ଭିଡ଼ିବା

ଉଇକିଅଭିଧାନ‌ରୁ

ଭିଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ପୀଡ଼ ଧାତୁ)[ସମ୍ପାଦନା]

୧. ଝିଙ୍କିବା; ଜୋର୍ରେ ବା କସି କରି ଟାଣିବା —୧. To draw or pull tightlly.
୨. ଆକର୍ଷଣ କରିବା; ଓଟାରିବା; ଟାଣିବା —୨. To attract; to draw; to pull.
୩. ଆଣ୍ଟରେ ବାନ୍ଧିବା; ଦୃଢଭାବରେ ବାନ୍ଧିବା —୩. To bind tightly.

(ଉ— ବାହାରିଲେ ଅଣ୍ଟାରେଟ ଗାମୁଛା ଭିଡ଼ି ସଜେ—କୃଷ୍ଣସିଂହ ମହାଭାରତ. ବନ

୪. ଦୃଢ଼ରୂପେ ଆଲିଙ୍ଗନ କରିବା —୪. To embrace closely; to hug.

[ଉ—ପ୍ରେମରେ ଶ୍ରୀକୃଷ୍ଣଙ୍କୁ ସମସ୍ତେ ଭିଡ଼ିଲେ—କୃଷ୍ଣସିଂହ. ମହାଭାରତ. ସଭା]

୫. ଦୃଢ କରି ଯାକିବା —୫. To press closely.

[ ଉ—ଗୋପ ଯୁବରାଜ ଶିରୋମଣି, ତୋ ପଦକଞ୍ଜ ଚୁମ୍ୱିଲା ପୁଣି, ଭୁଜେ ଧରି ତୁ ଯେ ହରିଣାକ୍ଷି ନ ରଖିଲୁ ଭିଡ଼ି ରେ—କବିସୂର୍ଯ୍ୟ. ସଙ୍ଗୀତ)

୬. ଦୃଢ ଭାବରେ ସଂଲଗ୍ନ କରିବା —୬. To attach firmly to fix firmly.

[ ଉ—ସରୁ କଟୀରେ ପୀତ ଚେଳ ଭିଡି—କବିସୂର୍ଯ୍ୟ. ରତ୍ନାକରଚମ୍ପୂ. ସଂଗୀତ ]

୭. ନଡୢଆ ଆମ୍ୱ ଆଦି ଫଳର ଚୋପାକୁ ହାତରେ ଓଟାରି ଛ଼ଡାଇବା —୭. To peel off the rind of a fruit with the hand.
୮. ଗତି କରୁଥିବା ସବାରି ବା ନୌକାଆଦିର ଗତିକୁ ସ୍ଥଗିତ କରିବା —୮.


ଅନୁବାଦ[ସମ୍ପାଦନା]

[ ଭିଡ଼ାଯି(ହେ) ବା—କର୍ମବାଚ୍ୟରୂପ] To stop or draw up a moving conveyance (such as a palki or boat).

୯. ଦୃଢ ଗତିରେ ଚାଳିବା —୯. To walk briskly.

[ ଉ—ଭିଡ଼ି ଦେଲେ ଆଣ୍ଟରେ ଦେଖାଇ ବଳୁଟି—କୃଷ୍ଣ— ସିଂହ. ମହାଭାରତ. ବନ ]

୧. ଚିପିବା —୧୦. To squeeze.
୧୧. ଧୀର ସ୍ଥିର ଅବିଚଳିତଭାବରେ ଉତ୍ସାହର ସହିତ କୌଣସି କାର୍ଯ୍ୟ ପଥରେ ଗତି କରିବା —୧୧. To proceed in a course of action with steadiness and determination; to go on without relaxation.
୧୨. ଜମାଇବା; ସ୍ଥିର କରିବା; ଦୃଢ କରିବା —୧୨. To set firmly (one;s seat).

[ ଉ—ଭଲା ତୁମ୍ଭେ ବସିଅଛ ଆସନକୁ ଭିଡ଼ି—କୃଷ୍ଣସିଂହ. ମହାଭାରତ ବନ ]

୧୩. ମୁଠାଇବା; ମୁଠାଇ ଧରିବା — ୧୩. To clasp or grasp tightly.

(ଉ—ସେ କାଣ୍ଡ ଶିଖଣ୍ଡୀ ହୃଦରେ ଗଲା ବୁଡ଼ି, ମୋହ ଗଲେ ଶିଖଣ୍ଡୀ ଧ୍ୱଜ ଯଷ୍ଠି ଭିଡ଼ି—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ ]

୧୪. ବନ୍ଧନକୁ ଦୃଢ଼ତର କରିବା —୧୪. To tighten a bond; to make tighter.