ମାଙ୍କଡ଼

ଉଇକିଅଭିଧାନ‌ରୁ

ମାଙ୍କଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ମାକ[କୁ]ଡ଼ୀ,ମାଙ୍କ[ଙ୍କୁ]ଡ଼ୀସ୍ତ୍ରୀ

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମର୍କଟ; ପ୍ରା. ମକଡ଼)[ସମ୍ପାଦନା]

ବାନର — Monkey.

[ଦ୍ରଷ୍ଟବ୍ୟ —ଆମ ଦେଶରେ ସାଧାରଣତଃ ଦୁଇ ପ୍ରକାର ମାଙ୍କଡ଼ ଦେଖା ଯାଆନ୍ତି 'ହନୁମାଙ୍କଡ଼' ଓ 'ପାତିମାଙ୍କଡ଼' ହନୁମାଙ୍କଡ଼ ମୁହ ଓ ହାତ ପାପୁଲି ଓ ତଳିପା କଳା, ଲାଞ୍ଜ ବଡ଼ ଏମାନେ ପାତିମକଡ଼ ଅପେକ୍ଷା ଅକାରରେ ବଡ଼ ଏମାନେ ପାତିମାଙ୍କଡ଼ ଅପେକ୍ଷା ଆକାରରେ ବଡ଼ ପାତିମାଙ୍କଡ଼ର ମୁହଁ ନାଲିଆ ଓ ଲାଞ୍ଜ ଛୋଟ ପୁରୀ, ମଥୁରା ବୃନ୍ଦାବନ ଆଦି ତୀର୍ଥ ସ୍ଥାନରେ ପାତିମାଙ୍କଡ଼ମାନେ ଘରେ ପଶି ଲୁଗାପଟା ଖାଦ୍ୟ ପଦାର୍ଥ ଓ ଛୋଟ ବାସନ ଆଦି ନେଇ ଯାଆନ୍ତି ମଫସଲରେ ହନୁ— ମାଙ୍କଡ଼ମାନେ ଫସଲ ନଷ୍ଟ କରନ୍ତି, ଏମନ୍ତ କି ନଡ଼ିଆ ଗଛରେ ଚଢ଼ିକଞ୍ଚା ନଡ଼ିଆର କତା ଛଡ଼ାଇ ଖାଇ ଯାଆନ୍ତି ଏବେ ସହରରେ ମଧ୍ୟ ମକଡ଼ଙ୍କ ଉପଦ୍ରବ ବେଶୀ ହେଲାଣି ଏମାନେ ଅନେକ ଗଛର କଅଁଳ ପତ୍ର ଓ କଞ୍ଚା ବେଲକୁ ଗଛରୁ ଛିଣ୍ଡାଇ ପଥରରେ ପିଟି ତା ମଧ୍ୟରୁ ଶସ ଖାଉଥିବାର ଦେଖାଯାଇଅଛି ବୋମ୍ୱାଇ ପ୍ରଦେଶରେ ଆଉ ଏକପ୍ରକାର ମାଙ୍କଡ଼ ଅଛନ୍ତି(ବାଳବାନର) ଏମାନଙ୍କର ଦେହ ସରୁ, ଲାଙ୍ଗୁଡ଼ର ଗୋଟାଏ ବାଳ ଓ ଚାରିପାଖେ ବାଳ ଥାଏ ଯାବା, ବୋର୍ଣ୍ଣିଓ. ଆଫ୍ରିକା. ଆମେରିକା ଆଦି ପ୍ରଦେଶରେ ନାନାପ୍ରକାର ମାଙ୍କଡ଼ ଅଛନ୍ତି ଅତପ୍ରକାର ମାଙ୍କଡ଼ଙ୍କର ଲାଞ୍ଜ ଖୁବ୍ ଲମ୍ୱ ଓ ଏମାନେ ଲାଞ୍ଜକୁ ଗଛ ଡାଳରେ ଗୁଡ଼ାଇ ଦେଇ ତଳକୁ ଝୁଲିପଡ଼ି ଏକ ଗଛରୁ ଅନ୍ୟ ଗଛକୁ ଡ଼ିଅନ୍ତି ଏକପ୍ରକାର ମଙ୍କଡ଼କୁ 'ବନମନୁଷ୍ୟ' ବୋଲାଯାଏ ଏମାନେ ମଧ୍ୟ ନାନା ଶ୍ରେଣୀରେ ବିଭକ୍ତ ଏମାନଙ୍କର ଲାଞ୍ଜନାହିଁ ଏମାନେ ଜଙ୍ଗଲରେ ଡାଳ ପତ୍ରରେ ଘର ତିଆରି କରି ରହନ୍ତି

