ମଳମାସ

ଉଇକିଅଭିଧାନ‌ରୁ

ମଳମାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଅମାବାସ୍ୟାଦ୍ୱୟ ଯୁକ୍ତ ଓ ରବି ସଂକ୍ରାନ୍ତିବର୍ଜିତ ଚାନ୍ଦ୍ର— ମାନ ମାସ; ଅଧିମାସ; ମାସବୃଦ୍ଧି —A leap- month of the Hindu almanac; an inter- calary lunar month; a lunar month inter- calated or added to the ordinary lunar monthin order to compensate the deficit between the solar and the lunar months.

[ଦ୍ରଷ୍ଟବ୍ୟ —ସୌରମାନ ବର୍ଷ ୩୬୫: ଦିନ ୬ ଘଣ୍ଟା ଓ ଚାନ୍ଦ୍ରମାନ ବର୍ଷ ପ୍ରାୟ ୩୫୪: ଦିନ ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରମ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ଡକାହୁଏ ଯଥା, 'କାର୍ତ୍ତିକମଳ', 'ବୈଶାଖମଳ' ଇତ୍ୟାଦି

ପ୍ରଥମେ ଅସଲ ଚାନ୍ଦ୍ରମାନ ମାସର ପ୍ରଥମ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କୃଷ୍ମପକ୍ଷକୁ ଅସଲ ଚାନ୍ଦ୍ରମାନ ମାସର କୃଷ୍ଣପକ୍ଷ ବୋଲି ଗଣାଯାଏ; ଅମାବାସ୍ୟାଠାରୁ ଆଗାମୀ ଅମାବାସ୍ୟା ପର୍ଯ୍ୟନ୍ତ ମଳମାସ ଗଣାଯାଏ; ପୁଣି ସେହି ଅମାବାସ୍ୟାର ପରଦିନ ପ୍ରତିପଦଠାରୁ ଅସଲ ଚାନ୍ଦ୍ରମାନ ମାସର ବାକି ଥିବା ଶୁକ୍ଳପକ୍ଷ ଗଣତି କରାଯାଏ ଏଥିରୁ ଦେଖାଯିବ ଯେ ମଳମାସଟି ଅସଲ ଚାନ୍ଦ୍ରମାନ ମାସର କୃଷ୍ଣପକ୍ଷ ଓ ଶୁକ୍ଳ— ପକ୍ଷଦ୍ୱାରା ସଂପଟୀକୃତ ହୁଏ ମଳମାସରେ ଦୈବ ଓ ପୈତ୍ରାଦି କାର୍ଯ୍ୟ ନିଷିଦ୍ଧ ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ; ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ ଏ ମାସକୁ 'ମଳମାସ', 'ଚାନ୍ଦ୍ରମଳମାସ' ବା 'ଚାନ୍ଦମାନ ମଳ' ବା 'ଅଧିମାସ' ବୋଲାଯାଏ ଏହି ମଳମାସରେ ପ୍ରାତଃସ୍ନାନ, ହବିଷ୍ୟ ଓ ବହିର୍ଜପାଦି ବ୍ରତ କର୍ତ୍ତବ୍ୟ

ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କନ୍ତୁ ମୁସଲମାନମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସଦ୍ୱାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା— ଈଦ, ମହରମ) ସବୁ ଋତୁରେ ପଡ଼ିଯାଏ

ଆଚାର୍ଯ୍ୟ ଯୋଗେଶଚନ୍ଦ୍ର ରାୟ ତାଙ୍କର 'ଆମାଦେର ଜ୍ୟୋତିଷୀ' ଗ୍ରନ୍ଥରେ ମଳମାସ ସମ୍ୱନ୍ଧରେ ଅନେକ ଜ୍ଞାତବ୍ୟ ବିଷୟ ଲେଖି ଅଛନ୍ତି

ଏକ ଚାନ୍ଦ୍ରମାନ ବର୍ଷ=୩୫୪: ଦିନ=୧୨:ଟି ଚାନ୍ଦ୍ରମାନ ମାସ

ଏକସୌରମାନ ବର୍ଷ=୩୬୫: ଦିନ=୧୨: ସୌରମାନ ମାସ

ଅତଏବ ୧ ସୌର ବର୍ଷ=୧ ଚାନ୍ଦ୍ରମାନ ବର୍ଷ+୧୨: ଦିନ

ପ୍ରତି ବର୍ଷର ଏହି ୧୨: ଦିନର ପାର୍ଥକ୍ୟକୁ ଭରିଣା କରିବାପାଇଁ ୨୪: ବର୍ଷ ପରେ ଥରେ ଅଧିମାସ ସୃଷ୍ଟି କରା— ଯାଇଅଛି ଅର୍ଥାତ୍ ୩ ଚାନ୍ଦ୍ରମାସ ପରେ ଗୋଟିଏ ମଳମାସ ପଡ଼େ

