ମକର ଧ୍ୱଜ

ଉଇକିଅଭିଧାନ‌ରୁ

ମକର ଧ୍ୱଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି ମକର+ଧ୍ୱଜ=ପତାକା)[ସମ୍ପାଦନା]

୧. ମକରକେତନ; କାମଦେବ — ୧. The God Cupuid.
୨. (ଆୟୁର୍ବେଦ) ସ୍ୱର୍ଣ୍ଣ ସଙ୍ଗେ ପାରଦ ଓ ଗନ୍ଧକ ମିଶ୍ରିତ ପୁଟପାକପ୍ରଣାଳୀରେ ପ୍ରସ୍ତୁତ ହୋଇଥବା ମହାଶକ୍ତିଶାଳୀ ରସାୟନ ଔଷଧବିଶେଷ — ୨. (Hindu medicine) A sublimate of mercury and sulpher prepared through the catalytic agency of gold; oxide of mercury.

[ଦ୍ରଷ୍ଟବ୍ୟ —ଏହା ବୈଦ୍ୟଶାସ୍ତ୍ର ଅନୁସାରେ ବୁଦ୍ଧ ଓ ରୁଗ୍ଣ ବ୍ୟକ୍ତିକୁ ଯୁବକର ବଳ ଓ ଶକ୍ତି ପ୍ରଦାନ କରେ ପ୍ରକ୍ରିୟାର ବିଭିନ୍ନତା ଓ ପୁଟର ସଂଖ୍ୟା ଅନୁସାରେ ଏହି ଔଷଧହିଁ ରସସିନ୍ଦୁର, ସିଦ୍ଧ ମକରଧ୍ୱଜ, ଷଡ଼୍ଗୁଣ ବଳି— ଜାରିତ ସିଦ୍ଧ ମକରଧ୍ୱଜ, ଚନ୍ଦ୍ରୋଦୟ ମକରଧ୍ୱଜ, ବୃହତ୍— ଚନ୍ଦ୍ରୋଦୟ ମକରଧ୍ୱଜ ହୁଏ ଅନୁପାତ ଅନୁସାରେ ଏହା ପ୍ରାୟ ଯାବତୀୟ ରୋଗରେ ପ୍ରୟୋଗ କରାଯାଏ ବାଜୀକରଣ ଓ ଧ୍ୱଜଭଙ୍ଗ ରୋଗରେ ଏହା କବିରାଜମାନଙ୍କର ଗୋଟିଏ ପ୍ରଧାନ ପ୍ରୟୋଗ ଶୋଧିତ ପାରଦ ଓ ଗନ୍ଧକ ସଙ୍ଗେ କଜ୍ଜଳୀ ସୁନା ମିଶାଇ ବୋତଲରେ ବନ୍ଦ କରି ବୋତଲକୁ ବାଲି ହାଣ୍ଡିରେ ପୋତି, ତିନି ଦିନ ପର୍ଯ୍ୟନ୍ତ ଉକ୍ତ ହାଣ୍ଡି ତଳେ ନିଆଁ ଜଳି ଏହା ପ୍ରସ୍ତୁତ କରାଯାଏ ଉତ୍ତାପଦ୍ୱାରା ପାରାର ଓ ଗନ୍ଧକର କେତେକ ଅଂଶ ବାଷ୍ପରୂପେ ଉଡ଼ିଯାଏ ଓ ବାକି ପାରା ଓ ଗନ୍ଧକ ମିଶିଯାଇ ବୋତଲର ବେକ ପାଖରେ ଲାଖି ରହେ; କିନ୍ତୁ ସୁନା ତକ ସେହିପରି ରହିଥାଏ ସ୍ୱର୍ଣ୍ଣର ରାସାୟନିକ ସାହାଯ୍ୟ ବା ଉପସ୍ଥିତିଦ୍ୱାରା ପାରା ବା ଗନ୍ଧକ ଏହି ରୂପେ ଧାରଣ କରେ ଅଧିକାଂଶ ଗନ୍ଧକ ବାଷ୍ପ— ରୂପେ ଉଡ଼ିଯାଏ ଏହାର ଅନ୍ୟ ନାମ ଚନ୍ଦ୍ରୋଦୟ ମକରଧ୍ୱଜ ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହନୁମାନର ପୁତ୍ରବିଶେଷ —୧. Name of a son of 'Hanumān'.

[ଉ—ଯହୁଁ ସେ ମକର ଧ୍ୱଜ ଏମନ୍ତ ଶୁଣିଲା, ଏ ମୋହର ପିଅର ଯେ ବୋଲିଣ ଜାଣିଲା ବିଶ୍ୱନାଥ. ବିଚିତ୍ରରାମାୟଣ]

୨. ନାସିକାର ନାମ ପୁଡ଼ାରେ ବହୁଥିବା ନିଃଶ୍ୱାସ ପବନରେ ଦକ୍ଷିଣ ପୁଡ଼ାରେ ବହିବା ଅବସ୍ଥା —୨. The state of the breath passing through the right nostril.

[ଉ—ପ୍ରଥମରେ ବାମ ସ୍ୱର ଦକ୍ଷିଣକୁ ଗଲେ, ମକରଦ୍ୱଜ ବୋଲନ୍ତି ସେ ସ୍ୱରକୁ ଭଲେ ପ୍ରାଚୀ. ଶିବ ସ୍ୱରୋଦୟ]