ରାମାୟଣରେ ରାମଚନ୍ଦ୍ର କପିରାଜ ସୁଗ୍ରୀବଙ୍କ ସହାୟ— ତାରେ ବାନରସୈନ୍ୟଙ୍କଦ୍ୱାରା ସମୁଦ୍ରରେ ସେତୁବନ୍ଧ ନିର୍ମାଣ କରାଇ ଲଙ୍କା ଆକ୍ରମଣପୂର୍ବକ ରାବଣକୁ ବିନାଶ କରିବା ବର୍ଣ୍ଣିତ ହୋଇଅଛି ରାମଚନ୍ଦ୍ରଙ୍କର ବନବାସ ସମୟରେ ଗୋଟିଏ ମର୍କଟ ବୀର (ହନୁମାନ) ସୀତାଙ୍କୁ ଠାବ କରି ଅସାଧ୍ୟ ସାଧନ କରି ରାମଚନ୍ଦ୍ରଙ୍କର ବହୁ ଉପକାର କରିଥିଲା ଓ ସେ ରାମଚନ୍ଦ୍ରଙ୍କର ପ୍ରଧାନ ଭକ୍ତ ଏଥିପାଇଁ ମାଙ୍କଡ଼ମାନେ ଅତି ଅତ୍ୟାଚାର କଲେ ମଧ୍ୟ ହିନ୍ଦୁମାନେ ସେମାନଙ୍କୁ ହନୁମାନର ବଂଶଧର ଭାବି ବଧ କରନ୍ତି ନାହିଁ ମାଙ୍କଡ଼ମାନେ ଦଳ ବାନ୍ଧି ରହନ୍ତି ଓ ଗୋଟିଏ ବଳିଷ୍ଠ ଅଣ୍ଡିରା ମାଙ୍କଡ଼ ସ୍ତ୍ରୀଦଳ ମଧ୍ୟରେ ସର୍ଦ୍ଦାର (ଗେଧ) ରୂପେ ଥାଏ ଦଶ ମଧ୍ୟରେ ଅଣ୍ଡିରା ପିଲା ଜନ୍ମ ହେଲେ ଗେଧ ସେମାନଙ୍କୁ ମାରିପକାଏ ଯେଉଁ ଅଣ୍ଡିରା ପିଲାମାନେ ପଳାଇ ଯାଇ ଜୀବନ ରକ୍ଷା କରନ୍ତି ସେମାନେ ଏକତ୍ର ଦଳ ବାନ୍ଧି ରହନ୍ତି; ସେମାନଙ୍କୁ 'ସାତଭାଇଆ ଗେଧ' କହନ୍ତି ଏମାନେ ଭାରି ଦୁର୍ଦାନ୍ତ ହୁଅନ୍ତି ଓ ସମୟ ସମୟରେ ସ୍ତ୍ରୀଦଳର ଦଳପତି ସଙ୍ଗେ ଯୁଦ୍ଧ କରନ୍ତି ଓ ଉକ୍ତ—ଦଳରୁ କେତେକ ସ୍ତ୍ରୀଙ୍କୁ ନେଇ ନିଜେ ଗୋଟିଏ ଗୋଟିଏ ଦଳପତି ହୁଅନ୍ତି ହନୁଙ୍କ ଶିଶୁମାନେ ମାଆର ପେଟତଳକୁ ମୁଠାଇ ଧରି ଝୁଲି ରହନ୍ତି ଓ ପାତିଙ୍କ ଶିଶୁମାନେ ମାଆର ପିଠିରେ ଲାଉ ହୁଅନ୍ତି ପାତିମାନେ ଅତ୍ୟନ୍ତ ଅନୁକରଣ ପ୍ରିୟ ଲୋକେ ପାତିଙ୍କୁ ପୋଷି ନାନାପ୍ରକାର ଖେଳ କୌତୁକ ଦେଖାଇ ରୋଜଗାର କରନ୍ତି ପାଶ୍ଚାତ୍ୟମାନଙ୍କ ମତରେ ମାଙ୍କଡ଼ମାନେ ମନୁଷ୍ୟମାନଙ୍କର ପୂର୍ବପୁରୁଷ ଥିଲେ ସାହେବମାନେ ଭିନ୍ନ ଭିନ୍ନ ଦେଶର ମାଙ୍କଡ଼ମାନଙ୍କ ବିଷୟ ଗବେଷଣା କରି ମାଙ୍କଡ଼— ମାନଙ୍କ ମଧ୍ୟରେ ପ୍ରଚଳିତ ପରସ୍ପର ଭାବ ଆଦାନ ପ୍ରଦାନର ଭାଷା ସ୍ଥିର କରିଅଛନ୍ତି