ସୌର ବର୍ଷ=୩୬୬: ଦିନ

୫. ସୌର ବର୍ଷ=୧୮୩: ଦିନ
୧. ଚାନ୍ଦ୍ରମାନ ମାସ=୨୯.୫୧୬: ଦିନ
୧. ଚାନ୍ଦ୍ରମାନ ବର୍ଷ=୩୫୪.୧୯୨: ଦିନ

ଅତଏବ ୫ ଚାନ୍ଦ୍ରମାନ ବର୍ଷ=୧୭୭.୯୬: ଦିନ

ଅତଏବ ୫ ବର୍ଷରେ ସୌରମାନ ବର୍ଷ ଓ ଚାନ୍ଦ୍ରମାନ ବର୍ଷ ମଧ୍ୟରେ ଦିନର ଭଗ୍ନାଂଶ ବାଦ୍ ଦେଇ ହିସାବ (କଲେ ୧୮୩: ଦିନ—୧୭୭: ଦିନ=୬ଦିନ ବା) ୨ ଚାନ୍ଦ୍ରମାସ ପ୍ରଭେଦ ପଡ଼େ ତେଣୁ ଚାନ୍ଦ୍ରମାନ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଚାନ୍ଦ୍ର ମଳମାସ ମିଶାଇ ସୌର ବର୍ଷ ଓ ଚାନ୍ଦ୍ର ବର୍ଷମଧ୍ୟରେ ସମତା ରକ୍ଷା ହୁଏ ମଳମାସର ବିଷୟ ମୋଟାମୋଟି ନିମ୍ନଲିଖିତମତେ ପ୍ରକାଶ କରାଯାଇ ପାରେ ଦିନ ଓ ରାତିକୁ ସୌରଗଣନା ଅନୁସାରେ ୬ ଦଣ୍ଡ ଧରାଯାଏ କିନ୍ତୁ ପ୍ରତ୍ୟେକ ଚାନ୍ଦ୍ର ତିଥିର ମାନ ୫୮: ଦଣ୍ଡ ଅତଏବ ପ୍ରତି ସୌରଦିନଠାରୁ ଚାନ୍ଦ୍ରତିଥି ୨ ଦଣ୍ଡ କମି ଅଟେ ଓ ସୌର ୧ ମାସରେ ଚାନ୍ଦ୍ର ୩୧:ଟି ତିଥି ହୁଏ ଅର୍ଥାତ୍ ପ୍ରତି ସୌରମାସରେ ଗୋଟିଏ ଚାନ୍ଦ୍ର ଦିନ ବଡ଼ତି ହୁଏ ଅତଏବ ୧୨: ସୌରମାସ=୧୨:ଟି ଚାନ୍ଦ୍ର ମାନ+୧୨: ଦିନ ଅତଏବ ପ୍ରତି ୨୪: ବର୍ଷରେ ଚାନ୍ଦ୍ର ଗଣନା କରାଯିବା ମାସ—

ମାନଙ୍କରେ ଅଧିକା ୧ ମାସ ଯୋଗ କଲେ ସୌର ଓ ଚାନ୍ଦ୍ରଗଣନା ମଧ୍ୟରେ ସମତା ରକ୍ଷା ହୁଏ ଏହି ଅଧିକା ମାସକୁ ମଳମାସ ବୋଲାଯାଏ ଏହି ମଳମାସରେ ସଂକ୍ରାନ୍ତି ପଡ଼େ ନାହିଁ ଥରେ ମଳମାସ ପଡ଼ିବାର ୨ ବର୍ଷ ପରେ ଆଉ ଏକ ମଳମାସ ପଡ଼େ ମଳମାସରେ ବିବାହାଦି ଶୁଭକୃତ୍ୟ ନିଷିଦ୍ଧ ସଂକ୍ରାନ୍ତି ବର୍ଜ୍ଜିତମାସ ୩ ପ୍ରକାର ଅଟେ; —ଭାନୁଲଂଘିତ, କ୍ଷୟ ଓ ମଳମାସ ମଳମାସ ଫାଲ୍ଗନଠାରୁ ମାର୍ଗଶିର ଏହି ୧ ମାସରେ ପଡ଼େ ପୁଷମାସ କେବେହେଁ ମଳମାସ ହୁଏ ନାହିଁ ଓ ମାଘରେ କ୍ୱରିତ୍ ମଳମାସ ପଡ଼େ (ହିନ୍ଦୀ - ଶ.) ଏଥିରୁ ବିସ୍ତାରିତ ବିବରଣ ପାଇଁ କୌଣସି ଜ୍ୟୋତିଷ ଗ୍ରନ୍ଥ ଦ୍ରଷ୍ଟବ୍ୟ]