ମରିବା
ଦେଖଣା
ମରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମରାଯି(ହେ)ବା—କର୍ମବାଚ୍ୟରୂପ]
(ମରାଇବା—ଣିଜନ୍ତରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃ. ଧାତୁ; ଅକର୍ମକ)
[ସମ୍ପାଦନା]- ୧. ମୃତ ହେବା; (ଜୀବ) ପ୍ରାଣତ୍ୟାଗ କରିବା —୧. To die; (said of living beings).
- ୨. ଅଦୃଶ୍ୟ ହେବା; ଲୁପ୍ତ ହେବା — ୨. To disappear; to cease.
(ଯଥା— ତିଅଣରୁ ପାଣି ମଲାଣି)
- ୩. ବିନଷ୍ଟ ହେବା; ଧ୍ୱଂସପ୍ରାପ୍ତ ହେବା —୩. To perish; to be destroyed or ruined.
[ଯଥା—ମଲମ ଲଗାଇବାରୁ ମୋ ଦେହରୁ ଯାଦୁ ଗଲା]
- ୪. ଶୁଷ୍କ ହେବା; ଶୁଖିଯିବା —୪. To dry up.
(ଯଥା—ଧାନଗଛ ଖରାରେ ମରିଲାଣି)
- ୫. ବିଶେଷ କଷ୍ଟ ବା ଦୁଃଖ ଭୋଗ କରିବା; ହୈରାମ ହେବା —୫. To suffer terribly.
[ଉ—ମାଳିଏ ମରନ୍ତି ଜରିମାନାଦେଇ ରାଧାନାଥ. ଦରବାର]
- ୬. କୌଣସି ଦଳର କ୍ରୀଡ଼ାରୁ ଅନ୍ତରିତ ହେବା —୬. To be out (said of a player in a game).
[ଦ୍ରଷ୍ଟବ୍ୟ —(କ୍ରୀକେଟ୍, ବୁଢ଼ିଆଣୀ ଓ ଡୁ ଡୁ ଖେଳରେ) କୌଣସି ଖେଳାଳି ପରାସ୍ତ ହେଲେ କ୍ରୀଡ଼ା ଭୂମିରୁ ଅନ୍ତରିତ ହୁଏ]
- ୭. (ପଶା, କଉଡ଼ି, ସତରଞ୍ଜି ବା ବାଘ— ବଜାରି ଖେଳରେ ଏକ ଖେଳାଳିର ସାର) ବିପକ୍ଷ ଦଳର ସାରଦ୍ୱାରା ମାଡ଼ ଖାଇବା — ୭. To be discarded or overtaken by an adversary's set or piece in a game (said of one player's set or piece in a game of dice, chese or cowrite being over taken or overpowered by another player's piece).
[ଦ୍ରଷ୍ଟବ୍ୟ —ସତରଞ୍ଜି ଖେଳରେ ହାତୀ, ଘୋଡ଼ା ଓ ପାଇକ ଆଦି ମରନ୍ତି]
- ୮. ଜୀବନଶକ୍ତି— ଶୂନ୍ୟ ହେବା —୮. To lose vitality.
(ଯଥା— ଜାଦୁ ଯୋଗୁଁ ନଖ ମରିଯାଏ)
- ୯. ଅତି ଲଜ୍ଜିତ ହେବା —୯. To be greatly humiliated
[ଉ—ମୋତେ ମାରନାଁ ମୁଁ ମଲିଣି, ଦୀପ ଲଗେଇ ଦେଖ୍ ପିଠି, ଲାଉ ଚୋର ଭାବ ପାଇଲିଣି—ଢଗ]
- ୧. ସଂଲଗ୍ନ କରାଯିବା; ମରାଯିବା —୧୦. To be attached or struck.
(ଯଥା—ଏ ଚିଠି ଲଫାପା ଉପରେ ପାଞ୍ଚ ପଇସିଆ ଟିକଟ ମରିଛି)
- ୧୧. ଝାଉଁଳିବା; (ବୃକ୍ଷାଦି) ବର୍ଦ୍ଧନଶକ୍ତିଶୂନ୍ୟ ହେବା —୧୧. To wither (said of plants).
[ଉ—ଆମ୍ୱ ଗଛରେ ପାଣି ଦଉଁ ଦଉଁ ଶିମ୍ୱ ଗଛ ମଲା—ଢଗ]
- ୧୨. ଜ୍ୟୋତିଃ ଶୂନ୍ୟ ହେବା —୧୨. To lose lustre.
(ଯଥା—ଜହ୍ନ ମରିବା)
- ୧୩. ଜଳୀୟାଂଶ ଶୁଷ୍କ ହେବାଦ୍ୱାରା ନିର୍ଜଳ ବସ୍ତୁରେ ପରିଣତ ହେବା —୧୩. To turn into a thing void of water by evaporation or heat.
(ଯଥା—ଲହୁଣୀରୁ ଘିଅ ମରେ, ନଡ଼ିଆ ରସରୁ ନଡ଼ିଆ ଘିଅ ମରେ)
- ୧୪. (ମନରୁ କ୍ରୋଧ ଆଦି) ଉପଶାନ୍ତ ହେବା —୧୪. To be assuaged.
(ଯଥା—ଏତେ ଦିନେ ତାଙ୍କର ମୋ ଉପରୁ ରାଗ ମରି ନାହିଁ)
[ଉ—ମରିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ, ମରି ଯିବା]