ନିମ୍ନରେ କେତେଗୁଡ଼ିଏ ମାଙ୍କଡ଼ଙ୍କର ନାମ, ବିବରଣ ବାସସ୍ଥାନ ବେବ୍ଷ୍ଟର ଇଂରାଜି ଡିକ୍ସିନାରୀ (Webster's Dictonary)ରୁ ସଂଗୃହୀତ ହୋଇଅଛି

୧. Ape (ଏପ୍) ପାତି ମାଙ୍କଡ଼ [No ୨୦ Rhesus (ନ ୨ ରେସସ୍) ଦେଖ]
୨. Barbary ape (ବାର୍ବେରୀ ଏପ୍) ଏମାନେ ଉତ୍ତର ଆଫ୍ରିକାରେ ଓ ଦକ୍ଷିଣ ଇଉରୋପରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ନାହିଁ; ଚାରିଗୋଡ଼ରେ ଚାଲନ୍ତି ଇଉରୋପରେ ଏହି ମାକଡଙ୍କ ଚାଲନ୍ତି ଇଉରୋପରେ ଏହି ମାଙ୍କଡ଼ଙ୍କ ଛଡ଼ା ଅନ୍ୟ ମାଙ୍କଡ଼ ନାହାନ୍ତି


୩. Baboon (ବାବୁନ୍) ଆଫ୍ରିକା ବାସ କରନ୍ତି ଏମାନେ ଦେଖିବାକୁ ପାତିଙ୍କ ପରି, କିନ୍ତୁ ଏମାନଙ୍କର ମୁହଁ କୁକୁର ମୁହିଁ ଭଳି; (Cinocephalus Porcarius.)
୪. <? ?>Capuchin (ବାପୁଚିନ୍)—ଦେଖିବାକୁ ହନୁ ପରି Cebus Capucinu. [No.୨୩ Sapajou (ନ ୨୩: ସାପାଜୌ) ଦେଖ]
୫. Coaita (କୋଆଇଟା)—ଦକ୍ଷିଣ ଭାରତୀୟ ଦ୍ୱୀପପୁଞ୍ଜରେ ବାସ କରନ୍ତି ଏମାନଙ୍କ ଲାଞ୍ଜ ଓ ହାତଗୋଡ଼ ଲମ୍ୱ ଏମାନେ ହନୁ ମାଙ୍କଡ଼ ଜାତୀୟ ଅଟନ୍ତି; (Atelus Paniscus.)
୬. Drill (ଡ଼୍ରିଲ୍)—ପାତିମାଙ୍କଡ଼ ପରି
୭. Cimpānzee (ସିମ୍ପାଞ୍ଜି)—ଆଫ୍ରିକାରେ ବାସ କରନ୍ତି ଏମାନଙ୍କୁ ବନ ମନୁଷ୍ୟ କୁହାଯାଏ ଏମାନଙ୍କର ଲାଞ୍ଜ ନାହିଁ; ଉଚ୍ଚରେ ୩\୪: ଫୁଟ ପର୍ଯ୍ୟନ୍ତ ହୁଅନ୍ତି ଏମାନଙ୍କର ଦେହର ମନୁଷ୍ୟର ଦେହ ସଙ୍ଗେ ବହୁପରିମାଣରେ ସାଦୃଶ୍ୟ ଅଛି; [Āthropithecus Troglodites]

