ମନ୍ତ୍ର

ଉଇକିଅଭିଧାନ‌ରୁ

ମନ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମନ୍ତ୍ର ଧାତୁ+କର୍ମ. ଅ)[ସମ୍ପାଦନା]

୧. ବୈଦିର ଉପାସନାରେ ବ୍ୟବହୃତ ଦେବତାବିଶେଷଙ୍କର ଉପଯୁକ୍ତ ବାକ୍ୟ ବା ପଦ —୧. A sacred mystic text; mystic syllable or words used in the vedic worship or different Deities; incantation; mystic formula.

[ଦ୍ରଷ୍ଟବ୍ୟ —ଯାହାଦ୍ୱାରା ବିଶ୍ୱଜ୍ଞାନ ଲାଭ ହୁଏ ଓ ସଂସାର ସାଗରରୁ ମନୁଷ୍ୟ ଉଦ୍ଧାର ପାଏ ତାହାକୁ ମନ୍ତ୍ର ବୋଲାଯାଏ ମନ୍ତ୍ର ଦ୍ୱାରାମନନ ଓ

ତ୍ରାଣ ଲାଭ ହୁଏ ହିନ୍ଦୁ ଶାସ୍ତ୍ରରେ ପ୍ରତ୍ୟେକ ଦେବତାଙ୍କ ଉପାସନାପାଇଁ ଓ ସ୍ନାନ ଦାନାଦିପାଇଁ ଭିନ୍ନ ଭିନ୍ନ ମନ୍ତ୍ର ନିର୍ଦ୍ଦିଷ୍ଟ ଅଛି; ନିରୁକ୍ତ ଅନୁସାରେ ବୈଦିକ ମନ୍ତ୍ରକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି ଯେଉଁ ମନ୍ତ୍ରରେ ଦେବତାଙ୍କୁ ପରୋକ୍ଷଜ୍ଞାନ କରି ତାଙ୍କ ପ୍ରତି 'ସେ' ଶଦ୍ଦ ପ୍ରୟୋଗ କରାଯାଏ ତାହାକୁ ପରୋକ୍ଷକୃତ, ଯହିଁରେ ଦେବତାଙ୍କୁ ପ୍ରତ୍ୟକ୍ଷ ଜ୍ଞାନ କରି ତାଙ୍କ ପ୍ରତି 'ତୁମ୍ଭେ' ଶଦ୍ଦ ପ୍ରୟୋଗ କରାଯାଏ ତାହାକୁ ପ୍ରତ୍ୟକ୍ଷକୃତ; ଯହିଁରେ ନିଜଠାରେ ଦେବତାଙ୍କର ଆରୋପ କରାଯାଇ ଅଙ୍ଗନ୍ୟାସ ଓ ମୁଦ୍ରାଦିଦ୍ୱାରା ସ୍ତୁତି କରାଯାଏ ତାହାକୁ ଆଧ୍ୟାତ୍ମିକ ମନ୍ତ୍ର ବୋଲାଯାଏ ମନ୍ତ୍ରର ବିଷୟ ପ୍ରାୟଶଃ ସ୍ତୁତି, ଆଶୀର୍ବାଦ, ଶପଥ, ଅଭିଶାପ, ପରିବେଦନା, ନିନ୍ଦା, ନିଜର ମଙ୍ଗଳକାମନା, ଶତ୍ରୁର ଅନିଷ୍ଟ କାମନା ଅଟେ ମୀମାଂସା ଅନୁସାରେ ବେଦରେ ଯେଉଁ ବାକ୍ୟଦ୍ୱାରା କୌଣସି କ୍ରମ କରିବାକୁ ପ୍ରେରଣା ବା ଉତ୍ସାହ ମିଳେ ତାହାକୁ ମନ୍ତ୍ର ବୋଲା— ଯାଏ ମୀମାଂସାକାର ମନ୍ତ୍ରମାନଙ୍କୁ ଦେବତା ବୋଲି ମାନି ଅଛନ୍ତି ଓ ମନ୍ତ୍ର ଛଡ଼ା ଅନ୍ୟ ଦେବତା ନାହାନ୍ତି ବୋଲି କହି— ଅଛନ୍ତି ବୈଦିକ ଗଦ୍ୟ ମନ୍ତ୍ରକୁ ଯଜୁଃ ଓ ପଦ୍ୟ ମନ୍ତ୍ରକୁ ଋତ୍ ଓ ଯେଉଁ ମନ୍ତ୍ର ଗୀତ ହୁଏ ତାକୁ ସମାନ୍ କହନ୍ତି ତନ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଦେବତାଙ୍କ ପ୍ରସନ୍ନତା ଓ ଭିନ୍ନ ଭିନ୍ନ କାମନାର ସିଦ୍ଧି ପାଇଁ ଭିନ୍ନ ଭିନ୍ନ ମନ୍ତ୍ର ପ୍ରୟୋଗ କରାଯାଏ ବେଦର ଯେଉଁ ଅଂଶରେ ମନ୍ତ୍ରମାନ ସଂଗୃହୀତ ହୋଇଅଛି, ତାକୁ ସଂହିତା ବୋଲାଯାଏ ଅଧିକାଂଶ ମନ୍ତ୍ର୍ରେ ଅନୁସ୍ୱାରେ ବା ଚନ୍ଦ୍ରବିନ୍ଦୁ ଯୁକ୍ତ ଏକ ବା ତତୋଧିକ ଅକ୍ଷର ଥାଏ; ତାକୁ ଉକ୍ତ ମନ୍ତ୍ରର ବା ମନ୍ତ୍ରୋଦ୍ଦିଷ୍ଟ ଦେବତା— ଙ୍କର ବୀଜମନ୍ତ୍ର ବା ବୀଜ ବୋଲାଯାଏ ସାଧାରଣତଃ ମନ୍ତ୍ରମାନ ଉଚ୍ଚାରଣ କରିବା ପୂର୍ବରୁ 'ଓଁ' ବୋଲାଯାଏ; ଯଥା—ଓଁ ନମଃ ଶିବାୟ] 

