ଭାଲୁ

ଉଇକିଅଭିଧାନ‌ରୁ

ଭାଲୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଲ୍ଲ; ଭଲ୍ଲକ, ଭାଲୁକ)[ସମ୍ପାଦନା]

୧. କୃଷ୍ଣବର୍ଣ୍ଣ ବଡ଼— ଲୋମଯୁକ୍ତ ବନ୍ୟ ହିଂସ୍ର ଚତୁଷ୍ପଦ —୧. The bear; Meluresus Ursinus.

[ଦ୍ରଷ୍ଟବ୍ୟ —ଏମାନେ ଚାରି ଗୋଡ଼ିରେ ଓ ବେଳେ ବେଳେ ଦୁଇ ପଛ ଗୋଡ଼ରେ ଚାଲନ୍ତି ଏମାନେ ଫଳ ଓ କୀଟ ଖାଆନ୍ତି; ଉଇ ହୁଙ୍କାକୁ ଆଗଗୋଡ଼ର ନଖଦ୍ୱାରା କଣା କରି ତହିଁରୁ ଉଇମାନଙ୍କୁ ଶୋଷିନିଅନ୍ତି ଏମାନଙ୍କର ନଖ ଖୁବ୍ ବଡ଼ ବଡ଼ ବନ୍ୟଅଞ୍ଚଳରେ ଏମାନେ ଆଖୁକିଆରିରେ ପଶି ଆଖୁ ଗଛକୁ ଚୋବାଇ ରସ ଖାଆନ୍ତି ପ୍ରବାଦ ଅଛି ଯେ ଏମାନଙ୍କ ଜିଭ କଣ୍ଟକମୟ ଓ ଏମାନେ ମନୁଷ୍ୟ ଦେହକୁ ଚାଟିଦେଲେ ହାଡ଼ରୁ ମାଂସଯାକକ ରାମ୍ପି ହୋଇ ବାହାରି ଯାଏ ଏମାନଙ୍କୁ ଶୁକ୍ରବାର ଦିନ ଅଳ୍ପକାଳସ୍ଥାୟୀ କମ୍ପଜ୍ୱର ହୁଏ ଲୋକେ ଭାଲୁଙ୍କୁ ପୋଷି ନାଟ କରିବାକୁ ଶିଖାନ୍ତି

ଭାଲୁ ଉଇମାନଙ୍କୁ ନିର୍ମଳ କରି ଶୋଷି କରି ଦିଏ ମଲା ଭାଲୁର ଚମ ଖଣ୍ଡିଏ ଭୂଇଁରେ ପୋତି ଦେଲେ ଅତି ଅଳ୍ପ ସମୟ ମଧ୍ୟରେ ସେ ଚମ ଖଣ୍ଡିକୁ ଉଇ ବେଢ଼ି ଯାଆନ୍ତି ଏଥିପାଇଁ ଆଖୁକିଆରିରେ ଉଇ ଲାଗିଲେ ଲୋକେ କିଆରି ନିକଟରେ ଗୋଟିଏ ସ୍ଥାନରେ ଖଣ୍ଡିଏ ଭାଲୁ ଚମ ପୋତି ଦିଅନ୍ତି ନିକଟବର୍ତ୍ତୀ ସବୁ ଉଇଯାକ ସେହି ଭାଲୁ ଚମ ନିକଟରେ ଜମା ହୋଇଗଲେ କ୍ଷେତ୍ରସ୍ୱାମୀ ସେହି ସ୍ଥାନଟି ଖୋଳି ସବୁ ଉଇଗୁଡ଼ଙ୍କୁ ନଷ୍ଟ କରିଦିଏ ଓ ଏପରି କରିବାଦ୍ୱାରା ଆଖୁ କିଆରୀରୁ ଉଇଯାକ ବିନିଷ୍ଟ ହୁଅନ୍ତି

ଶୀତପ୍ରଧାନ ଦେଶର ଭଲ୍ଲୁକମାନଙ୍କ ରୋମ ଧଳା ଓ ଉକ୍ତ ଶ୍ୱେତ ଭଲ୍ଲକକୁ ଧଳା ଭାଲୁ (White bear of the polar regions) କହନ୍ତି ଭାଲୁଜାତୀୟ ଏକ— ପ୍ରକାର କ୍ଷୁଦ୍ର ଜନ୍ତୁ ଭୂମିରେ ଗର୍ତ୍ତ କରି ବସା କରନ୍ତି ଏମାନଙ୍କୁ ଗାଡ଼ ଭାଲୁ (The jungy bear; sloth bear ବା Melursus Labiatus କହନ୍ତି]

୨. ପୁଂ. ଅପର୍ତ୍ତିଆଣୀଙ୍କୁ ଦିଆଯିବା ନାମ —୨. A name given to male children whose birth has been preceded by the death of thier elder brother or sister.