ମାଛ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ମୀନ; ମତ୍ସ୍ୟ; ଖାଦ୍ୟରୂପେ ବ୍ୟବହୃତ ଜଳଜନ୍ତୁବିଶେଷ
  • ମାଛ ପରି ଦେଖା ଯାଉଥିବା ସୁନାର ବା ରୂପାର ଅଳଙ୍କାରମାଛ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ)[ସମ୍ପାଦନା]

ମୀନ ମତ୍ସୟ୍ ଖାଦ୍ୟରୂପେ ବ୍ୟବହୃତ ଜଳଜନ୍ତୁବିଶେଷ — Fish,

[ଦ୍ରଷ୍ଟବ୍ୟ —ମାଛମାନେ ବାସସ୍ଥାନ ଭେଦରେ ଓ କାତି ଥିବା ନ ଥିବା ଭେଦରେ ନାନାପ୍ରକାର ସମୁଦ୍ରରେ ଥିବା ମାଛମାନଙ୍କୁ ସାମୁଦ୍ରୀକ ବା ଲୁଣିମାଛ ଓ ନଦୀ ପୁଷ୍କରିଣୀ ଆଦି ମିଷ୍ଟ ଜଳରେ ଥିବା ମାଛମାନଙ୍କୁ 'ମଧୁର ମାଛ' ବୋଲାଯାଏ ଶଳ୍ପଯୁକ୍ତ ମାଛମାନଙ୍କୁ କାତି ମାଛ ଏବଂ ଅଶଳ୍ପ ମାଛମାନଙ୍କୁ ଅକାତିଆ ମାଛ ବୋଲାଯାଏ ପାଶ୍ଚାତ୍ୟ ମାନେ ଅନେକ ପ୍ରକାରର ସାମୁଦ୍ରିକ ଓ ମିଷ୍ଟ— ଜଳବାସୀ ମାଛମାନଙ୍କର ଶ୍ରେଣୀବିଭାଗ କରି ନାମ ଦେଇଅଛନ୍ତି, କିନ୍ତୁ ଆମ୍ଭମାନଙ୍କ ଭାଷାରେ ନାମ ବେଶି ନାହିଁ

କେତେକ ଲୁଣି ମାଛମାନଙ୍କର ନାମ ଯଥା—ଲୁଣି ଚିଙ୍ଗୁଡ଼ି ବିଛାବ(ମା)ଳିଆ ଚିଙ୍ଗୁଡ଼ି, ଖଙ୍ଗା, ଇଲିସି, ଡ଼ାହାଙ୍ଗୀରି ଭେକଟା, ସାହାଳ, ଖୁରାଣ୍ଟି, କବରା ଘାଇଚାନ୍ଦି,ଟଙ୍କାଚାନ୍ଦି, କୋକଲି, ଶାଙ୍କୁଚ, ଖଣ୍ଡାମଗର,ସ ମୁଣ୍ଡାମଗର, ତିମୀ, ଗୋଜିକଡ଼ମା, ଫିରିକ, ବାହାଲ. ଗୋଛିଆ ଇତ୍ୟାଦି

କେତେକ ମଧୁର ମାଛମାନଙ୍କର ନାମ ଯଥା—ଭାକୁଡ଼ ଚିକଳ , ରୋହୀ, ମିରିକାଳୀ, କଳାବାଇଁସୀ, ବାଳିଆ, ଶେଉଳ, ଜଳଙ୍ଗ , ଫଳି, ଶାଳ, ଆଡ଼ି, ଗଡିଶା, ପୋହଳା ଏଣ୍ଡଳା, ଛେଲାକେରାଣ୍ଡି, କଉ, ରତା, ମାଗୁର, ଶିଙ୍ଗି,

ବାଉଁଶ ପତୁରିଆ, ହାଣ୍ଡିଭଙ୍ଗା, ତୋଡ଼ି, ଗଣିଆତୋଡ଼ି, ବାଲିଗରଡ଼ା, ଜିମିଖୋଡ଼ୀ, ବମି, ଚି (ଚୁ)ଙ୍ଗୁଡ଼ି, ବାଇଝାଲୀ, ଶିଙ୍ଗିଟାଳୀ, ବୋଦସୀ, ଲାଉଆଶିଘିଂ, ଶେରଣା, କୋଚିଆ, ବମୀ, ଦଣ୍ଡକିରୀ, ମହୁମାଡ଼ି(ଳି), କେରାଣ୍ଡିଇତ୍ୟାଦି 