୨. ମନ୍ତ୍ରଣା; ଗୁପ୍ତ ବିଚାର; ପରାମର୍ଶ —୨. Secret consultation; counsel; deliberation.
୩. ସନ୍ଧିବିଗ୍ରହାଦି ବିଷୟକ ରାଜନୀତିକ ଗୁପ୍ତବିଚାର — ୩. Political cosultationl; policy; secret consultation regarding the administration of a state.
୪. ବଶୀକରଣ, ସ୍ତମ୍ଭନ, ମୋହନ ଉଚ୍ଚାଟନାଦି ଅଭିଚାର ନିମନ୍ତେ ପ୍ରଯୁଜ୍ୟ ତନ୍ତ୍ରୋକ୍ତ ଭିନ୍ନ ଭିନ୍ନ ପଦମାନ —୪. Spells or charms applied for the purpose of bringing persons under one's control, hypnotising or influencing the action of other people, a charm a spell.
୫. ରହସ୍ୟ; ଗୁପ୍ତକଥା —୫. A secret
୬. କୌଣସି ଦେବତାଙ୍କ ଆରାଧନା ପାଇଁ ଶାସ୍ତ୍ରନିର୍ଦ୍ଦିଷ୍ଟ ବିଶିଷ୍ଟ ପଦମାନ (ଯଥା—ନାରାୟଣ ମନ୍ତ୍ର, ଦୁର୍ଗାମନ୍ତ୍ର) —୬. A formula specified for a particular Deity.
୭. ବେଦର ଯେଉଁ ଅଂଶରେ ମନ୍ତ୍ରମାନ ସଂଗୃହୀତ ହୋଇ ଅଛି; ସଂହିତା —୭. The portion of the Bedas containing the Mantras or formulas for prayers to different Deities.
୮. ଗୁପ୍ତ ବିଚାରଦ୍ୱାରା ସିଦ୍ଧ ଉପାୟ —୮. Secret plan (Apte)
୯. କୌଣସି କର୍ମର ମୂଳନୀତି —୯. Policy (Apte).
୧. ରାଜନୀତିକୁଶଳତା —୧୦. Statesmanship (Apte).
୧୧. ନିଜର ଇଷ୍ଟ ଦେବତାଙ୍କ ଉପାସନା ମନ୍ତ୍ର; ଯାହା ଗୁରୁଙ୍କ ଠାରୁ ଦୀକ୍ଷାରୂପେ ଗ୍ରହଣ କରାଯାଏ — ୧୧. Sacred formula for praying to one's particular titular Deity, which the spiritual preceptor whispers into the ears of devotee at the initiation of the latter.
୧୨. ଭିନ୍ନ ଭିନ୍ନ ବୈଦିକ ଉପଚାର ପାଇଁ ଉଚ୍ଚାରିଚ ମନ୍ତ୍ର (ଯଥା—ଧୂପମନ୍ତ୍ର, ଦୀପମନ୍ତ୍ର, ଅର୍ଘ୍ୟମନ୍ତ୍ର, ବଳିମନ୍ତ୍ର, ସ୍ନାନ ମନ୍ତ୍ର) —୧୨. Different formulas set for different vedic rituals.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଅମୁକ ହିଂସ୍ର ଜୀବର) ଉତ୍ପାତ ବା ଦଂଶନାଦିରୁ ରକ୍ଷା ପାଇବା ପାଇଁ ପ୍ରଯୁକ୍ତ ପଦ (ଯଥା—ସାପମନ୍ତ୍ର, ବିଛାମନ୍ତ୍ର) —୧. Set formula used as a charm against the attack or biting of snakes, scorpions, tigers and other animals.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ନିଯୋଜିତ ମନ୍ତ୍ରମାନଙ୍କ ପୂର୍ବରେ ତତ୍ତତ୍ ବିଷୟର ସୂଚକ ଶବ୍ଦମାନ ପ୍ରୟୋଗ କରାଯାଏ; ଯଥା— ଲୁଣମନ୍ତ୍ର, ଗାରିଡ଼ି ମନ୍ତ୍ର, ଡ଼ାହାଣୀ ଛଡ଼ା ମନ୍ତ୍ର, ରକାଝଡ଼ା ମନ୍ତ୍ର, ସର୍ପବନ୍ଧନମ ମନ୍ତ୍ର, ବିଷଝଡ଼ା ମନ୍ତ୍ର, ଚଳୁମନ୍ତ୍ର]