ମହାଦେବ

ଉଇକିଅଭିଧାନ‌ରୁ

ମହାଦେବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ମହାନାସ, ମହାନେତ୍ର, ମହାନୃତ୍ୟଅନ୍ୟରୂପ

  • (file)

ସଂସ୍କୃତ - ବି—(ମହାନ୍+ଦେବ; କର୍ମଧାରୟ, କିଂବା ମହତ୍= ବଡ଼ଦେବତାଙ୍କର+ଦେବ; ୬ଷ୍ଠୀ ତତ୍)[ସମ୍ପାଦନା]

୧. ଶିବ; ମହେଶ —୧. Lord;Ṡiba.

[ଦ୍ରଷ୍ଟବ୍ୟ —ଏ ହିନ୍ଦୁମାନଙ୍କ ଶ୍ରେଷ୍ଠ ଦେବତାତ୍ରୟଙ୍କ ମଧ୍ୟରୁ ଅନ୍ୟତମ ଓ ପରମେଶ୍ୱରଙ୍କ ସଂହାରଶକ୍ତି ପୁରାଣରେ ବର୍ଣ୍ଣିତ ଅଛି ଯେ, ପ୍ରଥମେ ଏ ମହାପୁରୁଷଙ୍କ (ପରମେଶ୍ୱରଙ୍କ)ଦ୍ୱାରା ସୃଷ୍ଟ ହୋଇ ତପସ୍ୟାରେ ପ୍ରବୃତ୍ତ ହେଲେ ଏବଂ ଯୋଗିବିଶେଷ ଧାରଣ କଲେ ଏହାଙ୍କର ପରିଧାନ ବ୍ୟାଘ୍ରଚର୍ମ; ସର୍ପ ଏହାଙ୍କର କଟିବନ୍ଧ ଓ ଉତ୍ତରୀୟ; ଦେହ ଭସ୍ମବୋଳା; ମୁଣ୍ଡରେ ଡଟା ଓ ଜଟାରେ ଗଙ୍ଗା ପ୍ରହମାନା ଏହାଙ୍କର ତିନିଗୋଟି ଆଖି; ସେଥିପାଇଁ ତାଙ୍କର ଅନ୍ୟ ନାମ ତ୍ରିଲୋଚନ; କପାଳରେ ଅର୍ଦ୍ଧେନ୍ଦୁ ତିଳକରୂପେ ବିଦ୍ୟମାନ; ପାଞ୍ଚଗୋଟି ମୁଖ; ସେଥିପାଇଁ ତାଙ୍କର ନାମ ପଞ୍ଚାନନ ନନ୍ଦୀ ଏହାଙ୍କର ପ୍ରଧାନ ପାଶ୍ୱଚର ଶ୍ମଶାନରେ ଏହାଙ୍କର ବିଚରଣ, ପ୍ରଥମଗଣ ବା ଭୁତପ୍ରେତ ଏହାଙ୍କର ସହଚର ବୃଷଭ ଏହାଙ୍କର ବାହାନ; ଏ ଅତ୍ରିମୁନିଙ୍କର ଶିଷ୍ୟ ସବୁପ୍ରକାର ଅସ୍ତ୍ରଶସ୍ତ୍ରରେ ଏ ସୁପଣ୍ଡିତ ତ୍ରିଶୁଳ ଏହାଙ୍କର ପ୍ରଧାନ ଆୟୁଧ ଏହାଙ୍କ ଧନୁର ନାମ ପିନାକ ଯୁଦ୍ଧ ସମୟରେ ଏହା ଧନୁରୂପେ ଓ ଅନ୍ୟ ସମୟରେ ଏହା ବାଦ୍ୟରୂପେ ବ୍ୟବହୃତ ହୁଏ ଡମରୁ ଏହାଙ୍କର ବାଦ୍ୟ ଏହାଙ୍କରଲ ତାଣ୍ଡବନୃତ୍ୟ ଅତି ଭୟଙ୍କର ଏ ତ୍ରିପୁରାସରକୁ ବଧ କରିଥିଲେ ସେଥିପାଇଁ ଏହାଙ୍ଗର ନାମ ତ୍ରିପୁରାରି ବିଷ୍ଣୁଙ୍କ ସାହାର୍ଯରେ ଏ ଜଳନ୍ଧର ନାମକ ଅସୁରକୁ ବଧ କରିଥିଲେ ଏ ଯୁଦ୍ଧରେ ଅଜେୟ; କିନ୍ତୁ ଥରେ ବିଷ୍ଣୁଙ୍କ ସହିତ ସଂଗ୍ରାମରେ ପରାଜିତ ହୋଇଥିଲେ ଏହାଙ୍କ ବାସ କୈଳାଶଶିଖର