ଯେଉଁ ମାଛ ମାନେ ପଙ୍କଯୁକ୍ତ ପାଣିରେ ରହନ୍ତି ସେମାନଙ୍କୁ ପଙ୍କୁଆ ମାଛ ବୋଲାଯାଏ ଯଥା—କଉ, ଗଡ଼ିଶା, ଶେଉଳ, ରତା, ମାଗୁର, ତୋଡୀ, ଶାଳ, ବମୀ ଇତ୍ୟାଦି

ଅତି ଛୋଟ ମାଛ ମାନଙ୍କୁ ମୀନ ମାଛ ବା ଚୁନା ମାଛ କୁହାଯାଏ ଯଥା—ଦଣ୍ଡକିରୀ, ମହୁରାଡ଼ି, କେରାଣ୍ଡୀ, ପୋଇଚିଙ୍ଗୁଡ଼ି, ବାଇଝାଲୀ, ଜିମିଖାଡ଼ୀ ଇତ୍ୟାଦି

ଚିଙ୍ଗୁଡ଼ି ଛଡା ଅନ୍ୟ ଛୋଟ ମାଛମାନଙ୍କୁ ମାଈ ମାଛ କୁହାଯାଏ ଦଳପୂର୍ଣ୍ଣ ଜଳାଶୟରେ (ଅର୍ଥାତ୍ ଯେଉଁ ପୋଖରୀ ଆଦିର ପାଣିରେ ପବନ ବାଜେ ନାହିଁ) ଥିବା ମାଛ ମାନଙ୍କୁ ଦଳୁଆ ମାଛ କହନ୍ତି ଏମାନଙ୍କର ସ୍ୱାଦ ଭଲ ନୁହେଁ ମାଛ ପରି ଦେଖାଯାଉଥିବା ଅଥଚ ଅଖାଦ୍ୟ ମାଛଙ୍କୁ ଅମଛା ବୋଲାଯାଏ

ବର୍ଷାଦିନର ନଦୀ ପୋଖରୀରୁ ଉଠି ଆସି ଜଳ ପୂର୍ଣ୍ଣ ଧାନ୍ୟ କ୍ଷେତ୍ରରେ ଯେଉଁ ଛୋଟ ମାଛମାନେ ରହନ୍ତି ଓ ଶରତ୍ କାଳରେ ଚାରିଆଟଡ଼ୁ ପାଣି ଶୁଖିଗଲେ ବିଲରେ ରହିଯାଇ ଭୋଦୁଆ ମାସରେ ଖରାର ଉତ୍ତାପରେ ବିଲରେ ମରିଯାଆନ୍ତି ତାଙ୍କୁ କଣ ମାଛ ବୋଲାଯାଏ ଖରାଦିନରେ ଜଳାଶୟରେ ଜଳ ଗରମ ହୋଇଗଲେ କିମ୍ୱା ଜଳ ବିଷାକ୍ତ ହେଲେ ମାଛମାନେ ମରି ଯାଇ ପାଣି ଉପରେ ଭାସିବାକୁ 'ମାଛ ବଉଳିବା' ବୋଲାଯାଏ ଏହି କାରଣରୁବଡ଼— ମାଛମାନେ ପାଣି ଉପରକୁ ଭାସି ଉଠି ଦରମରା ହୋଇ ଚିତି ହୋଇ ପହଁରିଲେ 'ମାଛଙ୍କୁ ଲାହିଆ ମାରିଲା' ବୋଲି କହନ୍ତି

ବଡ଼ ବଡ଼ ମାଛଙ୍କ ଅନ୍ତକୁ ନିଆଁରେ ଗରମ କରି ତହିଁରୁ ମାଛ ଚର୍ବୀ ବା ମାଛ ତେଲ ବାହାର କରାଯାଏ ସେ ତେଲ ଦୀପରେ ଜଳେ, ଔଷଧରେ ଲାଗେ ତିମି ମାଛଙ୍କ ଚର୍ବିକୁ ମହମବତୀ ତିଆରି ହୁଏ ବଡ଼୍ ନାମକ ମାଛର ଅନ୍ତରୁ ଶ୍ୱାସ, ଦୁର୍ବଳତାର ନିବାରକ ତୈଳ ତିଆରି ହୁଏ

