ମହାଭାରତ
ମହାଭାରତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହତ+ଭାରତ=ଭରତ ବଂଶ; ଏଥିରେ ଭରତ ରାଜବଂଶର ବର୍ଣ୍ଣନା ଥିବାରୁ)[ସମ୍ପାଦନା]
ମହର୍ଷି ବ୍ୟାସ ଦେବ କୃତ ଅଷ୍ଟାଦଶ ପର୍ବ ଯୁକ୍ତ ବିରାଟ ସଂସ୍କୃତ ପଦ୍ୟ ଗ୍ରନ୍ଥ ବା ମହାକାବ୍ୟ — The great Indian epic,-the Mahābhārata.
[ଦ୍ରଷ୍ଟବ୍ୟ —ଏଥିରେ ୧୮:ଟି ପର୍ବ ଅଛି ଯଥା—ଆଦି, ସଭା, ବନ, ବିରାଟ, ଉଦ୍ଯୋଗ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ସଲ୍ୟ, ସୌପ୍ତିକ, ନାରୀ, ଶାନ୍ତି, ଅନୁଶାସନ, ଅଶ୍ୱମେଧ, ଆଶ୍ରମବାସ, ମୁଷଳ, ମହାପ୍ରସ୍ଥାନ ଓ ସ୍ୱର୍ଗାରୋହଣ ଏପରି ବିସ୍ତୃତ ଗ୍ରନ୍ଥ ପୃଥିବୀରେ ନାହିଁ ଏଥିରେ ପ୍ରାୟ ଏକଲକ୍ଷ ଶ୍ଳୋକ ଓ ପ୍ରତି ଶ୍ଳୋକରେ ଚାରି ଚରଣ ବା ଦୁଇଧାଡ଼ି ଅଛି ସୁତରାଂ ଏହାର ଧାଡ଼ି ସଂଖ୍ୟା ଅନ୍ତତଃ୨ ଲକ୍ଷ ହେବ ମହାଭାରତର ମୂଳ ଘଟନା କୁରୁ ପାଣ୍ଡବଙ୍କର ଯୁଦ୍ଧାଦି ବର୍ଣ୍ଣନା ପାଣ୍ଡବ, ମାନଙ୍କର ସ୍ୱର୍ଗାରୋହଣ ବର୍ଣ୍ଣନା ଏହାର ଶେଷ ପର୍ବ କିନ୍ତୁ ଏଥିରେ ପ୍ରସଙ୍ଗକ୍ରମେ ବେଦର ନିଗୁଢ଼ ତତ୍ତ୍ୱ ଉପନିଷଦର ବ୍ୟାଖ୍ୟା, ଇତିହାସ, ପୁରାଣ, ବର୍ତ୍ତମାନ,ଭୂତ ଓ ଭବିଷ୍ୟତ କାଳକ୍ରୟ ନିରୂପଣ, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଆଦିର ବିବରଣ, ବିବିଧ ଧର୍ମ ଓ ବର୍ଣ୍ଣ ଓ ଆଶ୍ରମର ଲକ୍ଷଣ, ବର୍ଣ୍ଣମାନଙ୍କର ଆଚାର, ବିଧି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର, ଯୁଗଚତୁଷ୍ଟୟ, ଆତ୍ମ ତତ୍ତ୍ୱ ନିରୁପଣ, ନ୍ୟାୟ, ଦର୍ଶନ, ଶିକ୍ଷା, ଚିକିତ୍ସା,, ତୀର୍ଥ, ଦେଶ, ନଦୀ, ପର୍ବତ, ବନ, ସମୁଦ୍ର, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ରାଜନୀତି, ଧର୍ମନୀତି, ସମାଜ ନୀତି, ଶିଳ୍ପ, କୃଷି, ବାଣିଜ୍ୟ, ଲୋକବ୍ୟବହାର, ଦୁର୍ଗ, ସେନାଚାଳନ, ବ୍ୟୁହ ରଚନା ଆଦି ଲୋକଯାତ୍ରା ବିଧାନ ମାନ ବର୍ଣ୍ଣିତ ହୋଇଅଛି ପରବ୍ରହ୍ମ ତତ୍ତ୍ୱ ପ୍ରତିପାଦନ ଏହାର ଅନ୍ୟତର ବର୍ଣ୍ଣନୀୟ ବିଷୟ ଏହି ମହାଭାରତ ପଞ୍ଚମ ବେଦ ନାମରେ କଥିତ ରଣକ୍ଷେତ୍ରରେ ଅର୍ଜୁନଙ୍କୁ ସାରଥି ରୂପରେ ଶ୍ରୀକୃଷ୍ଣ ଉପସ୍ଥିତ ହୋଇ ଉପଦେଶ ଛଳରେ ଆଧଅୟାତ୍ମିକ ନିଗୁଢ଼ ତତ୍ତ୍ୱର ବା ଯୋଗର ଯେଉଁ ଉପଦେଶ ଉପଦେଶଚୟ ଦେଇଅଛନ୍ତି ତାହା 'ଭଗବତ୍ଗୀତା, ନାମରେ ପୃଥିବୀରେ ପ୍ରସିଦ୍ଧ ଧର୍ମ ଅର୍ଥ, କାମ ମୋକ୍ଷ, ଏହୁ ଚତୁବର୍ଗ ମହାଭାରତରେ ପ୍ରତିପାଦିତ ହୋଇଅଛି ଏଥିପାଇଁ ଲୋକେ କହନ୍ତି'ଯାହା ମହାଭାରତ ନାହିଁ ତାହା ଭାରତ (ବର୍ଷ)ରେ ନାହିଁ'
ଭାରତ ବର୍ଷରେ ଚନ୍ଦ୍ରବଂଶୀୟ ରାଜା ହସ୍ତିନାପୁରରେ ରାଜତ୍ୱ କରିଥିଲେ ଶାନ୍ତନୁ ନାମକ ଏହି ବଂଶର ପରମ— ଧାର୍ମିକ ରାଜା ପ୍ରଥମେ 'ଗଙ୍ଗା'ଙ୍କୁ ବିବାହ କରିଥିଲେ ଓ ଗଙ୍ଗାଙ୍କ ଗର୍ଭରୁ ଭୀଷ୍ମ ନାମକ କୁମାର ଜନ୍ମ ହେଲେ ପରେ ଶାନ୍ତନୁ ଧୀବରରାଜକନ୍ୟା ସତ୍ୟବତୀଙ୍କୁ ବିବାହ କରିବାକୁ ଇଛାକଲେ; କିନ୍ତୁ ଶାନ୍ତନୁଙ୍କର ପୁତ୍ର ଭୀଷ୍ମ ଶାନ୍ତନୁଙ୍କ ଅନ୍ତେ
ରାଜା ହେବେ ଓ ସତ୍ୟବତୀଙ୍କର ପୁତ୍ର ରାଜା ହୋଇ ପାରିବେ ନାହିଁ ଏହି ଆଶଙ୍କାରେ ଧୀବରରାଜ ସ୍ୱୀୟ କନ୍ୟାଙ୍କୁ ଶାନ୍ତନୁଙ୍କୁ ଦେବାକୁ ଅସ୍ୱୀକାର କଲେ ଭୀଷ୍ମ ଏହା ଜାଣିପାରି ନିଜେ ଭାବୀ ରାଜପଦରୁ ଦାବୀ ତ୍ୟାଗ କଲେ ଓ ରାଜପଦ ପାଇଁ ଭବିଷ୍ୟତରେ ଦାବୀଦାର୍ ହେବାକୁ ତାଙ୍କର କେହି ବଂଶଧର ଜନ୍ମିବେ ନାହିଁ ବୋଲି ସେ ନିଜେ ଚିରକୁମାର ବ୍ରତ ଅବଲମ୍ୱନ କରିବାକୁ ଦୃଢ଼ ପ୍ରତିଜ୍ଞା