୮. <? ?>Entellus(ଏଣ୍ଟେଲସ୍) , Honuman (ହନୁମାନ୍) ବା Hongoor [ହଙ୍ଗୁର୍]—ଭାରତରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ବଡ଼ ଏମାନଙ୍କୁ ହନୁମାଙ୍କଡ଼ କୁହାଯାଏ [Semnopithecus Entellus.]

୯. Gibbon (ଗିଜନ୍)—ଦକ୍ଷିଣ ଆସିୟା ଓ ଭାରତୀୟ ଦ୍ୱୀପପୁଞ୍ଜରେ ବାସ କରନ୍ତି ଏମାନେ ଏକପ୍ରକାର ବନମନୁଷ୍ୟ ଏମାନଙ୍କର ଲାଞ୍ଜ ନାହିଁ ହାତ ଖୁବ୍ ଦୀର୍ଘ [Genus Hylobates]
୧. Gorilla(ଗରିଲା)—ପଶ୍ଚିମ ଆଫ୍ରିକାରେ ବାସ କରନ୍ତି ଏମାନେ ଏକ ପ୍ରକାର ବନ ମନୁଷ୍ୟଯ ମନୁଷ୍ୟଠାରେ ଦୀର୍ଘତର; ଅତ୍ୟନ୍ତ ଉଗ୍ରପ୍ରକୃତି, ଯୁଦ୍ଧପ୍ରିୟ ଓ ଖୁବ୍ ବଳବାନ୍ [Ānthropythecus; Troglodite].
୧୧. Howler (ହାଉଲର୍)—ଦକ୍ଷିଣ ଆମେରିକାରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ବଡ଼; ମୁହଁରେ ଦାଢ଼ି ଅଛି ଏମାନେ ଭାରି ଗର୍ଜନ କରନ୍ତି [Genus, Mycetes]
୧୨. Indris (ଇଣ୍ଟ୍ରିସ୍) —ମାଡ଼ାଗାସ୍କାର ଦ୍ୱୀପରେ ବାସ କରନ୍ତି ଏମାନେ ରୋମଶ ଓ ଲେମୁର୍ ଜାତୀୟ ଅଟନ୍ତି
୧୩. Kaha (କାହା) ବା Kāhāu.(କାହାଉ) —ବୋର୍ଣ୍ଣିଓ ଦ୍ୱାପରେ ବାସ କରନ୍ତି ଏମାନଙ୍କର ଦାଢ଼ି ଅଛି; ନାକ ଦୀର୍ଘ; ବର୍ଣ୍ଣ ସଫା ହଳଦିଆ ଓ ଆରକ୍ତ [Semnopithecus Nāsālis].
୧୪. Kukāng (କୁବାଙ୍ଗ), Lemur (ଲେମୁର), Gālāgo (ଗାଲାଗୋ)—ମାଡାଗାସ୍କାର ଓ ଭାରତୀୟ ଦ୍ୱୀପପୁଞ୍ଜରେ ବାସ କରନ୍ତି; ମାଙ୍କଡ଼ଙ୍କଠାରୁ ଛୋଟ; ଲାଞ୍ଜଯାକ କେଶ— ପୂର୍ଣ୍ଣ ଏମାନଙ୍କ ମୁହଁ ଗୋଜିଆ, ଦେହଯାକ ପଟା ପଟା ଦାଗ ଏମାନେ ମାଂସାଶୀ ଓ ରାତ୍ରିଚର ଅଟନ୍ତି
୧୫. Māndril (ମାଣ୍ଡ୍ରିଲ୍)—ପଶ୍ଚିମ ଆଫ୍ରିକାରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ନାହିଁ; ମୁହଁ ଅତି ବଡ଼; ଗୋଟିଏ ଥୋମଣି ଅଛି ଏମାନେ ଚାରିଗୋଡ଼ରେ ଚାଲନ୍ତି
୧୬. Lorī (ଲୋରୀ) ବା Loris (ଲୋରିସ)— ସିଂହଳ ବା ଲଙ୍କା ଦ୍ୱୀପରେ ବାସ କରନ୍ତି ଏମାନଙ୍କର ଲାଞ୍ଜ ନାହିଁ, ମୁହଁରେ ଥୋମଣି ଗୋଜିଆ ଏମାନେ ଏକଫୁଟ ଉଚ୍ଚ ହୁଅନ୍ତି [Genus Stenops]
୧୭. Orāng (ଓରାଙ୍ଗ) , Orā outā (ଓରାଙ୍ଗ) (ଅଉଟାଙ୍ଗ) Orāng utān (ଓରାଙ୍ଗ ଉଟାନ୍)— ବୋର୍ଣ୍ଣିଓ ଓ ସୁମାତ୍ରା ଦ୍ୱୀପପୁଞ୍ଜରେ ବାସ କରନ୍ତି ଏମାନେ ଏକପ୍ରକାର ବନମନୁଷ୍ୟ; ଆକୃତି ମନୁଷ୍ୟ ପରି ଏମାନଙ୍କର ବର୍ଣ୍ଣ ଆରକ୍ତ ପାଣ୍ଡୁର ଏମାନେ ଠିଆ ହେଲେ ହାତ ଭୂଇଁରେ ଲାଗେ [Simiā Sātyrus].
୧୮. Ouākāri (ଓବାକାରୀ)—ଦକ୍ଷିଣ ଆମେରିକାରେ ବାସ କରନ୍ତ ଏମାନଙ୍କର ଲାଞ୍ଜ ଛୋଟ ଏମାନେ ଦେଖିବାକୁ ପାତିଙ୍କ ପରି ଏମାନଙ୍କ ପିଠିର ଲୋମ ବଡ଼ [Brāchyrus Ouākāri].

