ବ୍ୟବହାର

ଉଇକିଅଭିଧାନ‌ରୁ

ବ୍ୟବହାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଅବ+ହୃ ଧାତୁ=ହରଣ କରିବା+କରଣ. ଅ)[ସମ୍ପାଦନା]

୧. କାରବାର; ବ୍ୟବସାୟ; ବାଣିଜ୍ୟ; ବେପାର —୧. Trade; commerce.
୨. ଆଚରଣ — ୨. Conduct; treatment; behaviour.
୩. ଋଣଦାନ; ମହାଜନୀ —୩. Usury; advancing money on interest; investment of money.
୪. ମାମଲା; ମଦ୍ଦଦମା —୪. Law suit; litigation.
୫. ମକଦ୍ଦମାର ବିଚାର —୫. Administration of ustice; judicial trial.
୬. ଆଇନ୍ —୬. Law.
୭. ଲୋକାଚାର; ପ୍ରଥା; ଲୋକପ୍ରଚଳିତ ରୀତି; ସମାଜିତ ପ୍ରଥା —୭. Practice; usage; custom; social custom.
୮. ଚୁକ୍ତି —୮. Contract.
୯. ପ୍ରଚଳନ; କାର୍ଯରେ ଲାଗିବା; ପ୍ରୟୋଗ —୯. Use; vogue.
୧. ଲୌକିକ ବା ସାଂସାରିକ କାର୍ଯ୍ୟ — ୧୦. Wordly work; business,
୧୧. କ୍ରିୟା; କର୍ମ; କାର୍ଯ୍ୟ —୧୧. Affair; act.
୧୨. ବେଭାର; ଲୌକିକତା; ସାମାଜିକ ନିୟମ ଅନୁସାରେ ଦେୟ ଉପଢୌକନ —୧୨. Presents given in observance of social custom.
୧୩. ଉପଭୋଗ — ୧୩. Enjoyment.
୧୪. ଝଗଡ଼ା; ବିବାଦ (ହିନ୍ଦୀ - ଶ) — ୧୪. Dispute; qarrel.
୧୫. ସର୍ତ୍ତ; ପଣ — ୧୫. Condition.
୧୬. ମକଦ୍ଦମା ମୂଳରୁ ଶେଷ ପର୍ଯ୍ୟନ୍ତ ଚାଳିତ ହେବାର ବିଧି —୧୬. Legal procedure.

[ଦ୍ରଷ୍ଟବ୍ୟ —ଓଡ଼ିଆ ବେଭାର ଶବ୍ଦ ଏଥିରେ ଅପଭ୍ରଂଶ]