ଭଅଁରା
ଭଅଁରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]
ବଡ଼ ଛତା ପରି ବାଉଁଶବୁଣା ଓ ଛପର ହୋଇଥିବା ଗୋଟିଏ ଗୋଲାକାର ଚାଳି ଏହାକୁ ବୁଣାବୁଣି କରି ମୁଣ୍ଡାଇ ନେଇ ଲୋକେ ଚାରିଟି ଖୁଣ୍ଟ ଉପରେ ରଖି ଭାଡ଼ି ବାନ୍ଧନ୍ତି ଏବଂ ସେହି ଭାଡ଼ିରେ ରହି ବଣ ଜଙ୍ଗଲରେ ଥିବା ଖେତ କିଆରୀମାନ ଜଗନ୍ତି —
A sort of provisional thatch with frame- work of bamboo with thatch propped up by four pillars used by people in the jungles of Orissa States as a protection while guarding crops.
ଭମରା, ଭମରଅନ୍ୟରୂପ
ଗ୍ରାମ୍ୟ - ବିଶେଷ୍ୟ - (ଅନାଦରାର୍ଥମ)[ସମ୍ପାଦନା]
ଭ୍ରମରବର ନାମଧାରୀ ବ୍ୟକ୍ତିକୁ ଡାକିବା ନାମ —Abbreviated way of calling persons named Bhramarabara.
(ଉ—ଚଅଁର ଭଅଁର ଦିଓଟି ଭାଇ, ମାଛି ମାରିଗଲେ ବାଉରୀସାଇ—ଢଗ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ବାଉଁଶ କାଠିରେ ବୁଣା ଏକପ୍ରକାର ବଡ଼ ଖଇଞ୍ଚି —A wicker- work cage-like contrivance for catching fish.