ଅସୁର ଓ ଦେବତାଙ୍କଦ୍ୱାରା ସମୁଦ୍ରମନ୍ଥନ ସମୟରେ ସର୍ବଶେଷରେ ଏ ଉପସ୍ଥିତ ହୋଇ ପୁନର୍ବାର ସମୁଦ୍ରକୁ ମନ୍ଥିବା ପାଇଁ ଆଦେଶ କରିବାରୁ ଦ୍ୱିତୀୟବାର ସମୁଦ୍ରକୁ ମନ୍ଥିନରୁ ହଳାହଳ (ବିଷ) ବାହାରିଲା ତାହାକୁ ସେ ପାନ କରି ବିଷଜ୍ୱାଳାରେ ଅସ୍ଥିର ହେଲେ ଏବଂ ତାଙ୍କର କଣ୍ଠ ନୀଳବର୍ଣ୍ଣ ଧାରଣ କଲା ଏଥିପାଇଁ ଏହାଙ୍କର ଅନ୍ୟନାମ ନୀଳକଣ୍ଠ ଓ ତପସ୍ୟାଦ୍ୱାରା ଅତି ଶୀଘ୍ର ତୁଷ୍ଟ ହୁଅନ୍ତି ବୋଲି ଏହାଙ୍କକର ନାମ ଆଶୁତୋଷ ପରଶୁରାମ ଏହାଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ ବିଶ୍ୱମିତ୍ର ଏହାଙ୍କଠାରୁ କେତେକ ଅସ୍ତ୍ର ଲାଭ କରିଥିଲେ ଅର୍ଜୁନଙ୍କ ତପସ୍ୟାରେ ଏ ସନ୍ତୁଷ୍ଟ ହୋଇ କିରାତବେଶରେ ତାହାକୁ ଦର୍ଶନ ଦେଇ ପ୍ରଥମେ ତାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ ଏବଂ ଶେଷରେ ପ୍ରସନ୍ନ ହୋଇ ତାହାଙ୍କୁ ପାଶୁପତ ଅସ୍ତ୍ର ପ୍ରଦାନ କରିଥିଲେ

ମହାଦେବ ପ୍ରଥମେ ଦକ୍ଷକନ୍ୟା ସତୀଙ୍କୁ ବିବାହ କରି— ଥିଲେ ଥରେ ଭୃଗୁମୁନିଙ୍କ ଯଜ୍ଞରେ ଏ ଶ୍ୱଶୁରଙ୍କ ଯଥୋଚିତ ଅଭିବାଦନ ନ କରିବାରୁ ଦକ୍ଷ କୁପିତ ହୋଇ ତାଙ୍କୁ ଏବଂ ନିଜ କନ୍ୟା ସତୀଙ୍କୁ ଯଜ୍ଞକୁ ନିମନ୍ତ୍ରଣ କଲେ ନାହିଁ ନିମନ୍ତ୍ରିତ ନ ହୋଇ ସୁଦ୍ଧା ସତୀ ଉକ୍ତ ଯଜ୍ଞ ସମୟରେ ପିତୃଗୃହକୁ ଗଲେ ସେଠାରେ ଦକ୍ଷ ସ୍ୱାୟୀ କନ୍ୟା ସତୀଙ୍କ

