Jump to content

ମାଗିବା

ଉଇକିଅଭିଧାନ‌ରୁ

ମାଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ମଗା(ଗେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ)[ସମ୍ପାଦନା]

୧. କୌଣସି ବସ୍ତୁ କୌଣସି ବ୍ୟକ୍ତିଠାରୁ ପ୍ରାର୍ଥନା କରିବା ବା ଭିକ୍ଷା କରିବା; ଯାଚଞ୍ଚା କରିବା — ୧. To beg for a thing to pray to get a thing.

[ଉ—ଋତୁପର୍ଣ୍ଣ ରଜା ତା ଶୁଣାଣି ହସିଲେ, ଯେ ଇଚ୍ଛା ଅଛି ତାହା ମାଗତ ଭାଷିଲେ କୃଷ୍ଣସିଂହ. ମହାଭାରତ ବନ]

୨. ବିନୟ ସହକାରେ ଅନୁରୋଧ କରିବା —୨. To request humble; to entreat.

[ଉ—ସବୁ ସଜନୀଙ୍କ, ହାତ ଧରି ମୁଁ ମାଗୁଛି ଏତିକି ଅଭିମନ୍ୟୁ ବିଦଗ୍ଧ — ଚିନ୍ତାମଣି]

୩. କୌଣସି ବ୍ୟକ୍ତି ନିକଟରେ କୌଣସି ବିଷୟରେ ଅନୁମତି ପାଇଁ ପ୍ରାର୍ଥନା କରିବା —୩. To ask for permission of a person.

[ଉ—ବରିଛି ନଳଙ୍କୁ ଆମ୍ଭଙ୍କୁ ମାଗି କରି କୃଷ୍ଣସିଂହ ମହାଭାରତ ବନ]

୪. ଭିକ୍ଷା କରିବା —୪. To beg alms.
୫. କୌଣସି ସଂଖ୍ୟାକୁ ଗୁଣନ କରିବା — ୫. To multiply a number by another number.

[ଦ୍ରଷ୍ଟବ୍ୟ —ପଣିକକିଆ ମାଗିବାଦ୍ୱାରା ଗୋଟିଏ ରାଶିର ଅନ୍ୟରାଶି ସଙ୍ଗେ ଗୁଣଫଳ ସ୍ଥିର ହୋଇଯାଏ]