ମାଛମାନେ ଅଣ୍ଡଜ ସେମାନଙ୍କ ପେଟ ମଧ୍ୟରେ ଅଣ୍ଡା ବା ମଞ୍ଜିମାନ ଦୁଇଟି ନୋଳା ବା ନଳାକୃତି ହୋଇ ରହିଥାଏ ବର୍ଷାର ପ୍ରାରମ୍ଭରେ ବର୍ଷାଜନିତ ଜଳସ୍ରୋତର ଗର୍ଭିଣୀ ମାଛମାନେ ସ୍ରୋତ ବିରୁଦ୍ଧରେ ଖୁବ୍ ଜୋରରେ ଗତି କରିବା ସମୟରେ ସେ ଡ଼ିମ୍ୱଗୁଡ଼୍କ ତାଙ୍କ ପେଟରୁ ବାହାରି ପଡ଼େ ଓ ସେହି ଡ଼ିମ୍ୱ ଗୁଡ଼ିକ ଅଣ୍ଡିରା ମାଛମାନଙ୍କ ବୀର୍ଯ୍ୟ ସଙ୍ଗେ ମିଶି ତହିଁରୁ କେତେ ସମୟରେ ମାଛ ଛୁଆ ବାହାରନ୍ତି ଏ ମାଛ ଛୁଆମାନଙ୍କୁ ଜାଆଁଳ ବୋଲୋଯାଏ ନଈବଢ଼ିରେ ଭାସି ଆସୁଥିବା ଫେଣରେ ମାଛ ଜାଆଁଳମାନେ ଆଶ୍ରୟ ନେଇ ଥାଆନ୍ତି ଲୋକେ ସେହି ଫେଣମାନ ସଂଗ୍ରହ କରି ସେଥିରୁ ଜାଆଁଳା ଧରି ପୋଖରୀରେ ଉକ୍ତ ଜାଆଁଳାମାନେ ଛାଡ଼ନ୍ତି ଓ କାଳକ୍ରମେ ସେହି ଜାଆଁଳା ମାନେ ବଢ଼ି ବଡ଼ ମାଛ ହୁଅନ୍ତି ମାଛ ଥିବା ଜଳାଶୟ ମାନଙ୍କୁ ଅନ୍ୟସ୍ଥାନରୁ ଜଳ— ସ୍ରୋତର ବିପରୀତ ଦିଗରେ ଗତିକରନ୍ତି ବା ଉଠନ୍ତି, ତାହାଙ୍କ ଉଠାମାଛ କହନ୍ତି ଜାଆଁଳା ବା ଛୋଟ ମାଛର ଦଳକୁ 'ମନ୍ଦା' କହନ୍ତି ଓ ବଡ଼ ମାଛର ଦଳକୁ 'ସାହାଣା' ବୋଲାଯାଏ ନାନା ବର୍ଣ୍ଣର ନାନା ଆକାରର ଓ ନାନା ଶ୍ରେଣୀର ସାମୁଦ୍ରିକ ମାଛ ଅଛନ୍ତି

ଚି(ଚୁ) ଙ୍ଗୁଡ଼ିମାନଙ୍କୁ ଲୋକତେ ମାଛ ବୋଲି କହନ୍ତି ଓ ଖାଆନ୍ତି କିନ୍କୁ ପ୍ରକୃତରେ ଏମାନେ ମାଛ ଶ୍ରେଣୀର ନୁହନ୍ତି; ଏକପ୍ରକାର ଜଳଜ ପୋକ ଚିଙ୍ଗୁଡ଼ି ମାଛଙ୍କ ମଞ୍ଜି ସେମାନଙ୍କ ପେଟ ମଧ୍ୟରେ ନ ଥାଏ; ତାହା ସେମାନଙ୍କ ପେଟତଳେ ଛୋଟ ଗୋଡ଼ମାନଙ୍କ ସନ୍ଧିରେ ଲାଖି ରହିଥାଏ ଯେଉଁ ମାଛଙ୍କ ଦେହରେ ବେଶି କଣ୍ଟା ଥାଏ ସେମାନଙ୍କ 'କଣ୍ଟାମାଛ' ଓ ଯାହାଙ୍କ ଦେହରେ କଣ୍ଟା ଅଳ୍ପ ଥାଏ ସେମାନଙ୍କୁ ଅକଣ୍ଟା ମାଛ କହନ୍ତି ଯେଉଁ ମାନଙ୍କ ଦେହରେ କାତି ଥାଏ ତାଙ୍କୁ କାତିଆ ମାଛ ବୋଲାଯାଏ ଓ କାତି ନ ଥିବା ମାଛଙ୍କୁ ଅକାତିଆ ମାଛ ବୋଲାଯାଏ ସମୁଦ୍ରରୁ ଓ ଜଳାଶୟରୁ ଖାଦ୍ୟ ନିମିତ୍ତ ମାଛ ଧରିବା ପାଇଁ ମନୁଷ୍ୟ ନାନାପ୍ରକାର ଯନ୍ତ୍ର ଓ ଅସ୍ତ୍ର ବ୍ୟବହାର କରେ ଯଥା— ତେଣ୍ଟା, ବନିସି, ନାନାପ୍ରକାର ଜାଲ, ପୋଲୁହ, ଜାଲ ପୋଲୁହ, ଖେପିଜାଲ, ଖଇଞ୍ଜ, ବଜା, ମୁଗୁରା ଇତ୍ୟାଦି