ଆଗରେ ମହାଦେବଙ୍କ ନିନ୍ଦା କରିବାରୁ ସେ ପତିନିନ୍ଦା ସହି ନ ପାରି ସେହି ଯଜ୍ଞକୁଣ୍ଡରେ ଝାସ ଦେଲେ ମହାଦେବ ଏ ସଂବାଦ ପାଇ ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ ତାଙ୍କ ଜଟାରୁ ବୀରଭଦ୍ର ନାମକ ବୀର ପୁରୁଷ ଜାତ ହୋଇ ଦକ୍ଷଙ୍କ ଯଜ୍ଞକୁ ନାଶ କଲେ ଓ ଦକ୍ଷଙ୍କୁ ମୁଣ୍ତ ଛେଦନ କଲେ ପରେ ମହାଦେବ ଦକ୍ଷଙ୍କୁ ଜୀବନ ଦେଲେ ତପ୍ତରେ ସତୀଙ୍କର ମୃତ ଦେହକୁ କାନ୍ଧରେ ପକାଇ ଶିବ ପତ୍ନୀଶୋକରେ ଉନ୍ନତ୍ତ ହୋଇ ବ୍ରାହ୍ମଣ ଭ୍ରମଣ କଲେ ଏହା ଦେଖି ବିଷ୍ଣୁ ସ୍ୱାୟୀ ଚକ୍ରଦ୍ୱାରା ମହାଦେବଙ୍କ ଷ୍କନ୍ଧସ୍ଥିତ ସତୀ—ଶବକୁ ଖଣ୍ଡ ଖଣ୍ଡ କରି ପକାଅଇଲେ ସତୀଙ୍କ ଦେହରେ ଅଂଶ ପୃଥିବୀର ନାନା ସ୍ଥାନରେ ଛିନ୍ନଭିନ୍ନ ହୋଇ ପଡ଼ିଲା ସେ ସ୍ଥାନମାନ ପୀଠ ଓ ଉପପୀଠ ହେଲା (ପୀଠ ଦେଖ) ତତ୍ପରେ ମହାଦେବ କୈଳାସରେ ଯୋଗମଗ୍ନ ହେଲେ ଏଣେ ସତୀ ହିମାଳୟଙ୍କ କନ୍ୟା ରୂପେ ପର୍ବତୀ ନାମରେ ଜନ୍ମ ଗ୍ରହଣ କଲେ ଓ ମହାଦେବଙ୍କୁ ପତି ରୂପେ ପାଇବାକୁ ଦୃଢ଼ ସଂକଳ୍ପ କରି କଠୋର ତପସ୍ୟାଚରଣପୂର୍ବକ ଯୋଗନିରତ ମହାଦେବଙ୍କ ସେବାରେ ନିଜକୁ ନିଯୁକ୍ତ କଲେ ସେତେବେଳେ ତାରକ ନାମଧାରୀ ଏକ ଅସୁରଦଳପତି ସ୍ୱର୍ଗରାଜ୍ୟ ପ୍ରତି ବାରମ୍ୱାର ଅଭିଯାନ ଚଲାଇ ଦେବତାମାନଙ୍କ ଉପରେ ନାନା ଅନ୍ୟାୟ ଅତ୍ୟାଚାର କରୁଥିଲେ ତାକୁ ବଧ କରି ଅସୁରମାନଙ୍କୁ ପରାଜିତ କରିବା ପାଇଁ ଦେବସେନାମାନଙ୍କ ଅଗ୍ରଣୀ ରୂପେ ଯେଉଁ ଭଳି ଯୋଦ୍ଧା ଆବଶ୍ୟକ, ତାହାଙ୍କୁ ପାଇବାକୁ ଦେବତାମାନେ ଚିନ୍ତିତ ହେଲେ ଏବଂ ଶେଷରେ ସ୍ଥିର କଲେ ଯେ, ମହାଦେବଙ୍କ ଔରସରେ ପାର୍ବତୀଙ୍କ ଗର୍ଭରୁ ଯେଉଁ ପୁତ୍ର ଜାତ ହେବେ, ସେହି ଏକା ଦେବାସନାନୀରୂପେ ଏ କାର୍ଯ୍ୟରେ ସମର୍ଥ ହେବେ ସେଥିପାଇଁ ସେମାନେ ମହା— ଦେବଙ୍କ ତପସ୍ୟା ଭାଙ୍ଗାର ତାଙ୍କୁ ପାର୍ବତୀଙ୍କଠାରେ ଆସକ୍ତ କରାଇବା ପାଇଁ ମଦନ ବା କାମଦେବଙ୍କୁ ନିଯୁକ୍ତ କଲେ ମଦନ ମହାଦେବଙ୍କ ପ୍ରତି ତାଙ୍କର ପଞ୍ଚବାଣ ପ୍ରୟୋଗ କଲା ମାତ୍ରେ ପାର୍ବତୀଙ୍କୁ ଦେଖି ମହାଦେବ କ୍ଷଣକ ପାଇଁ ବିଚଳିତ ହୋଇ ଉଠିଲେ ସତ୍ୟ, କିନ୍ତୁ ପର ମୂହୂର୍ତ୍ତରେ ଚିତ୍ତକୁ ସଂଯତ କଲେ ଓ ତାଙ୍କ ମନରେ ଜନ୍ମିବା ଏ ଚାଞ୍ଚଲ୍ୟ ମଦନଙ୍କ କାର୍ଯ୍ୟ ବୋଲି ଜାଣି ପାରିଲେ ଏବଂ କୋପାନ୍ୱିତ ହୋଇ ମଦନ ପ୍ରତିକୋପଦୃଷ୍ଟି ନିକ୍ଷେପ କଲେ ସେତେବେଳେ ତାଙ୍କ ତୃତୀୟ ନେତ୍ରରୁ ଅଗ୍ନି ନ୍ର୍ଗତ ହୋଇ ମୁହୂର୍ତ୍ତକ ଭିତରେ ମଦନଙ୍କୁ ଭସ୍ମ କରିଦେଲା ଏଥିପାଇଁ ମହାଦେବ ଅନ୍ୟ ଏକ ନାମ ସ୍ମରହର ପାର୍ବତୀ ଏହିରୂପେ ବିଫଳମନୋରଥ ହୋଇ ଅତି କଷ୍ଟସାଧ୍ୟ କଠୋର ତପଶ୍ଚରଣରେ ପ୍ରବୃତ୍ତ ହେଲେ ଶେଷରେ ମହାଦେବ ତାଙ୍କ ତପସ୍ୟାରେ ପରିତୁଷ୍ଟ ହୋଇ ତାଙ୍କୁ ବିବାହ କଲେ ଏବଂ ନିଜର ଅର୍ଦ୍ଧାଙ୍ଗରୂପେ ତାହାଙ୍କୁ ସର୍ବଦା ଦେହରେ ଧାରଣ କଲେ ଏହି ବିବାହରେ ପାର୍ବତୀଙ୍କଠାରୁ ଗଣେଶ ଓ କାର୍ତ୍ତିକେୟ ଜନ୍ମଗ୍ରହଣ କଲେ ହିମାଳୟଙ୍କ ଜ୍ୟୋଷ୍ଠା କନ୍ୟା ଗଙ୍ଗା ମଧ୍ୟସ ମହାଦେବଙ୍କୁ ପତି— ରୂପେ କରଣ କରିଥିଲେ ମହାଦେବଙ୍କର ଆଠ ଗୋଟି ମୂର୍ତ୍ତି, ଯଥା—ସର୍ବ ବା କ୍ଷିତିମୂର୍ତ୍ତି, ଭବ ବା ଜଳମୂର୍ତ୍ତି, ଉଗ୍ର ବା ବାୟୁମୂର୍ତ୍ତି, ଭୀମ ବା ଆକାଶମୂର୍ତ୍ତି, ଈଶାନ ବା ସୂର୍ଯ୍ୟ ମୂର୍ତ୍ତି, ମହାଦେବ ବା ଚନ୍ଦ୍ରମୂର୍ତ୍ତି, ପଶୁପତି ବା ଯଜମାନ— ମୂର୍ତ୍ତି ସାଧାରଣ ଲୋକଙ୍କ ବିଶ୍ୱାସ ଯେ ମହାଦେବ ସର୍ବଦା ଗଞାଇ ନିଶାରେ ଭୋଳା ଥାଆନ୍ତି, ଏଥିପାଇଁ ତାଙ୍କର ଦେଶଜ ନାମ ଭୋଳାନାଥ 

