ମହମ୍ମଦ୍

ଉଇକିଅଭିଧାନ‌ରୁ

ମହମ୍ମଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ) (ଆରବୀ - ମହମ୍ମଦ୍)[ସମ୍ପାଦନା]

ମୁସଲମାନ୍ ଧର୍ମ— ପ୍ରବର୍ତ୍ତକ ଈଶ୍ୱର ପ୍ରେରିତ ଦୂତ ବା ମହା— ପୁରୁଷଙ୍କ ନାମ —Mahomed; the Apostle of God who first introduced Mahomedanism.

[ଦ୍ରଷ୍ଟବ୍ୟ —ମହାପରୁଷ ବା ହଜରତ୍ ମହମ୍ମଦ ଆରବର ମକ୍କା ମଗରୀରେ ଖ୍ରା. ୫୭:ରେ କୋରେଶ୍ ବଂଶରେ ଜନ୍ମଗ୍ରହଣ କରିଥିଲେ ଏହାଙ୍କର ପିତାଙ୍କ ନାମ ଅବଦୁଲା ଓ ମାତାଙ୍କ ନାମ ବିବି ଅମିନା ହାଲିମା ବିବ ଏହାଙ୍କର ପାଳତୀ ମା ମହମ୍ମଦଙ୍କର ୮ ଗୋଟି ସ୍ତ୍ରୀଙ୍କ ମଧ୍ୟରେ ଖୋଦିତା (ଖୋଦିତା (ପ୍ରଥମା ଓ ଆୟେସା ସିଦକା ସବୁଠାରୁ ବେଶି ସୁନ୍ଦରୀ ଓ ଗୁଣବତୀ ଥିଲେ ଖାଦିଜାଙ୍କ ଗର୍ଭଜାତ ପୁତ୍ରଙ୍କ ନାମ ଆବୁତୟବ୍ ଓ ଆବୁ— ତାହେର୍ ଓ ଫାତମା ଜୋହୋରା ଏହି କନ୍ୟା ମହମ୍ମଦଙ୍କ ଖୁଡ଼ୁତା ପୁଅ ଭାଇ ଆଲିଙ୍କୁ ବିବାହ କରିଥିଲେ ଏବଂ ଅତ୍ୟନ୍ତ ରୂପବତୀ, ଗୁଣବତୀ ଏବଂ ଧାର୍ମିକା ଥିଲେ ମହମ୍ମଦଙ୍କର ପିତୃବ୍ୟଙ୍କ ନାମ ଆବୁତାଲିବ୍ ପିତାମହଙ୍କ ନାମ ଅବ୍ଦୁଲ ମୋତ୍ଲବ୍ ଅଳ୍ପ ବୟସରେ ଏହାଙ୍କର ପିତୃ—ବିୟୋଗ ଘ଼ଟିବାରୁ ଏ ଜଣେ ଧନୀ ବଣିକଙ୍କ ପଣ୍ୟବାହୀ ଉଷ୍ଟ୍ରଚାଳକରୂପେ ୨୫: ବର୍ଷ ବୟସ ପର୍ଯ୍ୟନ୍ତ ବହୁ ଦୁଃଖରେ କାଳାତିପାତ କରିଥିଲେ ତତ୍ପରେ ଖାଦିଜାନାମ୍ନୀ ଜଣେ ଧନବତୀ ବିଧବାଙ୍କ ପାଣିଗ୍ରହଣ କରବାରୁ ସୁଖରେ ରହିଲେ ଏହାଙ୍କର ବାଲ୍ୟକାଳରେ ବିଦ୍ୟା ଶିକ୍ଷାଲାଭ ହୋଇ ନ ଥିଲେହେଁ ଏ ସ୍ୱଭାବତଃ ଚିନ୍ତାଶୀଳ ଥିଲେ ଆରବ ଦେଶ— ବାସୀଙ୍କ ପୌତ୍ତଳିକତା ଓ ତଜ୍ଜନିତ ମତଭେଦ ଓ ବିବାଦ ଦେଖି ଏ ବ୍ୟଥିତ ହୋଇଥଲେ ଗୋଟିଏ ଗିରିଗୁହାକୁ ଯାଇ ଧ୍ୟାନମଗ୍ନ ହୋଇ ତପସ୍ୟା କରିବା ସମୟରେ ଈଶ୍ୱର ଗେବ୍ରିଏଲ୍ ନାମକ ସ୍ୱର୍ଗଦୂତଦ୍ୱାରା ଏହାଙ୍କୁ ଈଶ୍ୱରଙ୍କର ଆଜ୍ଞାମାନ (ଏକେଶ୍ୱରବାଦ ଆଦି) ଣୁଣାଇଥିଲେ ଓ ସେହି ସେହି ଆଜ୍ଞାମାନ ମହମ୍ମଦ୍ 'କୋରାନ୍' ରୂପେ ପ୍ରଚାର କଲେ ଏକେଶ୍ୱରବାଦ ଧର୍ମର ପ୍ରଚାର ମହମ୍ମଦଙ୍କର ୪ ବର୍ଷ