କଲେ ଏହି ଅଟଳ ପ୍ରତିଜ୍ଞା ସେ ପାଳନ କଲେ ସତ୍ୟବହତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇକୁମାର ଜାତ ହେଲେ ଚିତ୍ରାଙ୍ଗଦ ଅଳ୍ପ ବୟସରେ ମଲେ ବିଚିତ୍ରବୀର୍ଯ୍ୟ ପିତାଙ୍କ ସିଂହାସନରେ ବସିଲେ ସେ ଦୁଇ ସ୍ତ୍ରୀ ବିବାହ କରିଥିଲେ କିନ୍ତୁ ନିଋଃସନ୍ତାନ ଅବସ୍ଥାରେ ମୃତ ହେବାରୁ ଏହାଙ୍କ ଅନ୍ତେ ଏହାଙ୍କ ସ୍ତ୍ରୀଙ୍କ ଗର୍ଭରେ ଶାସ୍ତ୍ର ବିଧି (ନିୟୋଗ)ଅନୁସାରେ ବ୍ୟାସଦେବଙ୍କ ଔରସରେ ଧୃତରାଷ୍ଟ୍ର ଓ ପାଣ୍ଡୁ ନାମକ କ୍ଷେତ୍ରଜ ପୁତ୍ରଦ୍ୱାୟ ଜନ୍ମ ହେଲେ ଧୃତରାଷ୍ଟ୍ର ଜ୍ୟେଷ୍ଠ, କିନ୍ତୁ ଜନ୍ମାନ୍ଧ ଥିବାରୁ କନିଷ୍ଠ ଭାଇ ପାଣ୍ଡୁ ରାଜା ହେଲେ ପାଣ୍ଡୁଙ୍କର ଦୁଇ ସ୍ତ୍ରୀ କୁନ୍ତୀ ଓ ମାଦ୍ରୀ କୁନ୍ତୀଙ୍କ ଗର୍ଭରେ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ଏବଂ ମଦ୍ରୀଙ୍କ ଗର୍ଭରେ ନକୁଳ ଓ ସହଦେବ ଜନ୍ମ ହେଲେ ଏହିମାନେହିଁ ପଞ୍ଚ ପାଣ୍ଡବ ଏତଦ୍ ଭିନ୍ନ ଅବିବାହିତା ଅବସ୍ଥାରେ କୁନ୍ତୀଙ୍କଠାରୁ ସୂର୍ଯ୍ୟଙ୍କ ଔରସରେ କାନୀନ କୁମାର 'କର୍ଣ୍ଣ' ଜନ୍ମିଥିଲେ ଧୃତରାଷ୍ଟ୍ର ଗାନ୍ଧାରୀଙ୍କୁ ବିବାହ କରିଥିଲେ ଓ ଗାନ୍ଧାରୀଙ୍କ ଗର୍ଭରୁ ଦୁର୍ଯ୍ୟୋଧନ ଓ ଦୁଃଶାସନ ଆଦି ଶତ ପୁତ୍ର ଜନ୍ମ ହେଲେ ଏହି ମାନେହିଁ କୌରବ ପାଣ୍ଡବମାନଙ୍କ ବାଲ୍ୟକାଳରେ ପିତୃବିୟୋଗ ଘଟିଥିଲା ଓ ସେମାନଙ୍କୁ ଧୃତରାଷ୍ଟ୍ର ପୁତ୍ରନିର୍ବିଶେଷରେ ପାଳନ କରଥିଲେ ପାଣ୍ଡବମାନଙ୍କ ମଧ୍ୟରେ ଯୁଧିଷ୍ଠିର ଧାର୍ମିକ, ଭୀମ ଶାରୀରିକବଳଶାଳୀ ଓ ଅର୍ଜୁନ ରଣବିଦ୍ୟାନିପୁଣ ଥିଲେ ଦୁର୍ଯ୍ୟୋଧନ ହିଂସାପରାୟଣ ଥିଲେ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ରାଜପଦରେ ଅଭିଷିକ୍ତ କରିବାକୁ ଇଛା