ଭଅଁର
ଦେଖଣା
ଭଅଁର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରମର)
[ସମ୍ପାଦନା]- ୧. ଭ୍ରମର; ଭୃଙ୍ଗ; ଦ୍ୱିରେଫ — ୧. The black bee; the humble-bee; Andrenidae.
[ଦ୍ରଷ୍ଟବ୍ୟ —କବିମାନେ ମଧୁକର (ମହୁମାଛି) ଓ ଭ୍ରମର ମଧ୍ୟରେ ପ୍ରଭେଦ ରଖି ନାହାନ୍ତି ଉଭୟେ ପୁଷ୍ପର ମଧୁ ଖାଆନ୍ତି, କିନ୍ତୁ ମହୁମାଛିମାନେ ମଧୁ ସଞ୍ଚୟ କରି ମହୁଫେଣା ବାନ୍ଧି ଦଳ ଦଳ ହୋଇ ରହନ୍ତି ଭ୍ରମରମାନେ ଏହା କରନ୍ତି ନାହିଁ ଭ୍ରମରମାନେ କଳା ଓ ମହୁମାଛିମାନଙ୍କଠାରୁ ବଡ଼
କେହି କେହି ଭଅଁର ଓ ବିରୁଡ଼ି (ସଂସ୍କୃତ - ବରଟ)ଙ୍କୁ ଏକ ଜାତୀୟ ଜୀବ କହନ୍ତି; କିନ୍ତୁ ସେମାନେ ପୃଥକ୍ ବିରୁଡ଼ି— ମାନେ ଏକତ୍ର ବସା ବାନ୍ଧି ରହନ୍ତି]
- ୨. କାଠରେ ଛିତ୍ର କରିବା ଯନ୍ତ୍ରବିଶେଷ — ୨. Auger; gimlet; boring instrument.