ବୟସରେ ଆରବ୍ଧ ହେଲା ପ୍ରଥମେ ଏହାଙ୍କର ପତ୍ନୀ ଓ ଆଉ ଦୁଇଜଣ ମାତ୍ର ବ୍ୟକ୍ତି ଏହି ମତ ଗ୍ରହଣ କଲେ କ୍ରମେ କ୍ରମେ ଏହାଙ୍କର ଶିଷ୍ୟସଂଖ୍ୟା ବଢ଼ିଲା କିନ୍ତୁ ମକ୍କାବାସୀମାନେ ଏହାଙ୍କ ପ୍ରଚାରିତ ଧର୍ମର ବିରୋଧୀ ହୋଇ ଏହାଙ୍କ ଉପରେ ନାନାପ୍ରକାର ଉତ୍ପୀଡ଼ନ ଆରମ୍ଭ କଲେ ଶେଷରେ ମହମ୍ମଦ ମଦିନା ନଗରକୁ ଗଲେ ଓ ଏହାଙ୍କର କେତେକ ଶିଷ୍ୟ ଆଫ୍ରିକାର ଆତିସିନିଆକୁ ଗଲେ ମହମ୍ମଦଙ୍କୁ ଆତ୍ମରକ୍ଷା କରିବା ପାଇଁ ଅସ୍ତ୍ରଧାରଣ କରିବାକୁ ହୋଇଥିଲା କ୍ରମଶଃ ଏହାଙ୍କ ଶିଷ୍ୟସଂଖ୍ୟା ବଢ଼ିଲା ଓ ଶିଷ୍ୟମାନେ ଆରବଦେଶ ତମାମ୍ ଅହି ଧର୍ମ ପ୍ରଚାର କଲେ କ୍ରମେ କ୍ରମେ ମହମ୍ମଦ ସେନାନାୟକ ହୋଇ ଅନେକ ସ୍ଥାନ ଓ ନଗର ଅଧିକାର କଲେ ଏହାଙ୍କୁ ୫୨: ବର୍ଷ ବୟସ ହୋଇଥିବା ସମୟରେ ଅର୍ଥାତ୍ ୬୩୨: ଖ୍ରାଷ୍ଟାଦ୍ଦରେ ଏହାଙ୍କର ଦେହାନ୍ତର ହୋଇଥିଲା ଏହାଙ୍କ ପ୍ରବର୍ତ୍ତିତ ଧର୍ମ 'ଇସ୍ଲାମ୍' ଓ ଏହି ଧର୍ମାବଲମ୍ୱୀମାନେ 'ମୁସଲମାନ୍' ନାମରେ ଖ୍ୟାତ ମୁସଲମାନ୍ ଶବ୍ଦର ଅର୍ଥ 'ଭକ୍ତିପୂର୍ଣ୍ଣ, ଭକ୍ତ' ଏମାନଙ୍କ ଧର୍ମ— ଶାସ୍ତ୍ର କୋରାନ୍ ଏ ଧର୍ମର ପ୍ରଧାନ ମତ ଏହି କି 'ଈଶ୍ୱର' ବା 'ଆଲ୍ଲା'ଙ୍କ ଛଡ଼ା ଅନ୍ୟ କେହି ଏ ଜଗତର ପ୍ରଭୁ ନୁହନ୍ତି ଓ ମହମ୍ମଦ ଈଶ୍ୱରାନୁଗ୍ରହୀତ ପ୍ରଚାରକ ଯେଉଁମାନେ ଏହି ଏକେଶ୍ୱର ବା ଆଲ୍ଲାଙ୍କର ଇପାସନା ନ କରନ୍ତି ସେମାନେ ବିଧର୍ମୀ ବା 'କାଫର୍' ଓ କାଫର୍ମାନଙ୍କ ସଙ୍ଗରେ ଧର୍ମଯୁଦ୍ଧ (ଯିହାଦ)ରେ ପ୍ରାଣନାଶ ହେଲେ ଅନନ୍ତସ୍ୱର୍ଗ ଲାଭ ହୁଏ ମୁସଲମାନ୍ମାନେ ୪ଟିରୁ ଅଧିକ ସ୍ତ୍ରୀ ବାବାହ କରିବେ ନାହିଁ ଓ ମଦ୍ୟ ଏବଂ ଶୂକର ମାଂସ ଖାଇବା ଏମାନଙ୍କ ପକ୍ଷରେ ନିଷିଦ୍ଧ ମୁସଲମାନ୍ମାନେ ଜାତିଭେଦ ସ୍ୱାକାର କରନ୍ତି ନାହିଁ 