ମାଛ ଓ ମାଛ ମଞ୍ଜିଦ୍ୱାରା ଲୋକେ ନାନାପ୍ରକାରର ଖାଦ୍ୟ ଓ ବ୍ୟଞ୍ଜନାଦି ପ୍ରସ୍ତୁତି କରନ୍ତି ଯଥା—ପଲଉ ତିଅଣ, ମହୁର, ବେଶର, ଆମ୍ୱିଳ, ଭଜା, ବରା, ପୋଡ଼ା, ସିନ୍ତୋଳା, କାଲିଆ ଇତ୍ୟାଦି

ମାଛ ଓ ମାଛ ମଞ୍ଜି ଶୁଖାଇ ତହିଁରେ ଲୁଣ ଦେଇ ପରେ ଖାଦ୍ୟ ରୂପେ ବ୍ୟବହାର କରିବାପାଇଁ ତାହା ସାଇତି ରଖାଯାଏ; ତାକୁ ଶୁଖୁଆ ବୋଲାଯାଏ ଯଥା—ମଞ୍ଜି ଶୁଖୁଆ କୋକଲି ଶୁଖୁଆ; ବଡ଼ ଶୁଖୁଆ, ଇଲିସି ଶୁଖୁଆ, ଚିଙ୍ଗୁଡ଼ି ଶୁଖୁଆ; ପିତା ଶୁଖୁଆ ଇତ୍ୟାଦି

ହିନ୍ଦୁମାନଙ୍କ ମଧ୍ୟରେ କେତେକ ପ୍ରଦେଶରେ ବ୍ରାହ୍ମଣଙ୍କ ଛଡ଼ା (ଯଥା—ମରବାଡ଼ୀ ବ୍ରାହ୍ମଣ, କମା ବ୍ରାହ୍ମଣ) ଭାରତରେ ଓ ଅନ୍ୟଦେଶରେ ଅଧିକାଂଶ ଲୋକେ ମାଛକୁ ଖାଦ୍ୟରୂପେ ବ୍ୟବହାର କରନ୍ତି ହିନ୍ଦୁ ମାନଙ୍କର ଉପବାସ ହବିଷ୍ୟଆଦିରେ ମତ୍ସ୍ୟଭୋଜନ ନିଷିଦ୍ଧ ଉଚ୍ଚ ଜାତୀୟ ହିନ୍ଦୁ ବିଧବା ମାନଙ୍କ ପକ୍ଷରେ ମଧ୍ୟ ମତ୍ସ୍ୟଭୋଜନ ନିଷିଦ୍ଧ

ଚିଙ୍ଗୁଡ଼ି ଛଡ଼ା ପ୍ରାୟ ସବୁ ମାଛଙ୍କ ଦେହ ଭିତରେ ମନୁଷ୍ୟର ମେରୁଦଣ୍ଡ ଭଳି ମଝିରେ ଗୋଟିଏ ଲମ୍ୱ ଶାଖାଯୁକ୍ତ

କଣ୍ଟା ଥାଏ ମଧୁର ମାଛ ମଧ୍ୟରେ ବାଳିଆ, ଶାଳ ଓ ଚିତଳ ମାଛ ୪\୫: ହାତ ବଢ଼ିବାର ଦେଖାଯାନ୍ତି 

ସାମୁଦ୍ରିକତ ମାଛଙ୍କ ମଧ୍ୟରେ ତିମି ସବୁଠାରୁ ବଡ ଓ ଏହା ୫ ହାତ ପର୍ଯ୍ୟନ୍ତ ଲମ୍ୱ ଓ ଦୀର୍ଘଜୀବୀ ହେବାର ଦେଖା— ଯାଏ ଜାହାଜରେ ଲୋକେ ଯାଇ ବଡ଼ ବଡ଼ ତେଣ୍ଟାଦ୍ୱାରା ଏମାନଙ୍କୁ ମାରନ୍ତି ଗୋଟିଏ ଗୋଟିଏ ତିମିମାଛ ଦେହରୁ ଶହ ଶହ ମହଣ ଚର୍ବି ବାହାରେ ଓ ଏ ଚର୍ବିରେ ମହଣବତୀ ହୁଏ

