ମାକ୍ସ ମୁଲ୍ଲର

ଉଇକିଅଭିଧାନ‌ରୁ

ମାକ୍ସ ମୁଲ୍ଲର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)[ସମ୍ପାଦନା]

ପ୍ରଧାନ ସଂସ୍କୃତଜ୍ଞ ଅନୁସନ୍ଧିତ୍ସ ପୃଥିବୀ ବିଖ୍ୟାତ ଜର୍ମାନ ପଣ୍ଡିତ —Dr. Fredrich Maxmuller; the editor of the Rug-beda in ୪ volumes.

[ଦ୍ରଷ୍ଟବ୍ୟ —ଏ ମହାପୁରୁଷ ଖ୍ରୀ ୧୮୨୩:ରେ ଜନ୍ମଗ୍ରହଣ କରିଥିଲେ ଓ ୨ ବର୍ଷ ବୟସରେ ଜର୍ମାନୀର ଲୀପ୍ଜୀଗ୍ ବିଶ୍ୱବିଦ୍ୟାଳୟରୁ ଦର୍ଶନାଚାର୍ଯ୍ୟ (Doctor of philosophy) ଉପାଧି ଲାଭ କରିଥିଲେ ତତ୍ପରେ ବର୍ଲିନ୍ ଓ ପାରୀ ନଗରୀର ସଂସ୍କୃତଭାଷା ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରି ୨୩: ବର୍ଷ ବୟସରେ ଇଂଲଣ୍ଡର ଅକ୍ସଫୋର୍ଡ଼ ନଗରକୁ ଆସି ସେଠାରେ ସ୍ଥାୟୀଭାବେ ବାସ କଲେ ଇଷ୍ଟ୍ ଇଣ୍ଡିଆ କୋମ୍ପାନୀଙ୍କ ନିଦେଶକ୍ରମେ ଏ ସାୟନାଚାର୍ଯ୍ୟଙ୍କ ଭାଷ୍ୟସହ ରକ୍ୱେଦକୁ ପ୍ରକାଶ କରିଥିଲେ ୧୮୮୫: ଠାରୁ ଏ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଭାଷାତତ୍ତ୍ୱର ଅଧ୍ୟାପକ ନିଯୁକ୍ତ ହେଲେ ଖ୍ରୀ ୧୯:ରେ ଅକ୍ସଫୋର୍ଡ଼ଠାରେ ୭୭: ବର୍ଷ ବୟସରେ ଏହାଙ୍କ ଦେହତ୍ୟାଗ ଘଟିଲା ସଂସ୍କୃତରେ ଏହାଙ୍କର ଅସାଧାରଣ ଗଭୀର ପାଣ୍ଡିତ୍ୟ ଥିଲା ଭାରତବର୍ଷ ପ୍ରତି ଓ ଭାରତୀୟମାନଙ୍କ ପ୍ରତି ଏହାଙ୍କର ଗଭୀର ଅନୁରାଗ ଥିଲା ଏ ଇଂରାଜି ଭାଷାରେ ହିନ୍ଦୁଧର୍ମ, ସଂସ୍କୃତ ସାହିତ୍ୟ ଓ ଭାଷାତତ୍ତ୍ୱ ସମ୍ୱନ୍ଧେ ବହୁ ଗ୍ରନ୍ଥ ରଚନା କରିଥିଲେ ଯଥା —The History of Ancient Sanscrit literature, The origin and growth of Religion Sacred books of the East. The science of Languages, India-what it can teach us, Chips from a German worshop Auld Lang Syne, Ramkrishna-His life and sayings. ଏ ଇଂରାଜୀ ଜାତୀୟ ସଙ୍ଗୀତ (National Anthem)କୁ ସଂସ୍କୃତ ପଦ୍ୟରେ ଅନୁବାଦ କରିଥିଲେ (ସୁବାଳଚନ୍ଦ୍ର ବାଙ୍ଗାଲ ଅଭିଧାନ)]