ମର୍ମର

ଉଇକିଅଭିଧାନ‌ରୁ

ମର୍ମର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ+କର୍ତ୍ତୃ. ଅର; 'ମ' ଆଗମ)[ସମ୍ପାଦନା]

୧. ପତ୍ରାଦିରେ ବାୟୁ ହିଲ୍ଲୋଳାଦିଜନିତ ଅବ୍ୟକ୍ତ ଧ୍ୱନି —୧. The rustling or cracking sound of leaves when trodden or wafted breeze.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାର୍ବଲ୍)[ସମ୍ପାଦନା]

ମାର୍ବଳ୍ ପଥର; ଶଙ୍ଖମର୍ମର ପଥର —marble.

[ଦ୍ରଷ୍ଟବ୍ୟ —ଭାରତରେ ଜବଲପୁର ଓ ରାଜପୁତନାର ମର୍ମର ପ୍ରସ୍ତର ପ୍ରସିଦ୍ଧ ଧଳା, କଳା ଓ ହଳଦିଆ ଓ ଛଉକା ଆଦି ନାନାରଙ୍ଗର ମର୍ମର ପଥର ଅଛି ଆଗ୍ରାର ତାଜମହଲ ମର୍ମର ପଥରରେ ମିର୍ମିତ ଆଗ୍ରାରେ ଏହି ପଥରର ବାସନ ମିଳେ ଇଟାଲିରେ ଉତ୍କୃଷ୍ଟ ମର୍ମର ମିଳେ]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ମର୍ମର ଶବ୍ଦକାରକ —Making a rustling sound.

ବୈଦେଶିକ - ବିଶେଷ୍ୟ - (ନାମ)[ସମ୍ପାଦନା]

ଏହି ନାମର ସାଗର —The Sea of Marmora; an inland sea to the southwest of the Black Sea.

[ଦ୍ରଷ୍ଟବ୍ୟ —ଏହି ସାଗର ଇଉରୋପୀୟ ସୁରଷ୍କ ଓ ଆସିୟିକ ତୁରଷ୍କ ମଧ୍ୟରେ ଅବସ୍ଥିତ ଏହି ବାଟେ କୃଷ୍ଣସାଗର (Black Sea)କୁ ଭୁମଧ୍ୟସାଗରକୁ ଯିବା ଆସିବା କରାଯାଏ; ଏହା କୃଷ୍ଣସାଗରର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ; ଏହାର ଉତ୍ତର ପୂର୍ବ କୋଣରେ ଇରୋପୀୟ ତୁରଷ୍କର ରଜଧାନୀ କନ୍ଷ୍ଟାଣ୍ଟିନୋପଲ୍ ଅବସ୍ଥିତ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ମୁର୍ମୂର୍ଷୁ —Dying.