ଭୁଲିଆ

ଉଇକିଅଭିଧାନ‌ରୁ

ଭୁଲିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର, ଜୟପୁର)[ସମ୍ପାଦନା]

୧. ପାଣିଛୁଆଁ ଏକଜାତୀୟ ତନ୍ତି —୧. A class of weavers from whose hands high caste people can take water for drinking.

[ଦ୍ରଷ୍ଟବ୍ୟ —ତନ୍ତିମାନଙ୍କର ଜାତି,—ଭୁଲିଆ, କୁଲୀ, କୁଷ୍ଟା ଏମାନେ ସୂତା କାଟନ୍ତି ଓ ଲୁଗା ବୁଣନ୍ତି]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଛତିଶଗଡୀ ଭାଷାର ଏକ ଭାଷାନ୍ତର —A sub-dialect of the Chhatiṡgarhī language.

(ଭୁଲିଆ ଭାଷାର ଉଦାହରଣ— ଗୁଟେ ମୁନୁଷ୍କ ଯୁଡ଼େ ବେଟା ରହିସ୍ ଅକର୍ ଭିତର ସାନ୍ ବେଟା ବୁଆଖେ କହିସ୍କି ଆଗୋ ବୁଆ ! ସମ୍ପତ୍ତିକ ମର୍ ଜୁନ୍ ଭାଗ୍ ପର୍ହେ, ତାହା ମଖେ ଭାଗ କରିଦେ ବୁଆ ଇଟା ଶୁଇନ୍କ ଅକର ସମ୍ପତ୍ତିକ ଦୁହି ବେଟାଖେ ଭାଗ କର୍ ଦେଇସ୍ କେତେ ଦିନ ଗଇସ୍, ସାନ୍ ବେଟା ଅକର ଭାଗମ୍ ଯାହା ପଡ଼ିସ୍ ସମ୍ପତ୍ତି ଯାକର ଏକ ଯାଗାନେ ରଏଖକ୍ ବିଦେଶକ୍ ପଲା ଗଇସ୍ ହୁଇଠାନେ ଯାହା ପାର୍ତା ଖର୍ଚ୍ଚା କର୍କ କେତେକ ଦିନ ଗଇସ୍ କି ସମ୍ପତ୍ତି ଯାକର୍ ଭଡ଼ାଏ ଦେଇସ୍ ଏନ୍ତା ବେଲ୍ଖେ ହୋ ଦେଶେ ଦୁର୍ଭିଖ୍ ପଡ଼ିସ୍ ଯ ହୋ ପିଲା ଖାଏ ବାଖେ ନାଇ ପାଇସ୍ ଯ, ଉପାସ୍ନେ ଦୁଃଖ୍ ପାଇସ୍ (ଗ୍ରିଅରସନ୍ଙ୍କ ଗ୍ରନ୍ଥରୁ ଗୃହୀତ) ଏଥିର ଓଡ଼ିଆ ଅନୁବାଦ—ଜଣେ ମନୁଷ୍ୟର ୨ଟି ପୁଅ ଥିଲେ ୟାଙ୍କ ଭିତରୁ ସାନ ପୁଅ ବାପକୁ କହିଲା କି ହେ ବାପ ! ସମ୍ପତ୍ତିରେ ମୋର ଯେଉଁ ଭାଗ ପଡ଼ୁଛି ତାକୁ ମୋତେ ଭାଗ କରିଦେଶଜ - ବାପ ଏହା ଶୁଣି କରି ତାହାର ସମ୍ପତ୍ତିକୁ ଦୁଇ ପୁଅଙ୍କୁ ଭାଗ କରି ଦେଲା କେତେ ଦିନ ଗଲାରୁ ସାନ ପୁଅ ତାହା ଭାଗରେ ଯାହା ପଡ଼ିଲା ସେ ସମ୍ପତ୍ତି ଯାକ ଏକତ୍ର କରି ରଖି ବିଦେଶ ଗଲା ଇତ୍ୟାଦି ଏଥିରୁ ଦେଖାଯିବ ଯେ ଏହାର ଓଡ଼ିଶା ଭାଷା ସଙ୍ଗେ ଓ ଭତରିଭାଖା ସଙ୍ଗେ ଖୁବ୍ ସୌସାଦୃଶ୍ୟ ଅଛି)