୧୯: . <? ?>Potto [ପୋଟୋ], Kukājou [କୁକାଜୌ], Bushdog [ବୁସ୍ଡଗ୍]—ପଶ୍ଚିମ ଆଫ୍ରିକାରେ ବାସ କରନ୍ତି ଏମାନଙ୍କର ହାତ ଗୋଡ଼ର ପାପୁଲୀ ବଡ଼ ଓ ଆଙ୍ଗୁଠି ବଡ଼ ଏମାନେ ରାତ୍ରିରେ

୨୦: . <? ?>Rhesus [ରେସସ୍] Ape [ଏପ୍]—ଦକ୍ଷିଣ ଇଉରରୋପରେ ବାସ କରନ୍ତି ଏମାନେ ଏକପ୍ରକାର ପାତି ମାଙ୍କଡ଼ ଏମାନଙ୍କର ଲାଞ୍ଜ ଅଛି ଭାରତର ପାତି ମାଙ୍କଡ଼ ମଧ୍ୟ ଏହି ଜାତୀୟ ଅଟନ୍ତି [Genus Simiad&aline;e].

୨୧: . <? ?>Pluto monkey. (ପ୍ଳୁଟୋ ମଙ୍କି)—ଆଫ୍ରିକାରେ ବାସ କରନ୍ତି ଏମାନଙ୍କର ଦେହ ଓ ସୁହଁତମାମ୍ ଅତ୍ୟନ୍ତ ଲୋମଶ ଏମାନଙ୍କର ଗାଲମୁଛା ଅଛି [Cercopythecus Pluto]

୨୨: . <? ?>Sāki [ସାକି]—ଦକ୍ଷିଣ ଆମେରିକାରେ ବାସ କରନ୍ତି ଏମାନଙ୍କର ଦେହ ମୁହଁ ଓ ଲାଞ୍ଜ ଲୋମଶ ଏମାନଙ୍କ ଦେହ କୃଷ୍ଣବର୍ଣ୍ଣ, ମୁହଁ ଦଳା, ଏମାନେ ହାତ ଆଞ୍ଜୁଳା କରି ପାଣି ପିଅନ୍ତି [Genus, Pithecia]

