ମଗ୍ନ

ଉଇକିଅଭିଧାନ‌ରୁ

ମଗ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଗ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମସ୍ଜ, ଧାତୁ=ବୁଡ଼ିବା+କର୍ତ୍ତୃ. ତ)[ସମ୍ପାଦନା]

୧. ବୁଡ଼ିଯାଇ ଥିବା; ନିମଜ୍ଜିତ —୧. Immersed; plunged sunken; drowned.
୨. ଅନ୍ତଃପ୍ରବିଷ୍ଟ — ୨. Entered inside.
୩. ବିଭୋର; ତନ୍ମୟ — ୩. Absorbed in; engrossed; exclusively occupied with.
୪. ଆସକ୍ତ —୪. Addictd to.
୫. ମଦମତ୍ତ; ନିଶାରେ ଚୂର୍; ଭୋଳ (ହିନ୍ଦୀ - ଶ) — ୫. Intoxicated; inebriated.
୬. ଲୀନ (ହିନ୍ଦୀ - ଶ) — ୬. Swallowed up; entranced.
୭. ପ୍ରସନ୍ନ, ହର୍ଷିତ (ହିନ୍ଦୀ - ଶ) —୭. Delighted; overjoyed
୮. ତଳକୁ ଦବି ଯାଇଥିବା (ଯଥା—ମଗ୍ନନାସିକା, ମଗ୍ନ ସ୍ତନ) [ହିନ୍ଦୀ - ଶ] —୮. Sunken; suppressed (e. g nose; female breast).

[ଦ୍ରଷ୍ଟବ୍ୟ —ଏହା ୧୨୩: ଅର୍ଥରେ ଅନ୍ୟ ଶବ୍ଦ ପରେ ଯୁକ୍ତ ହୁଏ ଯଥା—ଚିନ୍ତାମଗ୍ନ, ଜଳମଗ୍ନ ଧ୍ୟାନମଗ୍ନ; ପ୍ରେମମଗ୍ନ, ଶୋକମଗ୍ନ ଇତ୍ୟାଦି]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ପର୍ବତ ବିଶେଷ; ମଗ୍ନିଗିରି (୨) (ଦେଖ) - —Magnagiri (୨) (See).