ମଦିରା

ଉଇକିଅଭିଧାନ‌ରୁ

ମଦିରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମଦିର+ଆ)[ସମ୍ପାଦନା]

ମଦିରର ସ୍ତ୍ରୀଲିଙ୍ଗ — Feminine of Madira.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବାରୁଣୀ ମଦ, ମଦ —୧. Wine; a kind of spirituous liquor.

[ଦ୍ରଷ୍ଟବ୍ୟ —ମଦିରା ପ୍ରଧାନତଃ ୨ ଶ୍ରେଣୀରେ ବିଭକ୍ତ ୧. ଯାହାକୁ ନିଆଁରେ ବାମ୍ଫଦ୍ୱାରା ବକ ଯନ୍ତ୍ର ସାହାଯ୍ୟରେ ବାହାର କରାଯାଏ; ଏଥିର ନାମ ଅଭିସ୍ରବିତ, ଯଥା— ଅରଖୀ ମଦ ୨. ଯାହାକୁ ସଢ଼ାଇ କରି ତିଆରି କରାଯାଏ ଏଥିର ନାମ ପର୍ଯ୍ୟୁସିତ; ଯଥା—ତାଡ଼ୀ ଏ ଦୁଇ ପ୍ରକାର ମଦିରା ଉତ୍ତେଜକ, ଦାହକ, କଷାୟ ଓ ମଧୁର ବୈଦିକ ଯୁଗରେ ସୋମଲତାକୁ ଛେଚି ତହିଁରେ ରସ ଚିପୁଡ଼ି କେତେ ଦିନ ରଖାଗଲା ପରେ ତାହା ସଢ଼ି ଯାଇ ମାଦକ ହେଉଥିଲା ଯଜୁର୍ବେଦରେ ଯବ ସୁରାରେ ଉଲ୍ଲେଖ ଅଛି ବୈଦ୍ୟକରେ ସୂରା, ବାରୁଣୀ, ଶୀଧୁ, ଆସବ, ମାଧ୍ୱବୀ, ଗୌଡ଼ୀ, ପୈଷ୍ଟୀ, ମାଧ୍ୱୀ, ହାଳା, କାଦମ୍ୱରୀ ନାମ ମିଳେ ଜଟାଧରରେ ମାଧ୍ୱୀକ, ପାଳାସ, ଦ୍ରାକ୍ଷ, ଖର୍ଜୁର, ତାଳ, ଐକ୍ଷବ, ମୈଭେୟ, ମାକ୍ଷିକ, ଟାଂକ, ମଧୂକ, ନାରୀବେଳକ, ଅନ୍ୱିବିକାରେତ୍ଥ, ଏହି ୧୨ ପ୍ରକାର ମଦିରାର ଉଲ୍ଲେଖ ଅଛି ଏଥିରୁ ଖର୍ଜୁର ଓ ତୀଳ ଶ୍ରେଣୀର ମଦ୍ୟ ପର୍ଯ୍ୟୁସିତ ଓ ଅନ୍ୟମାନ ଅଭିସ୍ରତ ଏହା ଛଡ଼ା କ୍ୱାଥରୁ ପ୍ରସ୍ତୁତ ଏକ ପ୍ରକାର ମଦିରାକୁ ଅରିଷ୍ଟ କହନ୍ତି ଧାନ ବା ଚାଉଳର ମଦିରାକୁ ସୁରା, ଯବର ମଦିରାକୁ କୋହଲ, ଗହମର ମଦିରାକୁ ମଧୁଳିକା, ମିଠା ରସର ମଦିରାକୁ ଶୀଧୁ, ଗୁଡ଼ର ମଦିରାକୁ ଗୌଡ଼ୀ, ଦ୍ରାକ୍ଷାର ମଦିରାକୁ ମାଧୂକ କହନ୍ତି ବୈଦଶାସ୍ତ୍ର ମତରେ ବିଭିନ୍ନ ମଦିରାର ବିଭିନ୍ନ ଗୁଣ ଅଛି ଓ ତହିଁର ପ୍ରୟୋଗ ଭିନ୍ନ ଭିନ୍ନ ଅବସ୍ଥାରେ ଉପକାରକ ବୋଲି ଲେଖା ଅଛି—ହିନ୍ଦୀ - ଶ]

୨. ରକ୍ତ ଖଦିର —୨. Red catecbu
୩. ଦ୍ୱାବିଂଶତି ଅକ୍ଷର ଯୁକ୍ତ ଛନ୍ଦୋବିଶେଷ —୩. Name of a sanscrit metre with ୨୨ letters.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରତିଚରଣରେ ୭ ଭରଣ ଓ ଅନ୍ତରେ ୧ ଗୁରୁ ବର୍ଣ୍ଣ ଥାଏ—ହିନ୍ଦୀ - ଶ]