କରିଥିଲେ; କିନ୍ତୁ ଏ ପ୍ରସ୍ତାବରେ ଦୁର୍ଯ୍ୟୋଧନ ଅସମ୍ମତ ହୋଇ ଆପଣାର ମାମୁ ଶକୁନି ଓ ମନ୍ତ୍ରୀ କର୍ଣ୍ଣଙ୍କ ପରାମର୍ଶରେ ପାଣ୍ଡବମାନଙ୍କ ବିନାଶସାଧନାର୍ଥ ନାନା ଉପାୟ ଅବଲମ୍ୱନ କତରି ଅକୃତକାର୍ଯ୍ୟ ହେଲେ ଦୁର୍ଯ୍ୟୋଧନ କୌଶଳକ୍ରମେ ପାଣ୍ଡବମାନଙ୍କୁ ବାରଣାବତ ନଗରକୁ ପ୍ରେରଣ କରିଥିଲେ ସେଠାରେ ପାଣ୍ଡିବମାନଙ୍କୁ ପୋଡ଼ି କରି ମାରି ପକାଇବା ପାଇଁ ଗୋଟିଏ ଜତୁଗୃହ ତାଙ୍କ ଆଦେଶରେ ପୂର୍ବରୁ ନିର୍ମିତ ହୋଇଥିଲା ପାଣ୍ଡବମାନେ ପୂର୍ବରୁ ବିଶ୍ୱସ୍ତସୂତ୍ରରେ ତାହା ଜାଣିପାରି ଗୃହଦାହ ପୂର୍ବରୁ ସେଠାରୁ ପଳାୟନ ପୂର୍ବକ ପ୍ରାଣରକ୍ଷା କଲେ ଏବଂ ନାନା ଦେଶ ଭ୍ରମଣ କରି ଶେଷରେ ଛଦ୍ମବେଶରେ ପଞ୍ଚାଳ ରାଜ୍ୟରେ ଉପସ୍ଥିତ ହେଲେ ସେଠାରେ ଦ୍ରୁପଦ ରାଜକନ୍ୟା ଦ୍ରୌପଦୀଙ୍କ ସ୍ୱୟମ୍ୱର ସଭାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଉପସ୍ଥିତ କୌଣସି ରାଜା ଭେଦ କରି ପାରିଲେ ନାହିଁ; ଦୁର୍ଯ୍ୟୋଧନ ମଧ୍ୟ ଲକ୍ଷ୍ୟ ଭେଦରେ ଅକୃତକାର୍ଯ୍ୟ ହେଲେ ଶେଷରେ ଛଦ୍ମବେଶ ଧାରୀ ଅର୍ଜୁନ ସେହି ଲକ୍ଷ୍ୟକୁ ଭେଦ କରି ଦ୍ରୌପଦୀଙ୍କୁ ପ୍ରାପ୍ତ ହେଲେ ଓ ମାତାଙ୍କ ଆଦେଶରେ ପାଞ୍ଚ ଭାଇଯାକ ଦ୍ରୌପଦୀଙ୍କୁ ବିବାହ କଲେ ତତ୍ ପରେ ଧୃତରାଷ୍ଟିର ରାଜ୍ୟକୁ ଦୁଇ ଭାଗ କିର ଦୁର୍ଯ୍ୟୋଧନଙ୍କୁ ହସ୍ତିନାରେ ଓ ଯୁଧିଷ୍ଠିରଙ୍କ ଇନ୍ଦ୍ର ପ୍ରସ୍ଥରେ ପ୍ରଦାନ କଲେ
ଅନନ୍ତର ଦୁର୍ଯ୍ୟୋଧନ ଶକୁନିଙ୍କ ପରାମର୍ଶରେ ଏକ କପଟ ପାଶକ୍ରୀଡ଼ା (ପଶା ଖେଳ)କୁ ଯୁଧିଷ୍ଠିରହ୍କୁ ଆହ୍ୱାନ କଲେ ଏହି କପଟ ପାଶ କ୍ରୀଡ଼ାରେ ଯୁଧିଷ୍ଠିର ଧନ, ରାଜ୍ୟ, ଭ୍ରାତୃଗଣ ଓ ଶେଷରେ ପତ୍ନୀଙ୍କୁ ପଣ ରଖି ଶେଷରେ ତାହା ସମସ୍ତ ହରାଇ ବସିଲେ ପଣର ଦ୍ରୌପଦୀଙ୍କୁ ଲାଭ କରି ତାଙ୍କୁ ଦୁର୍ଯ୍ୟୋଧନ ଅନ୍ତଃପୁରରୁ ଟଣାଇ ଆଣି ସଭା ମଧ୍ୟରେ ବିବସ୍ତ୍ରା କଲେ; କିନ୍ତୁ ଶ୍ରୀକୃଷ୍ଣଙ୍କ ଦୟାରୁ ଦ୍ରୌପଦୀଙ୍କ ମାନ ରକ୍ଷା ହେଲା ଶେଷରେ ଉକ୍ତ କ୍ରୀଡ଼ାର ପଣ ଅନୁସାରେ ପାଣ୍ଡବ ମାନେ ଦ୍ରୌପବଦୀଙ୍କ ସହିତ ୧୨: ବର୍ଷ ବନବାସ ଓ ୧ ବର୍ଷ ଅଜ୍ଞାତବାସ କଲେ ଏହି ୧୩: ବର୍ଷ ଶେଷରେ ପାଣ୍ଡବମାନେ ଯେତେବେଳେ ଆପଣା ରାଜ୍ୟକୁ ଆସି ଦୁର୍ଯ୍ୟୋଧନଙ୍କୁ ନିଜର ରାଜ୍ୟ ଫେରାଇ ଦେବାକୁ କହିଲେ, ସେତେବେଳେ ଦୁର୍ଯ୍ୟୋଧନ କହିଲେ ଯେ, ବିନା ଯୁଦ୍ଧରେ ସେ ସେମାନଙ୍କୁ ସୂଚ୍ୟଗ୍ର ପରିମିତ ସ୍ଥାନ ଦେବେ ନାହିଁ ତେଣୁ ପାଣ୍ଡବମାନେ ବାଧ୍ୟ ହୋଇ ଯୁଦ୍ଧ ଘୋଷଣା କଲେ ଏହି ଯୁଦ୍ଧରେ ଭାରତରେ ବିଭିନ୍ନ ପ୍ରଦେଶରେ ରାଜାମାନେ ଏ ପକ୍ଷ ଅଥବା ସେ ପକ୍ଷ ଅବଲମ୍ୱନ କଲେ ଏହି ଯୁଦ୍ଧ କୁରୁକ୍ଷେତ୍ର ନାମକ ରଣଭୂମିରେ ୧୮: ଦିନ ବ୍ୟାପି ଲାଗିଥିଲା ଉଭୟ ପକ୍ଷରେ ମୋଟ ସୈନ୍ୟ ସଂଖ୍ୟା ଅଷ୍ଟାଦଶ ଅକ୍ଷୌହିଣୀ ଥିଲା ୧୯୩୫: ପଦାତି, ୬୫୬୧: ଅଶ୍ୱ, ୨୧୮୭: ଗଜ ଓ ୨୧୮୭: ରଥ ବିଶିଷ୍ଟ ସେନାଦଳର ନାମକ ଅକ୍ଷୌହିଣୀ ଏହି ସଂଖ୍ୟାରୁ ମହାଭାରତ ଯୁଦ୍ଧରେ ସର୍ବମୋଟ ସୈନ୍ୟସଂଖ୍ୟା କେତେ ବିଶାଳ ଓ ଅପରିମିତ ଥିଲା, ତାହା ସହଜେ କଳନା କରି ହେବ ଏହି ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ପକ୍ଷର ସେନାପତି ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଓ ଶଲ୍ୟ ପ୍ରଭୃତି ମହାରଥିମାନେ ପରାଜିତ ଓ ନିହତ ହେଲେ ଶ୍ରୀକୃଷ୍ଣ ଭ୍ରାତୃବିଦାମୂଳକ ଏ ଯୁଦ୍ଧରେ ଅସ୍ତ୍ରଧାରଣ କରିବେ ନାହିଁ ବୋଲି ସତ୍ୟ କରିଥିଲେ; କିନ୍ତୁ ଅର୍ଜୁନଙ୍କ ସାରଥିରୂପେ ଏବଂ ପରାମର୍ଶଦାତାରୂପେ ପାଣ୍ଡବମାନଙ୍କର ମହାୟତା