ମହମ୍ମଦ ମଦିନାକୁ ଯିବା ସମୟ (ଖ୍ରା. ୬୨୨: )ରୁ ମୁସଲମାନମାନଙ୍କର 'ହିଯିରୀ' ସନର ଗଣନା ଆରମ୍ଭ ହେଲା ମକ୍କାରୁ ମଦିନାକୁ ଯିବା ପରେ ବିଧବାଧର୍ମୀମାନେ ତାଙ୍କୁ ମଦିନାରେ ମଧ୍ୟ ଶାନ୍ତିରେ ରଖାଇ ଦେଲେ ନାହିଁ ସେଠାରେ ବିଧର୍ମୀ— ମାନଙ୍କ ସଙ୍ଗେ ଯେଉଁ ଯୁଦ୍ଧ ହୋଇଥିଲା ସେହି ଯୁଦ୍ଧରେ ଏହାଙ୍କ ଦଳ ପରାସ୍ତ ହୋଇଥିଲେ ମହମ୍ମଦଙ୍କ ପୂର୍ବେ ମକ୍କା ନଗରର ଯେଉଁ ଦେଉଳରେ ପ୍ରତିମା ପୂଜା କରଯାଉଥିଲା ମହମ୍ମଦ୍ ତାହାକୁହିଁ ଏକେଶ୍ୱର ଉପାସନାର ମନ୍ଦିରରେ ପରିଣତ କଲେ ବର୍ତ୍ତମାନ ମକ୍କାନଗରୀର ଏହି ମନ୍ଦିର ବା 'କବ୍ୱା' ମୁସଲମାନ୍ମାନଙ୍କର ପ୍ରଧାନ ତୀର୍ଥ ଏବଂ ଏଠାକୁ ଲକ୍ଷ ଲକ୍ଷ ମୁସଲମାନ୍ ଯାତ୍ରୀ 'ହଜ୍' କରିବାକୁ (ଅର୍ଥାତ୍ ଈଶ୍ୱରଙ୍କ ନାମରେ ଉତ୍ସର୍ଗ କରି ପୂଜା କରିବାକୁ) ଯାଆନ୍ତି ଯେଉଁମାନେ ମକ୍କାକୁ ଯାଇ 'ହଜ୍' କରନ୍ତି ସେମାନଙ୍କୁ 'ହାଜୀ' କହନ୍ତି ମୁସଲମାନ୍ ପୂଜିତ 'ଆଲ୍ଲାଙ୍କର' ପ୍ରାର୍ଥନା— ରୂପ ଅଲ୍ଲୋପନିଷଦ୍ ନାମରେ ଗୋଟିଏ ସୁକ୍ତ ଅଥର୍ବ ବେଦରେ ଲେଖାଅଛି (ଅଲ୍ଲୋପନିଷଦ୍ ଦେଖ) ଓ ତହିଁରେ ମହମ୍ମଦଙ୍କ ନାମୋଲ୍ଲେଖ ଅଛି ବର୍ତ୍ତମାନ ପୃଥିବୀର ପ୍ରାୟ ୧୪ ଲୋକ ମୁସଲମାନ୍ଧର୍ମାବଲମ୍ୱୀ

