ମନ୍ଦ୍ରାଜ

ଉଇକିଅଭିଧାନ‌ରୁ

ମନ୍ଦ୍ରାଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦ୍ରରାଜ୍ୟ)[ସମ୍ପାଦନା]

ଭାରତରେ ଦକ୍ଷିଣାଂଶ (ଦାକ୍ଷିଣାତ୍ୟ)ର ପୂର୍ବ ଭାଗରେ ଥିବା ସମୁଦ୍ରର ଉପକୂଳସ୍ଥ ପ୍ରଦେଶ ଓ ନଗର —Name of a province and capital in the east coast of South India. Madras.

[ଦ୍ରଷ୍ଟବ୍ୟ —ମହାଭାରତରେ ଦୁଇଟି 'ମଦ୍ର' ଦେଶର ଉଲ୍ଲେଖ ଅଛି ଗୋଟିଏ ଶଲ୍ୟ ରାଜାଙ୍କର ପ଼ଞ୍ଜାବ ଅନ୍ତର୍ଗତ ଇରାବତୀ ଓ ଚନ୍ଦ୍ରଭାଗା ନଦୀର ମଧ୍ୟବର୍ତ୍ତୀ ଦେଶ; ଓ ଅନ୍ୟଟି ଭାରତର ଦକ୍ଷିଣାଂଶରେ ଥିବା ଆଧୁନିକ ମନ୍ଦ୍ରାଜ ଅଞ୍ଚଳ

ଏହାହିଁ ଭାରତରେ ଇଂରରାଜମାନଙ୍କର ପ୍ରଥମ ଅଧିକୃତ ସ୍ଥାନ ଏହି ପ୍ରଦେଶରେ ସ୍ୱତନ୍ତ୍ର ଗଭର୍ଣ୍ଣର ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଓ ଶାସନବାଭାଗ ଅଛି ଏହି ପ୍ରଦେଶର ରାଜଧାନୀ ସମୁଦ୍ର କୂଳରେ ଅବସ୍ଥିତ ସହରଟି ନାଡ଼ିଆ ଗଛର ବଗାଏତମାନଙ୍କ ମଧ୍ୟରେ ଅବସ୍ଥିତ ସୁରମ୍ୟ ଅଟ୍ଟାଳିକାମାନଙ୍କଯୋଗୁଁ ଅତି ରମଣୀୟ ଦେଖାଯାଏ ସମୁଦ୍ରରୁ 'ନାଳ' ମାନ କଟା ହୋଇ ଏ ସହର ମଧ୍ୟରେ ଜାଲ ପରି ଛନ୍ଦା ହୋଇଅଛି

ଏହି ପ୍ରଦେଶରେ ଉତ୍ତରାଂଶରେ 'ତେଲଙ୍ଗା' ଓ ଦକ୍ଷିଣାଂଶରେ 'ତାମିଲ' ଜାତିଙ୍କର ବାସ ମାନ୍ଦ୍ରାଜର ଉତ୍ତରାଂଶରେ ଥିବା 'ଗଞ୍ଜାମ' ଓ 'ବିଶାଖାପାଟଣା' ଜିଲ୍ଲାରେ ଓଡ଼ିଆ ଜାତି ଅଛନ୍ତି ଓ ଏ ଦୁଇଟି ଉତ୍କଳ ଭାଷୀ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଏକ ଶାସନାଧୀନ କରିବା ପାଇଁ ଉତ୍କଳୀୟ ମାନ ବହୁ କାଳରୁ ଚେଷ୍ଟା କରୁଥିଲେ ବର୍ତ୍ତମାନ ବ୍ରିଟିଶ ସରକାର ଓ ପାର୍ଲିଆମେଣ୍ଟ ବହୁ ଅନୁସନ୍ଧାନ ଓ ଆଲୋଚନା ପରେ ଗଞ୍ଜାମ ଓ ବିଶାଖା ପାଟଣାର ଅଧିକାଂଶ ଓଡ଼ିଆଭାଷୀ ଅଞ୍ଚଳକୁ ଓଡ଼ିଶା ସଙ୍ଗେ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ହେବା ଘୋଷଣା କରିଅଛନ୍ତି ଓ ଖ୍ରୀ ୧୯୩୬: ସାଲ ଅପ୍ରେଲ ମାସରୁ ଏହି ନୂତନ ଓଡ଼ିଣା ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ରୂପେ ଚଳିବାର ସ୍ଥିର କରିଅଛନ୍ତି

ଇଉରୋପୀୟ ସଭ୍ୟତା ପ୍ରଥମେ ମନ୍ଦ୍ରାଜରେ ପ୍ରବେଶ କରିଥିଲା ଓ ଇଂରାଜିମାନେ ମନ୍ଦ୍ରାଜ ଆଡ଼ରୁ ଅଗ୍ରସର ହୋଇ ଚିଲିକା ମୁହାଣ ବାଟେ ଓଡ଼ିଶାକୁ ଅଧିକାର କରି— ଥିଲେ ଇଉରୋପୀୟମାନଙ୍କ ଔରସରୁ ଭାରତୀୟା ସ୍ତ୍ରୀଙ୍କ ଗର୍ଭରେ ଜାତ ହୋଇଥିବା କଳା ଫିରଙ୍ଗୀ ବା ଆଙ୍ଗ୍ଳୋ— ଇଣ୍ଡିଆନ୍ (Anglo Indian) ଜାତିଙ୍କ ବଂଶଧର ଏହି ପ୍ରଦେଶରେ ଅଧିକ ଅଛନ୍ତି ଓ ଏମାନଙ୍କୁ ମନ୍ଦ୍ରାଜୀ ସାହେବ ବା କଳା ସାହେବ ବୋଲାଯାଏ]