କରିଥିଲେ ଅବଶେଷରେ ଭୀମ ଗଦାଦ୍ୱାରା ଦୁର୍ଯ୍ୟୋଧନଙ୍କୁ ନିହତ କଲେ ଏହି ଯୁଦ୍ଧରେ ଅବସାନରେ ଯୁଦ୍ଧକ୍ଷେତ୍ରରେ ସମବେତ ସମସ୍ତ ବୀର ନିହତ ହେଲେ ଓ କେବଳ ପାଣ୍ଡବମାନଙ୍କ ପକ୍ଷରୁ ୭ ଜଣ ଓ କୌରବଙ୍କ ପକ୍ଷରୁ ୩ ଜଣ ମାତ୍ର ବୀର ଜୀବିତ ରହିଲେ କିନ୍ତୁ କୌରବ ପକ୍ଷୀୟ ଜୀବିତ ବୀରମାନଙ୍କ ମଧ୍ୟରୁ କେହି ସିଂହାସନ ଅଧିକାର କରିବାର ଯୋଗ୍ୟ ନ ଥିବାରୁ ପାଣ୍ଡବମାନେ ରାଜ୍ୟ ପାଇଲେ ତତ୍ ପରେ ଧୃତରାଷ୍ଟ୍ର ତାଙ୍କ ସ୍ତ୍ରୀ ଗାନ୍ଧାରୀ ଓ ଭ୍ରାତୃବଧୂ କୁନ୍ତୀଙ୍କ ସହିତ ତପସ୍ୟାର୍ଥ ବନକୁ ଗଲେ
ଅନୁବାଦ[ସମ୍ପାଦନା]
କିଛି କାଳ ପରେ ଦାବାନଳରେ ପୋଡ଼ି ହୋଇ ମଲେ ଯୁଧିଷ୍ଠିର ଜ୍ଞାତିବଧ ପାପରୁ ନିଷ୍କୃତି ପାଇବାପାଇଁ ଅଶ୍ୱମେଧ ଯଜ୍ଞ କଲେ ;ତତ୍ପରେ ଅର୍ଜୁନଙ୍କ ପୌତ୍ର ପରୀକ୍ଷିତଙ୍କୁ ରାଜ୍ୟଭାର ଦେଇ ଆପଣାର ଚାରିଭାଇ ଓ ଦୌପଦ୍ରୀଙ୍କ ସହିତ ସଶରୀର ସ୍ୱର୍ଗକୁ ଯିବାପାଇଁ ହିମାଳୟାଭିମୁଖେ 'ମହାପ୍ରସ୍ଥାନ' କଲେ ତାଙ୍କ ସଙ୍ଗେ ସଙ୍ଗେ ଗୋଟିଏ କୁକୁର ଅନୁସରଣ କରୁଥିଲା ବାଟରେ କ୍ରମଶଃ ତାଙ୍କ ଭାଇମାନେ ଓ ଦୌପଦ୍ରୀ ଜଣଙ୍କ ପରେ ଜଣେ ଦେହ ତ୍ୟାଗ କଲେ ଶେଷକୁ ଯୁଧିଷ୍ଠିର ଓ କୁକୁରଟି ରହିଗଲେ ସେ କୁକୁର ସ୍ୱୟଂ ଧର୍ମଦେବତା ଅନନ୍ତର ଇନ୍ଦ୍ରଙ୍କ ପ୍ରେରିତ ରଥରେ ସେମାନେ ସ୍ୱର୍ଗକୁ ଗମନ କଲେ ଏହି ବିଷୟମାନ ମହାଭାରତରେ ଏକ ଚତୁର୍ଥାଂଶରେ ବର୍ଣ୍ଣିତ ହୋଇଅଛି ବାକି ତିନି ଅଂଶରେ ଧର୍ମ, ସମାଜ,ରାଜନୀତି ଆଦି ନାନା ବିଷୟ ବର୍ଣ୍ଣିତ ହୋଇଅଛି ମହାଭାରତରେ ଗାନ୍ଧାର,ସିନ୍ଧୁ, ହସ୍ତିନା,ପଞ୍ଚାଳ, ବାରଣାସୀ,ମଗଧ,ଅଙ୍ଗ,ମତ୍ସ୍ୟ,ଚେଦି, ଦ୍ୱାରକା,ବିଦର୍ଭ, ପ୍ରଗ୍ଜ୍ୟୋତିଷ ଓ କଳିଙ୍ଗ ଆଦିର ପରକ୍ରାନ୍ତ ରାଜାମାନଙ୍କ ଯୋଗ ଦେଇଥିବା