ଭେଣ୍ଡି

ଉଇକିଅଭିଧାନ‌ରୁ

ଭେଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢିଣ୍ଡିଶ)[ସମ୍ପାଦନା]

ଜବାଦି ବର୍ଗର କୃଷିଜାତ ଫଳଗୁଳ୍ମ —Lady's finger; Hibiscus Esculentus.

[ଦ୍ରଷ୍ଟବ୍ୟ —ଏହା ଭାରତର ସର୍ବତ୍ର ଜନ୍ମେ ଏହି ଗଛ ୫ ହାତ ଉଚ୍ଚ ହୁଏ ପତ୍ର ଗବପତ୍ର ପରି ଫଳ ମେଷଶୃଙ୍ଗ ତୁଲ୍ୟ କ୍ରମଶଃ ସରୁ ଓ ଲମ୍ୱ ଓ ପିଚ୍ଛଳ ରସବିଶିଷ୍ଟ ମଞ୍ଜି ମଟର ମଞ୍ଜି ପରି ପାଚିଲେ ଫଳ ଫାଟିଯାଏ ଏହାର ଫଳ ଧଳା ଓ ନାଲି ଭେଦରେ ଦୁଇପ୍ରକାର ହୁଏ ଉତ୍କଳର ଉତ୍ତରାଞ୍ଚଳରେ ଏହାକୁ ମେଣ୍ଢାଶିଙ୍ଘା ବୋଲି କହନ୍ତି; ଏଥିର ଛାଲରୁ ଝୋଟ ପରି ଏକପ୍ରକାର ଅଂଶୁ ବାହାରେ]

ବିଶେଷଣ -[ସମ୍ପାଦନା]

ଖାଦ୍ୟଯୁକ୍ତ; ନିକୃଷ୍ଟ ଧାତୁ ମିଶ୍ରିତ (ସୁନା) —Alloyed; (gold) adulterated with baser metals.

(ଉ—ସୁରତି ରତ୍ନ ଦେଲେ ନେଇ, ଭେଣି ସେନେହ ସୁନା ପାଇ ଭୂପତି. ପ୍ରେମପଞ୍ଚାମୃତ)

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -[ସମ୍ପାଦନା]

ଜାଲ୍ (ମୁଦ୍ରା) — Counterfeit (coin).

(ଉ—ମଲା ଯା ! ଛଅଟା ଟଙ୍କା ପଡ଼ିଲା ଭେଣ୍ଡି ଫକୀରମୋହନ. ଗଳ୍ପସ୍ୱଳ)