ବ୍ୟବହାରକାରୀଙ୍କ ଆଲୋଚନା:Tfwyoudontknow

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Tfwyoudontknow,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।

--Snip1 (ମୋ ଆଲୋଚନା) ୧୧:୧୧, ୩ ଅପ୍ରେଲ ୨୦୨୧ (UTC)[reply]

A barnstar for you![ସମ୍ପାଦନା]

The Original Barnstar
Tfwyoudontknow ବାବୁ,
ଏତେ ଗୁଡ଼ିଏ ଯୁଦ୍ଧବିଦ୍ୟା ସମ୍ପର୍କିତ ସୁନ୍ଦର ଶବ୍ଦ ଯୋଡ଼ିଥିବାରୁ ଅନେକ ଧନ୍ୟବାଦ । ଆପଣଙ୍କ ଅବଦାନ ଓ ଆଗ୍ରହ ପାଇଁ ଏଇ କୁନି ଭେଟିଟିଏ । :)

--Snip1 (ମୋ ଆଲୋଚନା) ୧୧:୪୧, ୩ ଅପ୍ରେଲ ୨୦୨୧ (UTC)[reply]

ଧନ୍ଯବାଦ Tfwyoudontknow (ମୋ ଆଲୋଚନା) ୧୦:୨୫, ୧୩ ଅପ୍ରେଲ ୨୦୨୧ (UTC)[reply]

ଆପଣଙ୍କ ତିଆରି ଶବ୍ଦ[ସମ୍ପାଦନା]

ଆଦରର @Tfwyoudontknow, ଉଇକିଅଭିଧାନରେ ସମ୍ପାଦନା କରୁଥିବାରୁ ଅନେକ ସାଧୁବାଦ । ତେବେ ଆପଣ ଯୋଡ଼ିଥିବା ସମସ୍ତ ପ୍ରସଙ୍ଗ ଉଇକିପିଡ଼ିଆ ଶୈଳୀରେ ଲିଖିତ ଓ ଗୁଗୁଲ ଟ୍ରାନ୍ସଲେଟ ଭଳି ଟୁଲ ବ୍ୟବହାର କରି ଓ ପ୍ରାୟ କୌଣସି ପ୍ରକାର ସମ୍ପାଦନା ନ କରି ଏଠାରେ ଯୋଡ଼ାଯାଇଛି । ଯଦି ଆପଣ ଉକ୍ତ ପୃଷ୍ଠାଗୁଡ଼ିକ ଏଠାରେ ରହୁ ବୋଲି ଚାହାନ୍ତି ତେବେ ଆଗାମୀ ସପ୍ତାହେ-ଦୁଇସପ୍ତାହ ଭିତରେ ସେସବୁକୁ ସଜାଡ଼ିପାରିଲେ ଭଲ ହେବ । ଉଇକିଅଭିଧାନ ଶୈଳୀରେ ଲେଖିବା ପାଇଁ ସବୁଠୁ ସୁବିଧା ବାଟ ହେଉଛି ଏକ ଇଂରାଜୀ ପୃଷ୍ଠା ଖୋଲି ସେଥିରେ ଥିବା ଶୈଳୀ ଆଧାରରେ ଲେଖିବା । କେତେକ ଶବ୍ଦ ସେହିଭଳି ଢାଞ୍ଚାରେ ତିଆରି କଲାପରେ ଆପେଆପେ ତା' ପରର ଶବ୍ଦସବୁ ସଜଡ଼ା ହୋଇଯିବ । ଶବ୍ଦାର୍ଥ ନିଜ ମନରୁ ନ ଲେଖି (ଯଥା: ଆପଣଙ୍କ ତିଆରି ଲିପ୍ୟନ୍ତରଣ) ଏକ ଓଡ଼ିଆ ଅଭିଧାନ ଆଧାରରେ ଲେଖିଲେ ଭଲ । ଲେଖିବା ଶୈଳୀ ମଧ୍ୟ ମାର୍ଜିତ ହେବ । ଉଇକି ଅଭିଧାନରେ ସମସ୍ତ ଲେଖା ତୃତୀୟ ପୁରୁଷରେ ଲେଖାଯାଏ । ତେଣୁ ଆପଣଙ୍କ ଲେଖାରେ ଥିବା "ମାନି ନିଅନ୍ତୁ" ବା "ମୁଁ" ଭଳି ଦ୍ୱିତୀୟ/ପ୍ରଥମ ପୁରୁଷ ଉଦାହରଣ ଭାବେ ରହିପାରିବ ନାହିଁ । ଆଶା ଆପଣ ତିଆରି କରିଥିବା ଶବ୍ଦ ୨ ସପ୍ତାହ ଭିତରେ ସଜାଡ଼ି ପାରିବେ ଓ ଆଗକୁ ଉଇକିଅଭିଧାନ ଶୈଳୀରେ ନୂଆ ଶବ୍ଦ ଯୋଡ଼ିପାରିବେ । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୦୯:୦୨, ୨୯ ଜୁଲାଇ ୨୦୨୧ (UTC)[reply]

@Tfwyoudontknow ବାବୁ, ଆପଣଙ୍କ ଦ୍ଵାରା ଗଢାଯାଇଥିବା କିଛି ଶବ୍ଦ (ଯଥା: ଜାହାଜ-ଭେଦି କ୍ଷେପଣାସ୍ତ୍ରବାୟୁରୁ-ବାୟୁ କ୍ଷେପଣାସ୍ତ୍ର)ରେ ମୁଁ ସାମାନ୍ୟ ବଦଳ କରିଛି । ଆପଣଙ୍କ ତିଆରି କରିଥିବା ଅନ୍ୟ ଶବ୍ଦଗୁଡ଼ିକୁ ସେହି ଢାଞ୍ଚାରେ ବଦଳେଇବା ପାଇଁ ଅନୁରୋଧ । କିଛି ଅଧିକ ଜାଣିବା/ପଚାରିବା ପାଇଁ ଚାହୁଁଥିଲେ ଆମ ସହ ଯୋଗାଯୋଗ କରିପାରିବେ । --Snip1 (ମୋ ଆଲୋଚନା) ୧୧:୨୬, ୩୧ ଜୁଲାଇ ୨୦୨୧ (UTC)[reply]