ମୁସଲମାନ୍ମାନଙ୍କର ପ୍ରଦାନ କର୍ତ୍ତବ୍ୟ କର୍ମ—୧. ପାଞ୍ଚଥର ଦୈନିକ ପ୍ରାର୍ଥନା ବା ନମାଜପାଠ, ୨. ଭିକ୍ଷା ଦେବା, ୩ ରମଜାନ୍ ମାସର ଉପବାସ ଓ ୪. ମକ୍କାକୁ ତୀର୍ଥଯାତ୍ରା ମୁସଲ୍ମାନ୍ମାନେ ମହମ୍ମଦଙ୍କୁ ପୟଗମ୍ୱର (ଦୂତ) ବା ହଜରତ୍ ମହମ୍ମଦ ବୋଲି କହନ୍ତି ମୁସଲମାନ୍ମାନେ ସଧାରଣତଃ ୨ ଶ୍ରାଣୀରେ ବିଭକ୍ତ ଯଥା—ସୀହା ଓ ସୁନ୍ନୀ

ବର୍ତ୍ତମାନ ମୁସଲମାନ୍ ଧର୍ମାବଲମ୍ୱୀମାନଙ୍କ ମଧ୍ୟରେ ଆହମ୍ମଦୀୟ (ଆରବୀ - ଆହେମ୍ମଦୀ) ନାମକ ନୂଆ ଶାଖା ପ୍ରବର୍ତ୍ତିତ ହୋଇଛି

ଏହି ଆହମ୍ମଦୀୟ ଦଳର ପ୍ରତିଷ୍ଠାତା ହଜରତ୍ ମୀର୍ଜା ଗୋଲାମ୍ ଅହେମ୍ମଦ୍ ପଞ୍ଜାବ ପ୍ରଦେଶର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ କାଦୀୟାନ୍ ନାମକ ସ୍ଥାନର ଅଧିବାସୀ ଥିଲେ ଓ ଉନବିଂଶ ଶତାଦ୍ଦୀରେ ମଧ୍ୟଭାଗରେ ଅହମ୍ମଦୀୟ ବା କାଦୀୟାନ୍ ମତ ପ୍ରଚାର କଲେ ମୁସଲମାନ୍ ଧର୍ମ ମଧ୍ୟରେ ଯେଉଁ କେତେଗୁଡ଼ିଏ ମନ୍ଦ ପ୍ରଥା ଇତ ମଧ୍ୟରେ ପ୍ରବେଶ କରିଥିଲା ତାହା ହଜରତ୍ ଅହେମ୍ମଦ୍ ସଂସ୍କାରକଲେ ଏହାଙ୍କର ଉପାଧି ମେହେଦୀ ଅର୍ଥାତ୍ ମହମ୍ମଦଙ୍କର ଈଶ୍ୱରପ୍ରେରିତ ଶିଷ୍ୟ ଏହିମତ(ବଲମ୍ୱୀମାନଙ୍କୁ ସାଧାରଣତଃ ଆହେମ୍ମଦୀ ବୋଲାଯାଏ ଓ ଅନ୍ୟ ମତାବଲମ୍ୱୀ ମୁସଲମାନ୍ମାନେ ଏମାନଙ୍କୁ ବ୍ୟଙ୍ଗୋକ୍ତିରେ କାଦିଆନୀ) (କାଦୀୟାନ୍ ସ୍ଥଳରେ) ସମ୍ପ୍ରଦାୟ ବୋଲି କହନ୍ତି]

୨. ମୁସଲମାନମାନଙ୍କର ବଂଶୋପାଧି ବିଶେଷ —୨. A family title of Mahomedans.