ମହାଦେବଙ୍କୁ ଶକ୍ତିନହିତ ଲିଙ୍ଗମୂର୍ତ୍ତିରେ ପୂଜା କରାଯାଏ ଗୋଟିଏ ସ୍ତ୍ରୀଯୋନି ଆକାରର ଶକ୍ତିର କେନ୍ଦ୍ର— ସ୍ଥିତ ବିବରରେ ପୁରୁଷଲିଙ୍ଗ ଆକାରର ପ୍ରସ୍ତର ବା ମଣିମୟ ବା ଧାତୁମୟ ବା ମୃତ୍ତକାମୟ ବିଗ୍ରହ ସଂଯୁକ୍ତ ହୋଇ ତାହା ଶିବରୂପେ ପୂଜିତ ହୁଅନ୍ତି ନାନା ପ୍ରକାର ଶିବ ଲିଙ୍ଗ ଦେଖା ଯାଆନ୍ତି ଯଥା—ସ୍ୱୟଂଭୁ, ଜ୍ୟୋତିର୍ଲିଙ୍ଗ, ପାର୍ଥିବ ଲିଙ୍ଗ, ବାଣଲିଙ୍ଗ ଇତ୍ୟାଦି ପାର୍ବତୀଙ୍କୁ ଦୁର୍ଗା, କାଳୀ, ଚଣ୍ଡୀ, ଶ୍ୟାମା, ସଜଗଦ୍ଧାତ୍ରୀ, ଅନ୍ନପୂର୍ଣ୍ଣା, ଦଶମହାବିଦ୍ୟା ଆଦି ନାନା ରୂପରେ ପୂଜା କରାଯାଏ କେତେକ ଶିବଲିଙ୍ଗ ଶକ୍ତି— ଗହ୍ୱର ଅନ୍ତର୍ନିହିତ ଥାଆନ୍ତି

ଯେଉଁମାନେ ମହାଦେବଙ୍କର ଭକ୍ତ ସେମାନଙ୍କୁ ଭକ୍ତ ସେମାନଙ୍କୁ ଶୈବ ବୋଲାଯାଏ ମହାଦେବଙ୍କ ମୁଖରୁ ତନ୍ତ୍ର ଶାସ୍ତ୍ର ବାହାରିଛି ତନ୍ତ୍ର ଶାସ୍ତ୍ରରେ ଶକ୍ତି ପୂଜାହିଁ ପ୍ରଧାନ ଅଙ୍ଗ ଯେଉଁମାନେ ତାନ୍ତ୍ରିକ ମତରେ ଶକ୍ତି ଉପାସନା କରନ୍ତି, ସେମାନଙ୍କୁ ଶାକ୍ତ ବୋଲାଯାଏ ]