ଭଟା
ଦେଖଣା
ଭଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜୁଆର—ବିପରୀତ)
ଅନୁବାଦ
[ସମ୍ପାଦନା]ଭଟା
|
ସଂସ୍କୃତ - ବିଶେଷ୍ୟ - (ଭଟ୍ ଧାତୁ=ପୋଷଶ କରିବା+ସଂଜ୍ଞାର୍ଥେ କର୍ତ୍ତୃ. ଅ +ଆ)
[ସମ୍ପାଦନା]ଇନ୍ଦ୍ରବାରୁଣୀ; ଦୋରେଖ ଚାଉଳ; ମହାକାଳ ଫଳ —Colocynth.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃତ୍ ଧାତୁ= ଚାଳନ କରିବା)
[ସମ୍ପାଦନା]- ୧. ସମୁଦ୍ର ଜଳସ୍ଫୀତିର ଦୈନିକ ହ୍ରାସ —୧. Ebb-tide of the ocean.
- ୨. ସମୁଦ୍ର ଭଟ୍ଟା ଯୋଗୁଁ ସମୁଦ୍ରଗାମୀ ନଦୀର ଜଳହ୍ରାସ — ୨. The ebb-tide of a river.
- ୩. ନଦୀର ଯେଉଁ ଅଂଶରେ ଡଙ୍ଗା ବା ପଟାଳି ଯିବା ପାଇଁ ଯଥେଷ୍ଟ ଗଭୀର ଜଳ ନ ଥାଏ —୩. The shallow part of a river.
- ୪. କ୍ଷୟ; ଅବନତି —୪. Waning; deterioration.
- ୫. ପ୍ରତାରଣା; ଠକାମୀ —୫. Fraud; deceit; cheating.
- ୬. କ୍ଷତି; ଲୋକସାନ — ୬. Lose.
- ୭. (ସଂସ୍କୃତ - ଭଟ୍ଟ) ପିଆଦା —୭. A peon.
ପ୍ରାଦେଶିକ -(ବାମଣ୍ଡା) ବିଶେଷ୍ୟ -
[ସମ୍ପାଦନା]- ୧. ବାହାର; ଘରର ବହିର୍ଦେଶ —୧. The outside part of a house.
- ୨. (ବୈଦେ) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଭାଟା)— ନଦୀର ଜଳସ୍ରୋତ ନିକଟସ୍ଥ ଶୁଷ୍କ ସ୍ଥାନ —୨. A dry place near the river-current.
- ୩. (ବୌଦ) ବିଶେଷ୍ୟ - ନଦୀର ଦୁଇ କୂଳରେ ଥିବା ଶୁଖିଲା ସ୍ଥଳଭାବ —୩. The dry banks of a river.
- ୪. (କଳାହାଣ୍ଡି ଓ ଜୟପୁର) ଢିପ ଜମି —୪. High land.