ଭାଜିବା

ଉଇକିଅଭିଧାନ‌ରୁ

ଭାଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଭାଜିଯିବା—ଅକର୍ମକ ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଭନଜ୍ ଧାତୁ)—(ଅକର୍ମକ)[ସମ୍ପାଦନା]

୧. ଭାଙ୍ଗିଯିବା; ଭଗ୍ନହେବା —୧. To be boken.

(ଉ—ଉରୁ ପବନକୁ ପାଇଣ ବୃକ୍ଷରାଜି, ଲତାଙ୍କର ଉପରେ ଛେଚି ହେଲେ ଭାଜି କୃଷ୍ଣସିଂହ. ମହାଭାରତ. ବନ)

୨. ରହିଯିବା; ଲୁପ୍ତପ୍ରାୟ ହେବା —୨. To be exhaused.

(ଉ—ଆଜି ନ ପାରଇ, ଭାଜିଛି ମୋ ବଳ, ରାଜି କରାଉଛ କିଞ୍ଚିତେ ଚିତ୍ତେ କବିସୂର୍ଯ୍ୟ. ସଙ୍ଗୀତ)

୩. (କୌଣସି ପ୍ରସ୍ତାବ) ରହିତ ହେବା —୩. (a proposal) To be kept in abeyance.
୪. ପଳାଇବା —୪. To flee away.

(ଉ—ଭୀମଙ୍କ ଶରଡରେ ଭାଜିଲେ ପଛକୁ କୃଷ୍ଣସିଂହ. ମହାଭାରତ. ବନ)

୫. ପରାଜିତ ହେବା — ୫. To be vanquished.
୬. ପରାଜିତ ହୋଇ ଛତ୍ରଭଙ୍ଗ ଦେବା —୬. To be routed after defeat.
୭. (ସକର୍ମକ) (ସଂସ୍କୃତ - ଭୃଜ୍ ଧାତୁ) ଭର୍ଜନ କରିବା —୭. To fry; to roast.