ବର୍ଣ୍ଣନା ଅଛି ସେ ସମୟରେ ଅନାର୍ଯ୍ୟ ଜାତିମାନେ ସମ୍ପୂର୍ଣ୍ଣ ବିଜିତ ହୋଇ ନ ଥିଲେ ଓ ବକାସୁର, ମୟଦାନବାଦି ଅସୁରମାନେ ମଧ୍ୟ ସେ ସମୟରେ କ୍ଷମତାଶୀଳ ଥିଲେ ମହାଭାରତର ଘଟନା ଆଜିକୁ ଚାରିହଜାର ବର୍ଷପୂର୍ବେ ଘଟିଥିବାର ଆଧୁନିକ ପଣ୍ଡିତ— ମାନେ ଅନୁମାନ କରନ୍ତି ସଂସ୍କୃତ ମହାଭାରତ ବେଦବ୍ୟାସଙ୍କ ରଚିତ ଉତ୍କଳର ଶୂଦମୁନି ସାରଳା ଦାସ ମହାଭାରତଙ୍କୁ ଓଡ଼ିଆ ପଦ୍ୟରେ ଲେଖିଅଛନ୍ତି; କିନ୍ତୁ ସେଥିରେ ମୂଳଗ୍ରନ୍ଥର ଅନେକ ବିଷୟ ଛାଡ଼ିଯାଇ ଅଛନ୍ତି ଗଞାମ ଧରାକୋଟ ରାଜାଙ୍କର ପୂର୍ବପୁରୁଷ ରାଜା କୃଷ୍ଣସିଂହ ସମଗ୍ର ସଂସ୍କୃତ ମହାଭାରତକୁ ପୂର୍ବପୁରୁଷ ରାଜା କୃଷ୍ଣସିଂହ ସମଗ୍ର ସଂସ୍କୃତ ମହାରତକୁ ଓଡ଼ିଆ ପଦ୍ୟରେ ଅନୁବାଦ କରି ଉତ୍କଳ ସାହିତ୍ୟରେ ଅକ୍ଷୟକୀର୍ତ୍ତି ରଖି ଯାଇ ଅଛନ୍ତି
ମହାଭାରତ ପର୍ବ ସଂଗ୍ରହାଧ୍ୟାୟ (Index chapter)ରେ ସୁଚିତ ଅଧ୍ୟାୟ ଓ ଶ୍ଳୋକମାନଙ୍କ ସଂଖ୍ୟାକୁ ମୋଟ କଲେ ମହାଭାରତରେ ୧୯୨୩:ଟି ଅଧ୍ୟାୟ ଓ ୧୪୮୩୬: ଶୋକ ଥିବାର ଜଣାଯାଏ କିନ୍ତୁ ବର୍ତ୍ତମାନ ମିଳୁଥିବା ମହାଭାରତର ଅଧ୍ୟାୟ ଓ ଶ୍ଳୋକ ଥିବାର ଲେକ ୨୧୭:ଟି ଅଧ୍ୟାୟ ଓ ୯୬୨୨୬:ଟି ଶ୍ଳୋକ ଥିବାର ଦେଖାଯାଏ ଓ ତହିଁ ମଧ୍ୟରୁ ଅନେକ ଶ୍ଳୋକ ପ୍ରକ୍ଷିପ୍ତ ଓ ସେମାନ ପରବର୍ତ୍ତୀ ଲେଖକମାନଙ୍କଦ୍ୱାରା ଯୋଡ଼ା ହୋଇଥିବା ପଣ୍ଡିତମାନେ ସିର୍ଦ୍ଧାନ୍ତ କରନ୍ତି]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ମହାଭାରତ ପରିପ୍ରକାଣ୍ଡ ଗ୍ରନ୍ଥ — ୧. A big and voluminous work.
(ଯଥା—ସମୁଦାୟ ଘଟଣା ଲେଖି ବସିଲେ ଗୋଟିଏ ମହାଭାରତ ହେବ )
- ୨. ମହା—ଭାରତ ଯୁଦ୍ଧପରି ତୁମୁଳ କଳହ ବା ବାବାଦ — ୨. A big quarrel.