୨୩: . <? ?>Sāpājou [ସାପାଜୌ], Sājou[ସାଉଜ], Sāi[ସାଇ], Cāpuchuin [କାପୁଚିନ୍]—ଦକ୍ଷିଣ ଆମେରିକାରେ ବାସ କରନ୍ତି ଏମାନଙ୍କ ଲାଞ୍ଜ ଓ ହାତ— ଗୋଡ଼ ଲ ମ୍ୱା ଏମାନଙ୍କ ଦେହ ସବୁ [Genus- <? ?>Cebds]

୨୪: . <? ?>Spider monkey (ସ୍ପାଇଡ଼ର୍ ମଙ୍କି)—ଦକ୍ଷିଣ ଆମେରିକାରେ ବାସ କରନ୍ତି ଏମାନଙ୍କ ଦେହ ଖୁବ୍ ସରୁ ଏମାନଙ୍କ ଲାଙ୍ଗୁଡ଼ ଓ ହାତଗୋଡ଼ ଖୁବ୍ ଲମ୍ୱା ଓ ସରୁ ଏମାନେ ଲାଙ୍ଗୁଡ଼କୁ ଡାଳରେ ଗୁଡ଼ାଇ ଝୁଲି ପଡ଼ି ଅନ୍ୟ ଡାଳକୁ ଯାଆନ୍ତି [Genus Atelus]

୨୫: . <? ?>Squirrel monkey ସ୍କୁଲରେଲ୍ (ମଙ୍କି)—ଦକ୍ଷିଣ ଆମେରିକାରେ ବାସ କରନ୍ତି ଏମାନେ ହନୁଙ୍କ ପରି, କିନ୍ତୁ ଆକାରରେ ଛୋଟ [Callithrix Sceuria]

୨୬. Vervet (ଭର୍ଭେଟ୍)—ଦକ୍ଷିଣ— ଆଫ୍ରିକାରେ ବାସ କରନ୍ତି, ଏମାନେ ପାତିଙ୍କ ପରି, କିନ୍ତୁ ଦାଢି ଅଛି [Cercopythecus Pygerythrus]
୨୭. Wanderoo (ବାଣ୍ଡରୁ) —ବମ୍ୱେ ଓ ମାଲବାର ଉପକୂଳରେ ବାସ କରନ୍ତି ଏମାନେ ଦୂର୍ଘକାୟ, ଲୋମଶ ଓ ଏମାନଙ୍କ ଲାଞ୍ଜ ଅଗରେ ଗୋଟିଏ ବାଳ ଅଛି ଏମାନହ୍କ ମୁହଁ ଚାରିପାଖେ ଦାଢ଼ି ବେଢ଼ିଥାଏ; ଦେହ କୃଷ୍ଣବର୍ଣ୍ଣ ଏମାନହ୍କୁ ନୀଳବାନର କହନ୍ତି [Macacus Silenus]
୨୮. Yuen (ଇଉଏନ୍)—ଶ୍ୟାମ ଓ ଦକ୍ଷିଣ ଚୀନ୍ରେ ବାସ କରନ୍ତ ଏମାନଙ୍କ ଲାଞ୍ଜ ଓ ଦେହ ଲୋମଶ, ହାତ ଗୋଡ଼ ଲମ୍ୱା ଏମାନେ ପାତି ଜାତୀୟ ଅଟନ୍ତି

ମାଙ୍କଡ଼ ହାତରେ ଶାଳଗ୍ରାମ, ହଲେଇ ହଲେଇ ନେଲା ପ୍ରାଣ ନ୍ୟାୟ—ମାଙ୍କଡ଼ ଶାଳଗ୍ରାମଙ୍କର ଦେବତ୍ୱ ନ ବୁଝି ତାଙ୍କୁ ଅନାଦର କଲାପରି, କୌଣସି ଲୋକ କୌଣସି ପୂଜ୍ୟ ବା ମଲ୍ୟବାନ ଜିନିସର ଅସଦ୍ୱ୍ୟବହାର କଲେ ଏହି ନ୍ୟାୟ କୁହାଯାଏ]