି ଅନେକ ବ୍ୟକ୍ତି ବ୍ରାହ୍ମ ସମାଜର ଆଶ୍ରୟ ନେଉଥିଲେ; କିନ୍ତୁ ଆଜିକାଲି ହିନ୍ଧୁ ସମାଜର ସଂକୀର୍ଣ୍ଣତା କ୍ରମଶଃ କମିଯିବା ଓ ସାମାଜିକ ନିୟମମାନ ଶିଥିଲ ହେବା ସଙ୍ଗେ ସଙ୍ଗେ ବ୍ରାହ୍ମଧର୍ମରେ ନବ ଦୀକ୍ଷିତଙ୍କ ସଂଖ୍ୟା ପୂର୍ବ ପଲ୍ଲ ବଢ଼ି ନାହିଁ ଏହି ଧର୍ମର ତତ୍ତ୍ୱ ଏହି ଯେ—ସୃଷ୍ଟିର ଆଦ୍ୟରେ ଏକମାତ୍ର ନିରାକାର ପରେବ୍ରହ୍ମ ଥିଲେ ଓ ତାଙ୍କଠାରୁ ଏ ସୃଷ୍ଟିର ଆରମ୍ଭ ହୋଇଅଛି ସେ ନିରାକାର, ଅନନ୍ତ, ଅବ୍ୟକ୍ତ, ଅଦ୍ୱି ତୀୟ, ଅପରିମେୟ, ଜ୍ଞାନସ୍ୱରୂପ, ସଚ୍ଚିତାନନ୍ଦ, ପ୍ରେମସ୍ୱରୁପ ନିର୍ବିକାର ଚୈତନ୍ୟମୟ, ମଙ୍ଗଳମୟ, ସର୍ବଜ୍ଞ, ସର୍ବନିୟନ୍ତା, ସର୍ବବ୍ୟାପୀ, ନୀରବଲମ୍ୱ, ସର୍ବଶକ୍ତିମାନ, ସ୍ୱତନ୍ତ୍ରଓ ପରିପୂର୍ଣ୍ଣ ଅଟନ୍ତି ତାହାଙ୍କର କାହା ସହିତ ତୁଳନା ହୋଇ ନ ପାରେ ଏକମାତ୍ର ତାହାଙ୍କ ଉପାସନାଦ୍ୱାରା ଐହିକ ଓ ପାରତ୍ରିକ ମଙ୍ଗଳ ହୁଏ ତାହାଙ୍କ ପ୍ରିୟ କାର୍ଯ୍ୟ କରିବାଦ୍ୱାରା ମଧ୍ୟ ତାଙ୍କର ଉପାସନା କରାଯାଏ ସବୁ ମନୁଷ୍ୟ ଈଶ୍ୱରଙ୍କ ପୁତ୍ର ଥିବାରୁ ପରସ୍ପରଙ୍କ ଭାଇ ଓ ସବୁ ସ୍ତ୍ରୀ ପରସ୍ପରଙ୍କ ଭଉଣୀ ଅଟନ୍ତି ଈଶ୍ୱରଙ୍କ ସୃଷ୍ଟିରେ ଜାତିଭେଦ ନାହିଁ]