ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବ୍ୟଞ୍ଜନ ବର୍ଣ୍ଣମାଳାର ଚତୁର୍ବିଂଶ ଓ ପ ବର୍ଣ୍ଣର ଚତୁର୍ଥ ବର୍ଣ୍ଣ

[ଏହାର ଉଚ୍ଚାରଣ ସ୍ଥାନ ଓଷ୍ଠ ଦୁଇ ଓଷ୍ଠ ମଧ୍ୟ ଦେଇ ଶ୍ୱାସବାୟୁ ସବେଗରେ ବାହାରି ଗଲେ ଏହା ଉଚ୍ଚାରିତ ହୁଏ ଏହି ଅକ୍ଷରଯୁକ୍ତ ଶବ୍ଦଦ୍ୱାରା ଭ୍ରମର ଓ ମାଛିର ଶବ୍ଦ (ଭଁ ଭଁ; ଭଣ ଭଣ), ମୁଖର ବମନ ଶବ୍ଦ (ଭକ୍ ଭକ୍), ମୁଖ ନିଃସୃତ ଶବ୍ଦ (ଭଟ ଭଟ), ଜଳ, ବୁଦ୍ୱୁଦ ଶବ୍ଦ (ଭର ଭର, ଭୁତ୍ ଭୁଦ୍), ଖଇ ଫୁଟିବାର ଓ ବେତ୍ର ପ୍ରହାରର ଶବ୍ଦ (ଭଡ଼ ଭଡ଼), କାନ୍ଦିବାର ଶବ୍ଦ (ଭେଁ ଭେଁ), କୁକ୍କୁରର ଶବ୍ଦ (ଭୋ ଭୋ) ତୁରୀ, ଭେରୀ ଓ ଶଙ୍ଖଧ୍ୱନି (ଭୁଁ, ଭୋଁ) ଇତ୍ୟାଦି ଅନେକ ଶବ୍ଦ ପ୍ରକାଶିତ ହୁଏ ଏ ଅକ୍ଷରର ୨ ପ୍ରକାର ଉଚ୍ଚାରଣ ଭେଦ ଅଛି; ଦୁଇ ଓଠକୁ ସମୂର୍ଣ୍ଣରୂପେ ବନ୍ଦ କରି ପରେ ଛାଡ଼ିଲେ ଭ (ଇଂରାଜି bh) ଓ ଓଠକୁ ସାମାନ୍ୟ ପୃଥକ୍ ରଖି ଛାଡ଼ି ଦେଲେ ଅବର୍ଗ୍ୟ ବ ଭଳି ଭ (ଇଂରାଜି v) ହୁଏ] —The twentyfourth consonant corresponding to the aspirate b (=bh).

ସଂସ୍କୃତ - ବିଶେଷ୍ୟ - (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ)[ସମ୍ପାଦନା]

୧. ନକ୍ଷତ୍ର —୧. Star.

[ଉ— ଭରାଜି କି ହାର ସେ ବକ୍ଷ ଆକାଶେ କବିସୂର୍ଯ୍ୟ. ସଙ୍ଗୀତ]

୨. ଶୁକ୍ରାଚାର୍ଯ୍ୟ —୨. The preceptor of the demons.
୩. ଗ୍ରହ —୩. Planet.
୪. ଜ୍ୟୋତିଷିକ ରାଶି —୪. A sign of the zodiac.
୫. (ଭ୍ରମ୍ ଧାତୁ+ଭାବ. ଅ)—ଭ୍ରମ; ଭ୍ରାନ୍ତି —୫. Mistake; error.
୬. (ଭଣ୍ ଧାତୁ—ଶବ୍ଦ କରିବା+କର୍ତ୍ତୃ. ଅ) —ଭ୍ରମର —୬. Black bee.