ମହଣ

ଉଇକିଅଭିଧାନ‌ରୁ

ମହଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୟନ; ମଦନ)[ସମ୍ପାଦନା]

୧. ମହୁ ଶିଠା; ମଧୂଶିକ୍ଥ — ୧. Beeswax.

[ଦ୍ରଷ୍ଟବ୍ୟ —ମହୁ— ମାଛିଙ୍କ ଫେଣାରେ ମହୁ ସଞ୍ଚିତ ହୋଇ ଥିବା କୋଷମାନଙ୍କ କାନ୍ଥ ଏକପ୍ରକାର ଅଠାଳିଆ ବସ୍ତୁରେ ନିର୍ମିତ ସେହି ଅଠାଳଆ ବସ୍ତୁକୁ ପାଣିରେ ସିଝାଇଲେ ମହଣ ବାହାରେ ବୈଦ୍ୟଶାସ୍ତ୍ର ମତରେ ଏହା କୋମଳ, ସ୍ନିଗଧ, ଭୂତାପସାରକ, ବ୍ରଣରୋଧକ ଓ ଭଗ୍ନ— ସନ୍ଧାୟକ ଏହା ବାୟୁ କୁଷ୍ଠ ବିସର୍ପ ଓ ରକ୍ତଦୋଷ ନାଶକ ଏହା ଅନେକ କାର୍ଯ୍ୟରେ ଲାଗେ ସ୍ତ୍ରୀଲୋମାନେ କେଶ କୁଣ୍ଡାଇ ତା ଉପରେ ମହଣ ବୋଳନ୍ତି ମହଣରେ ବତି ଓ ପିତୁଳା ତିଆରି ହୁଏ]

୨. (ସଂସ୍କୃତ - ମାନ; ଆ, ମନ୍) ୪ ସେର ଓଜନ ପରିମାଣ —୨. A weight of ୪୦ seers; maund.

[ଦ୍ରଷ୍ଟବ୍ୟ —ଏହାର ସାଙ୍କେତିକ 'ମ' ସଂଖ୍ୟାର ପୂର୍ବେ ଲେଖାଯାଏ, ମ. ୪=୪: ମହଣ; ବାଲେଶ୍ୱର ଓ କଟକୀ ସେରର ତାରତମ୍ୟ ଅନୁସାରେ ମହଣ ଓଜନର ତାରତମ୍ୟ ହୋଇଥାଏ ୧ ମହଣ=୪ ସେର=୮ ପଶୁରୀ ଟନ୍=ବାଲେଶ୍ୱରୀ ୨୭: ମହଣ]

୩. (ସଂସ୍କୃତ - ମଦନ)—ମଏଣ (ଦେଖ) - ୩. Maeṇa (See)
୪. (ସଂସ୍କୃତ - ମାଣକ) ମାଣସାରୁ — ୪. Alocasia Indica; a kind of taro.
୫. ବଳଦ ଓ ଘୋଡ଼ା ଆଦିଙ୍କୁ ତାଲିମ କରିବା ପ୍ରକ୍ରିୟା; ମଣ —୫. The process or act of training bullocks horses etc.
୬. (ସଂସ୍କୃତ - ମଥନ) ଫେଣୀ ବା ଖଜା ନାମକ ବହୁ ପରସ୍ତର ଘିଅପିଠା ତିଆରି କରିବା ପାଇଁ ବ୍ୟବହୃତ ଘୃତମିଶ୍ରିତ ଚାଉଳ ଅଟାର ଲେପ —୬. A leaven consisting of a liquid dough of pasted rice mixed with ghee, smeare inside the folds of the rolls before they are fried in ghee or oil.

[ଦ୍ରଷ୍ଟବ୍ୟ —ଅଟା ବା ମଇଦାକୁ ଚକଟି ବେଲି ତହିଁ ଉପରେ ମହଣର ଲେପ ଦେଇ ଗୁଡ଼ାଇ ନେବାକୁ ହୁଏ ଓ ଗୁଡ଼ିଆ ହୋଇଥିବା ଚକତିକୁ ପୁଣି ବେଲି ଖଣ୍ଡ ଖଣ୍ଡ କରି କାଟି ଘିଅରେ ଛଣାଯାଏ ମହଣ ଯୋଗୁଁ ଖଜାର ସ୍ତରମାନ ପୃଥକ୍ ପୃଥକ୍ ହୋଇ ରହେ]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ମଣ ହୋଇଥିବା — ୧. Trained or broken to work (animal).
୨. ମହଣରେ ପ୍ରସ୍ତୁତ —୨. Waxen.