ଭାଡ଼ି

ଉଇକିଅଭିଧାନ‌ରୁ

ଭାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଟଙ୍କ)[ସମ୍ପାଦନା]

୧. କାଠ ବାଉଁଶ ଆଦିରେ ପ୍ରସ୍ତୁତ ମଞ୍ଚା —୧. A raised framework of bamboo for planks; scaffold; a platform use fo stocking things.

[ଦ୍ରଷ୍ଟବ୍ୟ —ଗୃହ ମଧ୍ୟରେ ଜିନିଷପତ୍ର ରଖିବା ପାଇଁ ଘରର ଚାଳ ତଳେ କାନ୍ଥ ଉପରେ କିମ୍ୱା (ଭୂଇଁରେ ଖୁଣ୍ଟି ପୋତି) ଖୁଣ୍ଟ ଉପରେ ଆଡ଼ଧାରଣ ଦେଇ ଉକ୍ତ ଧାରଣା ଉପରେ ବାଉଁଶ ବା ପଟା ବିଛାଇ ଭାଡ଼ି ତିଆରି କରାଯାଏ ଯାତ୍ରାକାରୀ ବା ବାଜାଦାର୍ମାନଙ୍କ ବସିବା ପାଇଁ ଓ ବଣରେ ଶିକାରୀମାନଙ୍କ ସକାଶେ ଭାଡ଼ି ବା ମଞ୍ଚା ବନ୍ଧାଯାଏ ଜଙ୍ଗଲ ମଧ୍ୟରେ ଥିବା ଶସ୍ୟ କ୍ଷେତ୍ରକୁ ରାତିରେ ଜଗିବା ପାଇଁ କୃଷକମାନେ ବିଲ ମଝିରେ ଖୁଣ୍ଟି ପୋତି ତା ଉପରେ ଭାଡ଼ି ତିଆରି କରନ୍ତି]

୨. ମୁଢ଼ି, ଖଇ ଆଦି ଭଜା ଯିବାର ଏକ କ୍ଷେପ ବା ଥର —୨. One baking or frying (of fried rice etc)

(ଯଥା—ମୁଁ ଭାଡ଼ିଏ ମୁଢ଼ି ଭାଜି ଦେଇ ଯିବି)

୩. ଦାନ୍ତମାନଙ୍କର ଏକ ପୂର୍ଣ୍ଣ ପଂକ୍ତି — ୩. A row of teeth.

(ଯଥା—ଏକା ମୁଥେକେ ତୋର ଭାଡ଼ିଏ ଦାନ୍ତ ଭାଙ୍ଗି ଦେବି)