ମଣ୍ଡିବା

ଉଇକିଅଭିଧାନ‌ରୁ

ମଣ୍ଡିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମଣ୍ଡ୍ ଧାତୁ)[ସମ୍ପାଦନା]

୧. ଅଳଂକୃତ କରିବା; ଭୂଷିତ କରିବା —୧. To adorn; to decorate.

(ଉ—ଚନ୍ଦନ ଫୁଲେ ମଣ୍ଡିଥାଉ ନିଜ ଗାତ୍ର କୃଷ୍ଣସିଂହ. ମହାଭାରତ. ସଭା)

୨. ସଜାଇବା; ସଜ୍ଜିତ କରିବା —୨. To equip.
୩. ଶୋଭା ବଢ଼ାଇବା; ସୌନ୍ଦର୍ଯ୍ୟ ବୃଦ୍ଧିର ଉପାୟ କରିବା — ୩. To emhance the beauty or charm of a thing.

(ଉ—ଯଥାକାଳେ ଅଙ୍ଗମଣ୍ଡିଲା ଅଭିନବ ଯୌବନ ରାଧାନାଥ. ଚନ୍ଦ୍ରଭାଗା)

୪. ନିଜେ ପିନ୍ଧିବା —୪. To wear, to put on.

(ଉ— ଲୋପମୁଦ୍ରା ତା ଦେଖି ସ୍ନାନାଦାନ କଲେ, ଶୁଭ ମୃହୂର୍ତ୍ତେ ସେ ମଣ୍ଡନ ମଣ୍ଡିଲେ କୃଷ୍ଣସିଂହ. ମହାଭାରତ. ବନ)