କୋଚିଆ, ତୋଡ଼ି, ଗଣିଆ ତୋଡ଼ି, ସାପ ପରି ଦେଖାଗଲେ ମଧ୍ୟ ମାଛ ଜାତୀୟ ଅଟନ୍ତି

ମାଛମାନଙ୍କ ଦେହରେ ଭିନ୍ନ ଭିନ୍ନ ଅଂଶ—ନିଶ— (ବଙ୍ଗାଳୀ - ଶୁଂଗ, ହିନ୍ଦୀ - ସୁଂଗ)—ମାଛମାନଙ୍କ ମୁହଁରେ ଥିବା ସରୁ କେଶ —Feelers.

ମୁଣ୍ଡ—(ବଙ୍ଗାଳୀ - ମଡ଼; ହିନ୍ଦୀ - ମଡ଼ା) —ମାଛର ମସ୍ତକ —Head.

ଗାଲି ବହା ଗାଲିଶି— (ବଙ୍ଗାଳୀ - କାନାସି, ଗାଲିସି, ହିନ୍ଦୀ - ଗଲଫଡ଼)—ମାଛ ମୁଣ୍ଡର ଦୁଇକଡ଼ରେ ଥିବା ଅସ୍ଥିଫଳକ —Cheek bone.

କାତି —(ବଙ୍ଗାଳୀ - ଆଁଶ, ହିନ୍ଦୀ - ଛିଲକା)—ଶଳ୍ମ— Scale.

ଲାଞ୍ଜ—(ବଙ୍ଗାଳୀ - ଲେକା, ନେଜା; ହି ପୁଛ)—ଲାଙ୍ଗୁଡ଼ Tail.

ପକ୍ଷୀ—(ବଙ୍ଗାଳୀ - ପାଖନା, ଡ଼ାନା, ହିନ୍ଦୀ - ଡେନା)— ଡେଣା —Fin.

ଅନ୍ତ—(ବଙ୍ଗାଳୀ - ଆତୀ; ହିନ୍ଦୀ - ଆତଡୀ)— ମାଛର ଗର୍ଭସ୍ଥ ନାଡ଼ି ଆଦି —Entrails.

ପୁଟା ବା ପୁଟୀ—(ବଙ୍ଗାଳୀ - ୟ ଫୁସ୍ ଫୁସ୍ ପଟକା; ହିନ୍ଦୀ - ଫୁସ୍ ଫୁସ୍)— ଫୁସ୍ ଫୁସ୍ —Lungs.

ପିତ୍ତ—(ବଙ୍ଗାଳୀ - ପିତ୍ତ)—ପିତ୍ତ — Bile.

ଫୁଲ—(ବଙ୍ଗାଳୀ - ଫୁଲକା; ହୁ.ଫୁଲ)—ମାଛ ମୁଣ୍ଡରେ ଦୁଇ ପାଖରେ ଗାଲିଶି ତଳେ ଥିବା ଦନ୍ତୁର ବସ୍ତୁ; ଫୁଲ — The red gills inside the cheek of fishes.

କଣ୍ଟା—(ବଙ୍ଗାଳୀ - କାଁଟା; ହିନ୍ଦୀ - କାଁଟା)—ମାଛର ହାଡ଼ — Fish bone. ଶିଘଂ—(ବଙ୍ଗାଳୀ - ଶିଂଗ; ହିନ୍ଦୀ - ଶିଂଗ)— କେତେକ ମାଛଙ୍କ ବେକ ପାଖରେ ଥିବା ଦାଢୁଆ ଓ ମୁନିଆ କଣ୍ଟା —Spines or prickles or spikes on the sides of the head of some fishes.

ଓଠ—(ବଙ୍ଗାଳୀ - ଥୁତ୍ନି; ହି, ଥୁଥଳ)—ଓଷ୍ଠ —The Chin]

୨. ମାଛ ପରି ଦେଖା ଯାଉଥିବା ସୁନାର ବା ରୂପାର ଅଳଙ୍କାର —୨. Am ornament of the shape of a fish.