ମାଂସ

ଉଇକିଅଭିଧାନ‌ରୁ

ମାଂସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମନ୍ ଧାତୁ=ବୋଧ କରିବା+କର୍ମ. ସ)[ସମ୍ପାଦନା]

୧. ଶରୀରସ୍ଥ କୋମଳାଂଶବିଶେଷ; ପିଶିତ —୧. Flesh.

[ଦ୍ରଷ୍ଟବ୍ୟ — ମାଂସ ଶରୀରସ୍ଥ ସପ୍ତ ଧାତୁ ମଧ୍ୟରେ ଏକ; ଏହା ଚିକ୍କଣ ବା ସ୍ନିଗ୍ଧ, କୋମଳ, ସ୍ଥିତିସ୍ଥାପକ ଓ ରକ୍ତ ବର୍ଣ୍ଣ ଅଟେ ଏହା ଶରୀରର ରକ୍ତ ହାଡ଼ , ଚମଡ଼ା ନାଡ଼ୀ ଶିରା ଓ ଚରବୀଠାରୁ ପୃଥକ୍ ବସ୍ତୁ ଅଟେ ମାସଂର ପିଣ୍ଡମାନ ପରସ୍ପର ସହିତ ସୁତ୍ରମାନଙ୍କଦ୍ୱାରା ବନ୍ଧ ଥାଏ ଏ ସୁତ୍ରମାନଙ୍କୁ ମାଂସପେଶୀ ବୋଲାଯାଏ ଶରୀରର ସବୁ ଅଂଶରେ ଅଳ୍ପ ବେଶୀ ମାଂସ ଥାଏ ମାଂସ କୋମଳ ହେବାରୁ ତାକୁ ସହଜରେ ଛୁରିରେ କଟାଯାଇ ପାରେ ମାଂସପେଶୀକୁ ଇଚ୍ଚାନୁସାରେ ସଂକୁଚିତ ପ୍ରସାରିତ କରାଯାଇ ପାରେ ସୁଶ୍ରୁତ ମତରେ ଶରୀରସ୍ଥ ମାଂସପେଶୀର ସଂଖ୍ୟା ୫;: କିନ୍ତୁ ଆଧୁନିକ ବିଜ୍ଞାନ ମତରେ ଏଥିର ସଂଖ୍ୟା ୫୧୯: ଅଟେ ବୈଦ୍ୟକ ମତରେ ଏହା ରକ୍ତରୁ ଉତ୍ପନ୍ନ ଗୋଟିଏ ଧାତୁ ଅଟେ ଭାବପ୍ରକାଶ ମତରେ ରକ୍ତ ଶରୀରର ତାପ ବା ଅଗ୍ନିଦ୍ୱାରା ପରିପାକ ହେଲେ ତାହା ବାୟୁର ସଂଯୋଗରେ ଘନୀଭୁତ ହୋଇ ମାଂସ ହୁଏ ମାଂସର ଅନ୍ୟ ସଂସ୍କୃତ ନାମ ଆମିଷ, ପିଶିତ, ପାଲତ, କ୍ରବ୍ୟ, ପଳ, ଅମ୍ରଜ —ହିନ୍ଦୀ - ଶ]

୨. ଖାଦ୍ୟାର୍ଥେ ବ୍ୟବହୃତ ମ଼ୃତ ବା ହତ ଜୀବର ମାଂସ — ୨. Meat (used as food).

[ଦ୍ରଷ୍ଟବ୍ୟ — ବୈଦ୍ୟକ ମତରେ ସବୁପ୍ରକାର ମାଂସ ବାୟୁନାଶକ, ଉପଚୟକାର, ବୃଂହଣ, ବଳବର୍ଦ୍ଧକ, ପୁଷ୍ଟିକାରକ, ଗୁରୁ ହୃଦୟଗ୍ରାହୀ ଓ ମଧୁର ରସ ଅଟେ ବୈଦ୍ୟଶାସ୍ତ୍ର ମତରେ ଖାଦ୍ୟ ମାଂସକୁ ଜାଙ୍ଗଳ ଓ ଅନୁପ ଭେଦରେ ୨ ଶ୍ରେଣୀରେ ବିଭକ୍ତ କରାଯାଇଅଛି ଜାଙ୍ଗଳ ମାଂସ ୮ ପ୍ରକାର; ଯଥା— ଜଂଘାଳ , ବିଳସ୍ଥ, ଗୁହାଶୟ, ପୂର୍ଣ୍ଣମୃଗ , ବିଷ୍କିର, ପ୍ରତୁଦ ପ୍ରସହ ଓ ଗ୍ରାମ୍ୟ ଅନୁପମାଂସ— କୁଳେଚର , ପ୍ଲବ କୋଶସ୍ଥ, ପାଦୀ ଓ ମତ୍ସ୍ୟ ଏହି ୫ ପ୍ରକାର ପକ୍ଷୀମାନଙ୍କର ପୁରୁଷଜୀବର ମାଂସ ଓ ପଶୁମାନଙ୍କର ସ୍ତ୍ରୀଜୀବନ ମାଂସ ସୁଖାଦ୍ୟ—ହିନ୍ଦୀ - ଶ]

୩. କାଳ —୩. Time (Apte).
୪. କୀଟ —୪. Insect; worm (Apte).
୫. ଫଳର କୋମଳାଂଶ —୫. The fleshy part of a fruit (Apte).