ଭାଙ୍ଗିବା

ଉଇକିଅଭିଧାନ‌ରୁ

ଭାଙ୍ଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭନ୍ଜ ଧାତୁ)[ସମ୍ପାଦନା]

୧. (ସକର୍ମକ) ଭଗ୍ନ କରିବା; ଖଣ୍ଡ ଖଣ୍ଡ କରିବା —୧. To break; to break into pieces.
୨. (ଅକର୍ମକ) ତୁଟିବା; ଭଗ୍ନ ହେବା —୨. To be broken.
୩. (ସକର୍ମକ) କୌଣସି ବ୍ୟକ୍ତିର କଥାକୁ ରକ୍ଷା ନ କରିବା — ୩. To disregard a person's request.

[ଉ—ତା ଶୁଣି କେତେ ଋଷି ଶାସ୍ତ୍ରକୁ ପଢ଼ିଲେ, କେତେ ଋଷି ଯୁକ୍ତି କରି ତାହା ଭାଙ୍ଗି ଦେଲେ କୃଷ୍ଣସିଂହ. ମହାଭାରତ. ସଭା]


(ଭାଙ୍ଗିଦେବା—ସକର୍ମକ ଅନ୍ୟରୂପ)

(ଭାଙ୍ଗିଯିବା—ଅକର୍ମକ ଅନ୍ୟରୂପ)

୪. (ସକର୍ମକ) (ଆଦେଶ) ଅମାନ୍ୟ କରିବା; ଲଙ୍ଘନ କରିବା —୪. To disobey; to transgress.

(ଉ—ମୋ ଆଜ୍ଞା ଭାଙ୍ଗିଯିବା ତୋହର ଶକତି—କୃଷ୍ଣସିଂହ. ମହାଭାରତ. ବନ)

୫. (ସକର୍ମକ) (ପ୍ରସ୍ତାବ) ସ୍ଥଗିତ ରଖିବା —୫. To postpone or adjourn a proposal; to hold in abeyance.
୬. (ସକର୍ମକ) ଛାରଖାର କରିବା; ଧ୍ୱଂସ କରିବା; ବିନଷ୍ଟ କରିବା —୬. To destroy; to demolish.

(ଉ—ଯୁଦ୍ଧ କରି ଭାଙ୍ଗିବି ନୃପପରାକ୍ରମ— କୃଷ୍ଣସିଂହ ମହାଭାରତ. ସଭା)

୭. (ସକର୍ମକ) (ମଣ୍ଡଳ ଆଦି) ଅଙ୍କନ କରିବା —୭. To draw circles and figures.
୮. (ଅକର୍ମକ) (କଚିରି ଆଦିର କାର୍ଯ୍ୟ) ବନ୍ଦ ହେବା —୮. To be dismissed; to be closed (said of courts offices).
୯. ଦୁଇ ଜଣଙ୍କ ମଧ୍ୟରେ ମନୋବିବାଦ ଘଟାଇବା (ଯଥା—ସେ ଅମୁକ ଦୁଇ ଜଣଙ୍କ ମନ ଭାଙ୍ଗିଦେଲା) —୯. To cause dissension between two perrsons.
୧. (ସକର୍ମକ) (ମକଦ୍ଦମା) ଆଦି ଆପୋସିରେ ମୀମାଂସା କରିବା —୧୦. To settle (cases) amicably.
୧୧. (ସକର୍ମକ) (ପଡ଼ିଆ ଜମିକୁ) ଉଠିଆ କରିବା; ପଡ଼ିଆ ଜମିକୁ ହାଣି ମାରି ଚାଷ ଚମିରେ ପରିଣତ କରିବା —୧୧. To reclaim; to bring under cultivation.
୧୨. (ସକର୍ମକ) ଦୂର କରିବା — ୧୨. To remove.

(ଉ—ସେ ଅବା କିରୂପରେ ଭାଙ୍ଗିବେ ସନ୍ଦେହ କୃଷ୍ଣସିଂହ ମହାଭାରତ ବନ)

୧୩. (ସକର୍ମକ) ନିନ୍ଦିବା; ବଳିଯିବା —୧୩. To excel; to exceed.

(ଉ—ସିଂହୀ ସିଂହ ହସ୍ତୀ ହସ୍ତିନୀଠାକୁ ଗଲା, ଶୋଭାକୁ ଦ୍ରୋପଦୀଙ୍କ ଯିବାର ଭାଙ୍ଗିଲା— କୃଷ୍ଣସିଂହ ମହାଭାରତ ବିରାଟ)

୧୪. (ଗୋବରା ଚଢ଼େଇ ପାଳିବାବାଲାଙ୍କ ଭାଷା) (କୌଣସି ଗୋବରା ଚଢ଼େଇ) ଅନ୍ୟ ଚଢ଼େଇକୁ ବିବାଦରେ ଜିତିବା —୧୪. To defeat another bird in fight (said of a bulbul bird).
୧୫. (ପ୍ରାଚୀନ ଓଡ଼ିଆ) ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବା (ମାଦଳା ପାଞ୍ଜି) —୧୫. To retreat or flee away from a battle field.
୧୬. ଥରେ ବଳା ଯାଇଥିବା ଦଉଡ଼ିକୁ ଏକାଧିକ ସରି କରି ବଳିବା —୧୬. To twist strings or strands into a rope.
୧୭. (ସକର୍ମକ) ପେଟଟାଣିଲେ ପେଟ ଉପରେ ପାଣିପୂର୍ଣ୍ଣ କଂସା ବା ଅନ୍ୟ ବଡ଼ ପାତ୍ର ରଖି ସେହି ପାତ୍ର ମଧ୍ୟକୁ ଉପର୍ଯ୍ୟୁପରି ପାଣି ଅଜାଡ଼ିବା; (ଯଥା—ତା ପେଟରେ ପାଣି ଭାଙ୍ଗିଲେ ପେଟ— ଟଣା ବନ୍ଦ ହେବ) —୧୭. To repeatedly pour water into a big cup placed on the belly when there is some disorder in the stomach.
୧୮. (ଅକର୍ମକ) ନଦୀର ବନ୍ଧ ଆଦି ସ୍ରୋତର ବେଗରେ ନଷ୍ଟ ହେବା (ଯଥା—ନଈବଢ଼ିରେ ବନ୍ଧ ଭାଙ୍ଗିଗଲା) —୧୮. To give way; to be breached (said of a bank).
୧୯. ଲୁପ୍ତ ହେବା —୧୯. To disappear; to be gone.

(ଯଥା— ମେଘ ଭାଙ୍ଗି ଲାଣି; ବଳ ଭାଙ୍ଗିଲାଣି)

୨. (ସକର୍ମକ —ଲୁପ୍ତ କରିବା —୨୦. To cause to disappear.

(ଯଥା, ରୋଗ ମୋ ବଳ ଭାଙ୍ଗିଲାଣି)

୨୧. ପଣ୍ଡ କରିବା — ୨୧. To nullify.